ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି ଗ୍ରାମର ମୁଖିଆ ଏବଂ ଗ୍ରାମବାସୀ ଏକାଠି ହୋଇ ଓଡ଼ିଶାର ସମସ୍ତ ସରକାରୀ ଯୋଜନା ଗ୍ରହଣ ନ କରିବା ପାଇଁ ବୈଠକ କରି ନିଷ୍ପତ୍ତି ନେଇଛନ୍ତି । ସେପଟେ ଏହିପରି ଘଟଣାକୁ ନେଇ ବ୍ଲକ ପ୍ରଶାସନ କ୍ଷେତ୍ରରେ କୈଣସି ଫରକ ପଡି ନଥିବା ବେଳେ ଆନ୍ଧ୍ର ରାଜ୍ୟ ସରକାରଙ୍କ ଏଜେଣ୍ଟ ମାନଙ୍କ ନେତୃତ୍ୱରେ ଫାଟୁସିନେରୀ  ଫଗୁଣସିନେରୀ , ସଲପଗୁଡା , ହରମାଣ୍ଡାଙ୍ଗି , କଣାଦୋରା ଏବଂ ଢୋଳିଆମ୍ବ ପ୍ରମୁଖ ଗ୍ରାମର ମୁଖିଆ ଓ ଗ୍ରାମବାସୀଙ୍କୁ ଏକାଠି କରି ଗତଦିନରେ ଯଥା ୨୫ ତାରିଖରେ ଆନ୍ଧ୍ର ରାଜ୍ୟର କୃଷି ବିଭାଗ କିଛି ଅଧିକାରୀଙ୍କ ଦ୍ୱାରା ହରମାଣ୍ଡାଙ୍ଗି , ଫାଟୁସିନେରୀ ଓ ଢୋଳିଆମ୍ବ ପ୍ରମୁଖ ତିନି ଗ୍ରାମରେ ଚାଲିଥିବା ସର୍ଭେ କାର୍ଯ୍ୟକୁ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବନ୍ଦ ଏବଂ ସର୍ଭେ କାଗଜକୁ ନେଇ ଯାଇଥିବା ଘଟଣାକୁ ଘୋର ବିରୋଧ କରି ଏହା ଠିକ ହୋଇ ନାହିଁ ବୋଲି ବୈଠକରେ ଆଲୋଚନା କରିଥିଲେ । ଏଥିସହ ଓଡ଼ିଶା ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ଯୋଜନା ଯଥା ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଭତ୍ତା ପରି ବ୍ୟବସ୍ଥାକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିପରି ଉକ୍ତ ସୀମାନ୍ତ ସ୍ଥାନରେ ବୈଠକ କରିବା ପୁର୍ବରୁ ଫାଟୁସିନେରୀରେ ଗ୍ରାମରେ ରହିଥିବା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟକୁ ଗ୍ରାମର କୈଣସି ପିଲାଙ୍କୁ ଛାଡ଼ି ନଥିବା ବେଳେ ଅଭିଭାବକ ମାନଙ୍କୁ ଉକ୍ତ ବିଦ୍ୟାଳୟକୁ ପିଲାମାନଙ୍କୁ ନ ଛାଡିବା ପାଇଁ ବୁଝାଇଲେ ।
ଅନ୍ୟପକ୍ଷରେ ଏହିପରି ଏକତ୍ରିତ ଗ୍ରାମବାସୀଙ୍କ ବୈଠକ ସମ୍ପର୍କରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ନିକଟରେ ଖବର ପହଞ୍ଚାଇଥିଲେ ମଧ୍ୟ କୈଣସି ଫରକ ପଡି ନଥିବା ବେଳେ ଫାଟୁସିନେରୀ ଗ୍ରାମ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମାନ୍ତ ନିକଟରେ ଲାଗିଥିବା ଓଡ଼ିଶାର ନାମ ଫଳକକୁ ଭାଙ୍ଗି ଦେଇ ଘୋର ପ୍ରତିବାଦ କରିଥିଲେ।
ଏଠାରେ ସୂଚନା ଥାଉକି କୋଟିଆ ପଞ୍ଚାୟତର ଅନ୍ୟତମ ସୀମାନ୍ତ ଉପରସେମ୍ବି ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ବିଦ୍ୟାଳୟକୁ ଗ୍ରାମବାସୀ ନିଜ ପିଲାମାନଙ୍କୁ ପଠାଇବା ବନ୍ଦ କରି ଖୋଲିବା ପାଇଁ ବାରଣ କରିଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବ୍ଲକ ପ୍ରଶାସନ ପକ୍ଷରୁ ବନ୍ଦ ରହିଥିବା ଅଙ୍ଗନଓ୍ବାଡ଼ି ଏବଂ ବିଦ୍ୟାଳୟକୁ ଖୋଲିବା ନିମନ୍ତେ କୈଣସି ପଦକ୍ଷେପ ଗ୍ରହଣ କରା ଯାଇ ନ ଥିବା ବେଳେ ଦୁଇ ଶିକ୍ଷା ବ୍ୟବସ୍ଥା କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଏବଂ ଶିକ୍ଷକ ନିୟମିତ ଗ୍ରାମରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ କୈଣସି ସୁଫଳ ମିଳୁନାହିଁ । ଏନେଇ ପଟ୍ଟାଙ୍ଗି ବିଡିଓ ରାମକ୍ରିଷ୍ନା ନାୟକଙ୍କୁ ପଚାରିବାରୁ ଉକ୍ତ ଘଟଣା ସମ୍ପର୍କରେ ଅବଗତ ଅଛି । ଏହାକୁ ନେଇ ଜିଲା ପ୍ରଶାସନଙ୍କୁ ଅବଗତ କରାଯାଇଛି ବୋଲି ପ୍ରକାଶ କରିଥିଲେ ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?