Posted inଜାତୀୟ

ଏମ୍‌ପିରେ ବଢୁଛି ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କ ସଂଖ୍ୟା

ଭୋପାଳ,୧।୩: ଆମେରିକାର ନ୍ୟାଶନାଲ ସେଣ୍ଟର ଫର୍‌ ମିସିଙ୍ଗ୍‌ ଆଣ୍ଡ୍‌ ଏକ୍ସପ୍ଲୋଏଟେଡ୍‌ ଚିଲ୍‌ଡ୍ରେନ୍‌ (ଏନ୍‌ସିଏମ୍‌ଇସି) ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟପ୍ରଦେଶରୁ ୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନେ ଶିଶୁ ଯୌନ ଉତ୍ପୀଡ଼ନ ସାମଗ୍ରୀ (ସିଏସ୍‌ଏଏମ୍‌), ପର୍ନୋଗ୍ରାଫି ଏବଂ ଅନ୍‌ଲାଇନ୍‌ ଜରିଆରେ ଶିଶୁଙ୍କୁ ପ୍ରଲୋଭିତ କରିବା ଭଳି କାର୍ଯ୍ୟରେ ଲିପ୍ତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏମାନଙ୍କ ମଧ୍ୟରୁ ୪,୦୦୦ ଜଣଙ୍କ ନାମତାଲିକା ୧୦ ଜିଲାକୁ ପଠାଯାଇଛି। ଇନ୍ଦୋରରେ ୨,୦୦୦ ମାମଲା, ଭୋପାଳରେ ୧୦୦୦ ଏବଂ ଏମ୍‌ପିର ଅନ୍ୟ ସହରରେ ୫୦୦ରୁ ୬୦୦ ମାମଲା ରହିଛି। କେନ୍ଦ୍ରୀୟ ଗୋଇନ୍ଦା ପକ୍ଷରୁ ହସ୍ତଗତ ଏନ୍‌ସିଏମ୍‌ଇସି ସାଇବର ଟିପ୍‌ଲାଇନ୍‌ ଡେଟା ଆଧାରରେ ଏମ୍‌ପି ପୋଲିସ ଅଭିଯୁକ୍ତଙ୍କ ଚିହ୍ନଟ କରିବା ସକାଶେ ବଡ଼ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟ ଗୃହ ବିଭାଗର ସୂଚନା ଅନୁସାରେ ଗିରଫ ନେଇ ଅଭିଯୁକ୍ତଙ୍କ ଏକ ନାମ ତାଲିକା ରାଜ୍ୟ ସାଇବର ସେଲ ହେଡ୍‌କ୍ୱାର୍ଟରରୁ ୧୦ ଜିଲାକୁ ପଠାସରିଛି। ସିଏସ୍‌ଏଏମ୍‌ ଅପ୍‌ଲୋଡ୍‌ ନେଇ ଏମ୍‌ପି ଶୀର୍ଷରେ ରହିଛି। ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ ହେଉଥିବା ପର୍ନୋଗ୍ରାଫିରେ ଏମ୍‌ପିର କୌଣସି ଝିଅଙ୍କର ସମ୍ପୃକ୍ତି ନ ଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସିଏସ୍‌ଏଏମ୍‌ ଅଭିଯୋଗରେ ଗତବର୍ଷ ୫୦ ଜଣଙ୍କୁ ଗିରଫ କରାଯାଇଛି।
୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କରିଥିବା ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ନେଇ ଗତ ୨୦୧୭ରେ ଏମ୍‌ପି ସରକାର ବିଧାନସଭାରେ ନୂଆ ବିଧେୟ ପାସ୍‌ କରିଥିଲେ। ଆମେରିକୀୟ ଏଜେନ୍ସି ନ୍ୟାଶନାଲ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ସହ ମିଳିତ ଭାବେ ଭାରତ ‘ସାଇବର ଟିପ୍‌ଲାଇନ୍‌’ ରିପୋର୍ଟ ନେଇ ୨୦୧୯ ଫେବୃୟାରୀ ୨୯ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଯୌନ ଉତ୍ପୀଡ଼ନା ନେଇ ସନ୍ଦେହ ଉପୁଜିଲେ ଶିଶୁ ଏବଂ ସେମାନଙ୍କ ଅଭିଭାବକ ସାଇବର ଟିପ୍‌ଲାଇନ୍‌ ଜରିଆରେ ଅଭିଯୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri