କୃଷିବହୁଳ ଜିଲାର ୭୦% ଲୋକ ଚାଷ ଉପରେ ନିର୍ଭର

ବ୍ରହ୍ମପୁର ଅଫିସ,୧୬ା୪:ଗଞ୍ଜାମ ଜିଲାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୭୦% କେବଳ ବିଭିନ୍ନ ଚାଷ ଉପରେ ନିର୍ଭର କରୁଛନ୍ତି। ଏହି ଜିଲାରେ ଥିବା ୪ ଲକ୍ଷାଧିକ ହେକ୍ଟର ଜମି ମଧ୍ୟରୁ ଅର୍ଦ୍ଧେକରେ ଖରିଫ ଧାନ ଏବଂ ଅବଶିଷ୍ଟରେ ଅଣଧାନ ଓ ପନିପରିବା ଚାଷ ହେଉଥିବା ତଥ୍ୟ ରହିଛି। କୃଷିଜାତ ପଦାର୍ଥର ଗୁଣାତ୍ମକ ଉପତ୍ାଦନ ବୃଦ୍ଧି ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ରହିଛି। ଚାଷୀଙ୍କୁ ସୁବିଧାରେ ଋଣ ଯୋଗାଇଦେବା ବ୍ୟବସ୍ଥା ଅଛି। ବ୍ରହ୍ମପୁର ଓ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଶହ ଶହ କୋଟି ଟଙ୍କା କୃଷିଋଣ ଲଗାଣ କରାଯାଉଛି। ଆଉ କେତେକ ରାଷ୍ଟ୍ରାୟତ୍ତ ଓ ଗ୍ରାମ୍ୟ ବ୍ୟାଙ୍କ ମଧ୍ୟ ଋଣ ପଞ୍ଜିକୃତ ଚାଷୀଙ୍କୁ ଦେଉଛନ୍ତି। ତେଣୁ କୃଷିପ୍ରଧାନ ଏହି ଜିଲାରେ ସରକାରୀ କୃଷି କଲେଜ ପ୍ରତିଷ୍ଠା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ତେବେ କାର୍ଯ୍ୟକାରୀ କରିବାରେ ଅବହେଳା ଅବ୍ୟାହତ ରହିଛି।
ଜିଲାରେ କୃଷି ମହାବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିଭୂମି ଅଛି। ରଙ୍ଗେଇଲୁଣ୍ଡା ଓ କୁକୁଡ଼ାଖଣ୍ଡି ସମେତ ବିଭିନ୍ନ ବ୍ଲକରେ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି। ଗୋଳନ୍ଥରାରେ କୃଷି ବିଜ୍ଞାନ କେନ୍ଦ୍ର, ରଙ୍ଗେଇଲୁଣ୍ଡାରେ ଆଞ୍ଚଳିକ କୃଷି ତାଲିମ କେନ୍ଦ୍ର ଅଛି। ନୂଆ ଟେକ୍‌ନୋଲୋଜି ଅନୁସାରେ ଚାଷୀଙ୍କୁ ସଚେତନ କରାଇବାର ବ୍ୟବସ୍ଥା ରହିଛି। ରଙ୍ଗେଇଲୁଣ୍ଡାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନ ମତ୍ସ୍ୟ ବିଜ୍ଞାନ କଲେଜ ବହୁବର୍ଷ ତଳୁ ପ୍ରତିଷ୍ଠା ହୋଇଛି। ତେଣୁ କୃଷି କଲେଜ ନିମନ୍ତେ ସବୁ ସୁବିଧା ଉପଲବ୍ଧ ଅଛି। କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ଛାତ୍ରୀଛାତ୍ର ପାଠ ପଢ଼ିବାର ସୁଯୋଗ ପାଇବେ ଏବଂ ଚାଷୀଙ୍କୁ ଆଧୁନିକ ଜ୍ଞାନ କୌଶଳରେ କୃଷି କାର୍ଯ୍ୟକ୍ରମ ଲାଗି ସଚେତନ କରାଯାଇପାରିବ।
ଏହି ଜିଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି। ବିଧାନସଭା ବାଚସ୍ପତିଙ୍କ ସମେତ ଆଉ ଦୁଇଜଣ ମନ୍ତ୍ରୀ ପଦ ପାଇଛନ୍ତି। ଏତଦବ୍ୟତୀତ ଶାସକ ଦଳର ଆଉ ୮ ବିଧାୟିକା ଓ ବିଧାୟକ ଅଛନ୍ତି। ସମସ୍ତେ ଏକାଠି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃଷି ମହାବିଦ୍ୟାଳୟ ସ୍ଥାପନ ପାଇଁ ଚାପ ପକାଉ ନ ଥିବା ବିଭିନ୍ନ ଚାଷୀ ସଂଗଠନ ନେତାମାନେ ସମାଲୋଚନା କରୁଛନ୍ତି। ବିରୋଧୀ ଦଳ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ଚୂପ ରହିଛନ୍ତି। ଅପରପକ୍ଷରେ ୨୦୨୧ ସେପ୍ଟେମ୍ବର ୧୫ରେ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭଞ୍ଜନଗରରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥାପିତ ରାଜନୈତିକ ଚିଠା ପ୍ରସ୍ତାବରେ ସରକାର ଗଞ୍ଜାମ ଜିଲାରେ କୃଷି କଲେଜ ପ୍ରତିଷ୍ଠା ଦାବି କରାଯାଇଥିଲା। ଏହାର ମଧ୍ୟ ଦେଢ଼ ବର୍ଷ ପାର ହୋଇଛି ଏବଂ ବିଜେଡିର ଦାବି ପ୍ରସ୍ତାବରେ ଅଟକି ଯାଇଛି।
ଜିଲା ବିଜେଡି ସଭାପତି ଏବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଅଛନ୍ତି। ତେଣୁ ସେ ଗଞ୍ଜାମରେ ସରକାରୀ କୃଷି କଲେଜ ପାଇଁ ରାଜ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ବିଭିନ୍ନ ମହଲରୁ ଦାବି କରାଯାଇଛି। ଯୋଗାଯୋଗ ବେଳେ ଯୋଜନା ବୋର୍ଡ ସଦସ୍ୟ ଆଗାମୀ ଦିନରେ କଲେଜ ସ୍ଥାପନ କରାଯିବାର ଯୋଜନା ଅଛି ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କେଉଁ ନିର୍ବାଚନ ମଣ୍ଡଳୀରେ କରାଯିବ ସେ ନେଇ ନିଷ୍ପତ୍ତି ହୋଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri