୭ ବିଦ୍ୟାଳୟରେ ମୌଳିକ ସୁବିଧା ନାହିଁ

କଟକ ଅଫିସ,୧ା୩: ଆମିକସ୍‌କ୍ୟୁରି ପ୍ରଫୁଲ୍ଲ କୁମାର ରଥ ବୌଦ୍ଧ ଜିଲାର ୭ଟି ବିଦ୍ୟାଳୟ ପରିଦର୍ଶନ କରିବା ପରେ ମୌଳିକ ସୁବିଧା ନ ଥିବା ସଂକ୍ରାନ୍ତୀୟ ରିପୋର୍ଟ ଗତ ୨୨ ତାରିଖରେ ହାଇକୋର୍ଟରେ ଦାଖଲ କରିଛନ୍ତି। ୭ଟି ବିଦ୍ୟାଳୟ ମଧ୍ୟରୁ ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମର୍ଜାକୁଦ, ଖଇରାମାଳ, ଦେଉଳି, ଦାମମୁଣ୍ଡା ଗ୍ରାମରେ ଥିବାବେଳେ ୩ଟି ପ୍ରାଥମିକ ବିଦ୍ୟାଳୟ ଘୁଲ ଘୁଲ ପଦର, ଜୁନାନି ଓ ରୁଗୁଡ଼ିପାଲି ଗ୍ରାମରେ ରହିଛି। ଏହି ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ, ବସିବା ପାଇଁ ବେଞ୍ଚ୍‌ ଓ ଡେସ୍କ, ବିଦ୍ୟୁତ୍‌ ସଂଯୋଗ, ଖେଳପଡ଼ିଆ, ବାଳିକା ଓ ବାଳକଙ୍କ ପାଇଁ ପୃଥକ ପାଇଖାନା ଆଦି ମୌଳିକ ସୁବିଧା ନାହିଁ। ଏହାବ୍ୟତୀତ ଆବଶ୍ୟକ ଶିକ୍ଷକଙ୍କ ଅଭାବ ସାଙ୍ଗକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହାର ହ୍ରାସ ପାଉଥିବାବେଳେ ଡ୍ରପ୍‌ଆଉଟ୍‌ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମିକସକ୍ୟୁରି ରିପୋର୍ଟରେ ଦର୍ଶାଇଛନ୍ତି, ମର୍ଜାକୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲା ଗୋଟିଏ କୋଠରିରେ ବସି ପଢ଼ୁଛନ୍ତି। ଖଇରାମାଳ ସ୍କୁଲର ଅବସ୍ଥା ମଧ୍ୟ ସଙ୍ଗିନ। ଏଠାରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଥିବାବେଳେ ଦ୍ୱିତୀୟ ଓ ତୃତୀୟ ପିଲା ଗୋଟିଏ କୋଠରିରେ ବସୁଛନ୍ତି। ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ବେଞ୍ଚ ଓ ଡେସ୍କ ନ ଥିବାରୁ ସେମାନେ ଗୋଟିଏ କୋଠରୀରେ ପରସ୍ପରର ବିପରୀତ ଦିଗରେ ବସୁଛନ୍ତି। ଘୁଲ ଘୁଲ ପଦର ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ଗୋଟିଏ କୋଠରୀରେ ଖୋଲା ଚଟାଣରେ ବସି ପାଠ ପଢୁଛନ୍ତି। ୫ଟି ଶ୍ରେଣୀ ପାଇଁ ଗୋଟିଏ କଳାପଟା ରହିଛି। ସେହି ବିଦ୍ୟାଳୟରେ କୌଣସି ଅଫିସ ରୁମ୍‌ ନ ଥିବାବେଳେ ପାଇଖାନା, ପାନୀୟ ଜଳ, ଖେଳପଡ଼ିଆ ସୁବିଧା ନାହିଁ। ଏପରି କି ଶ୍ରେଣୀଗୃହରେ ବେଞ୍ଚ ଓ ଡେସ୍କ ନାହିଁ। ବୌଦ୍ଧ ଜିଲାରେ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ରକୁ ଏଇ ୭ଟି ବିଦ୍ୟାଳୟକୁ ନମୁନା ଭାବେ ନେଇ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ବୌଦ୍ଧ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ନେଇ ଏକ ବୈଠକ କରି ତ୍ୱରିତ ପଦକ୍ଷେପ ନେବେ। ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଗ୍ରୀଷ୍ମ ଛୁଟିରେ ମରାମତିଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିରେ ଉକ୍ତ ୭ଟି ସ୍କୁଲରେ ଏନେଇ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ ସଚିବ କଡ଼ାକଡ଼ି ତଦାରଖ କରିବେ। ଏ ସମ୍ପର୍କରେ ପର୍ଯ୍ୟାୟକ୍ରମେ ଜିଲା ଶିକ୍ଷାଧିକାରୀ ବିଭାଗୀୟ ସଚିବଙ୍କୁ ଫଟୋଗ୍ରାଫ ପଠାଇ ଅବଗତ କରାଇବେ। ଏଥିସହ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କଠାରୁ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସୁବିଧା ଉପଲବ୍ଧ ହେଉଥିବା ସମ୍ପର୍କିତ ତଥ୍ୟ ଫଟୋଗ୍ରାଫ ସହିତ ସଂଗ୍ରହ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ ଯୋଜନା ପ୍ରସ୍ତୁତ କରି ଚଳିତ ବଜେଟ୍‌ରେ ହୋଇଥିବା ବ୍ୟୟ ବରାଦ ଅନୁସାରେ ଏସବୁ ସୁବିଧା କରାଇବାକୁ ସଚିବ ପଦକ୍ଷେପ ନେବେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟଗୁଡ଼ିକରେ ଷ୍ଟାଫ୍‌ ଓ ପିଲାଙ୍କ ସଂଖ୍ୟା ଉପରେ ଗୁରୁତ୍ୱ ଦେବାକୁ ଅଦାଲତ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ରହିଛି।
ହାଇକୋର୍ଟ ଲିଗାଲ ସର୍ଭିସ୍‌ କମିଟିର ସଚିବଙ୍କ ପକ୍ଷରୁ ରୁଜୁ ମାମଲାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ। ଆସନ୍ତା ଏପ୍ରିଲ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ପ୍ରଫୁଲ୍ଲ କୁମାର ରଥ ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସିନିୟର ଷ୍ଟାଣ୍ଡିଂ କାଉନ୍‌ସେଲ ଡି. ଆର. ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି. ଉଦୟଗିରି, ୨୧ା୧( ଡି.ଏନ୍‌.ଏ.): ବୋଲେରୋ ଓ ଅଟୋ ଧକ୍କାରେ ସୋମବାର କନ୍ଧମାଳ ଜିଲା ଜି. ଉଦୟଗିରିର ନିଳିମା ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭଉଣୀ ମୃତ, ମାମୁ-ଭାଣିଜୀ ଗୁରୁତର

ଠାକୁରମୁଣ୍ଡା,୧୧ା୬(ଡି.ଏନ୍‌.ଏ.): ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଶୁକ୍ରବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର୍‌ ଚଳାଉ ଥିବା...

ସେବାୟତଙ୍କ ଆବାସ ପାଇଁ ଜମି ଚିହ୍ନଟ

ପୁରୀ ଅଫିସ, ୩୦ା୭: ବହୁ ବର୍ଷ ଧରି ଆବାସ ପାଇଁ ପ୍ରତୀକ୍ଷାରତ ଶ୍ରୀମନ୍ଦିରର ଗରିବ ଓ ବାସହୀନ ସେବାୟତଙ୍କ ମନରେ ଆଶା ସଞ୍ଚାର ହୋଇଛି। ସେବାୟତ...

ରଶି ଲଗାଇ ଝୁଲି ପଡ଼ିଲେ ନବବଧୂ, ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଖଇରା,୧୨ା୬(ଡି.ଏନ୍‌.ଏ.): ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀ ଜୀବନ ହାରିଥିବା ବେଳେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରି ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।...

ଖଇରାର ଗୌରବ ଅବିନାଶ

ଖଇରା, ୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଗ୍ରାମର ଅବିନାଶ ଦଳେଇ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୧୭୧ନମ୍ବର ସ୍ଥାନରେ ରହି ଖଇରା...

କରୋନା ମୁକାବିଲା ପାଇଁ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର

ଢେଙ୍କାନାଳ ଅଫିସ, ୨୫।୭ – ଢେଙ୍କାନାଳ ଜିଲାରେ କରୋନା ମୁକାବିଲା ସକରାତ୍ମକ ରହିଛି। ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉନାହିଁ। ସିଂହଭାଗ...

ହଟ୍ଟକେଶରଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଚୋରି

ଖୋର୍ଦ୍ଧା ଅଫିସ,୨୬।୨: ଖୋର୍ଦ୍ଧା ବାଘମାରୀ ଅଟ୍ରୀସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟ୍ଟକେଶର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ଦାନବାକ୍ସ ଚୋରି ହୋଇଛି। ଦୁଇ ଦୁର୍ବୃତ୍ତ...

ଏମକେସିଜିରେ ପୁଣି ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୧୦।୪: କରୋନା ଭାଇରସ ଆତଙ୍କ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଡାର ମୁକାବିଲା ଲାଗି ସରକାର ସାରା ଦେଶରେ ଲକ୍‌ ଡାଉନ...

Advertisement
Archives

Model This Week