୭ ଟ୍ରମା କେୟାର ଫାସିଲିଟି କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୪ା୧୦: ରାଜ୍ୟରେ ପ୍ରତିବର୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟୁଛି। ମୃତ୍ୟୁହାର ୪୮%, ଯାହାକି ସାରା ଭାରତ ବର୍ଷରେ ସର୍ବାଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ଏହି ମୃତ୍ୟୁହାରକୁ ୧୦%କୁ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ଜାତୀୟ ରାଜପଥ ପ୍ରାଧିକରଣ, ରୋଡ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ, ଏନଫୋର୍ସ ଏଜେନ୍ସି, ପୋଲିସ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ପ୍ରତି ଜିଲାରେ କିମ୍ବା ୫୦ କିମି ଦୂରତା ମଧ୍ୟରେ ଏକ ଟ୍ରମା କେୟାର ଫାସିଲିଟି (ଟିସିଏଫ୍‌) ପ୍ରତିଷ୍ଠା କରିବାକୁ କମିଟି ଗୁରୁତ୍ୱାରୋପ କରିଛି। ଏହି କ୍ରମରେ ରାଜ୍ୟରେ ନିର୍ମାଣାଧୀନ ୭ ଟିସିଏଫ୍‌ ଯେତେ ଶୀଘ୍ର କାର୍ଯ୍ୟକ୍ଷମ ହେବ, ସେହି ଅନୁପାତରେ ମୃତକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଶା କରାଯାଇଛି। ତେଣୁ ନିର୍ମାଣାଧୀନ ଉକ୍ତ ପ୍ରକଳ୍ପଗୁଡିକୁ ଶୀଘ୍ର ସାରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ରମା କେୟାର ସମୀକ୍ଷା ବୈଠକରେ ପରାମର୍ଶ ଦିଆଯାଇଛି।
ଓଡ଼ିଶାର ସିଆଇଡି ଓ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୨୨ ଜାନୁୟାରୀରୁ ଜୁନ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ଗତବର୍ଷ ଅପେକ୍ଷା ୧୧% ବୃଦ୍ଧି ଘଟିଛି। ରିପୋର୍ଟ ଅନୁସାରେ ୨୦୨୦ ଅପେକ୍ଷା ୨୦୨୧ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୭.୨୪% ବୃଦ୍ଧି ପାଇଥିଲା। ୨୦୨୦ରେ ମୋଟ ୯୮୧୭ଟି ଦୁର୍ଘଟଣାରୁ ୪୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ୨୦୨୧ରେ ମୃତ୍ୟୁ ସଂଖ୍ୟା ୫୦୮୧ରେ ପହଞ୍ଚିଥିଲା। ଏଥିରୁ ବିଭିନ୍ନ ସମୟରେ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକର ନିଷ୍ପତ୍ତିଗୁଡିକୁ ଉପଯୁକ୍ତ ଭାବେ ପାଳନ କରାଯାଉ ନ ଥିବା ସ୍ପଷ୍ଟ ମନେହେଉଛି। ଏହାକୁ ନେଇ ବାଣିଜ୍ୟ ଓ ପରିବହନ (ସି ଆଣ୍ଡ ଟି) ବିଭାଗ ପକ୍ଷରୁ ଦୁର୍ଘଟଣା ହ୍ରାସ କରିବାକୁ ବୈଷୟିକ, ଚଢାଉ, ଶିକ୍ଷା ଏବଂ ଟ୍ରମା କେୟାର ଫାସିଲିଟିରେ ଜରୁରିକାଳୀନ ଚିକିତ୍ସା ସେବା ଆଦି ତ୍ରୁଟି ଉପରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ନିର୍ମାଣାଧୀନ ଏକାଧିକ ରାସ୍ତା କାମରେ ବିଳମ୍ବ, ଅତି ଖରାପ ରାସ୍ତା ଏବଂ ନୈରାଶ୍ୟଜନକ ରାସ୍ତା ମରାମତି ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧିର କାରଣ ବୋଲି ପରିଷଦ ପକ୍ଷରୁ ମତପ୍ରକାଶ ପାଇଛି। ଏହି କ୍ରମରେ ନିର୍ମାଣାଧୀନ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଖରାପ ଅବସ୍ଥା ଥିବା ରାସ୍ତା ତୁରନ୍ତ ମରାମତି କରିବାକୁ ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ର ସିଜିଏମ୍‌ଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ୧୬ା୯ା୨୦୨୨ ପରିଷଦ ବୈଠକର ଉପରୋକ୍ତ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରିବାକୁ ସି ଆଣ୍ଡ ଟି ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ୨୭ା୯ା୨୦୨୨ରେ କଟକ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହିସବୁ ନିଷ୍ପତ୍ତି କାର୍ଯ୍ୟକାରିତା ଉପରେ ବିଭାଗୀୟ କାର୍ଯ୍ୟଦକ୍ଷତା ଏବଂ ସ୍ବଚ୍ଛତା ନିର୍ଭର କରିବ ବୋଲି ମତପ୍ରକାଶ ପାଇଛି। ଦୁର୍ଘଟଣାଜନିତ ଗୁରୁତର ଆହତମାନଙ୍କୁ ଠିକ ସମୟରେ ଟ୍ରମା କେୟାରରେ ଚିକିତ୍ସା କରାଗଲେ ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। କିନ୍ତୁ ରାଜ୍ୟରେ ବର୍ତ୍ତମାନ ମାତ୍ର ୪୪ଟି ଟ୍ରମା କେୟାର ସେଣ୍ଟର ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ରାଜଧାନୀ ହସ୍ପିଟାଲରେ ଏଲ ଆଣ୍ଡ ଟି ପକ୍ଷରୁ ଗୃହ ନିର୍ମାଣ ହେଉଥିବାବେଳେ ଯାଜପୁର ଜିଲା ପାଣିକୋଇଲିଠାରେ ନିର୍ମାଣାଧୀନ ଗୃହ କାମ ୫୦% ସରିଛି। ନୂଆପଡ଼ାରେ ଏଯାଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ରାୟଗଡ଼ାର ନିର୍ମାଣ କାମ ନିମିଟାଲ ପର୍ଯ୍ୟନ୍ତ ହୋଇଛି। ଏହାସହ ନୂତନ ମେଡିକାଲ କଲେଜରେ ୨୫ଟି ଲେଖାଏ ଟ୍ରମା କେୟାର ବେଡ ସୁବିଧା କରାଯିବ। କଟକ ମେଡିକାଲ କଲେଜ ଏବଂ ଏମ୍ସରେ ମଧ୍ୟ ଟ୍ରମା କେୟାର ୟୁନିଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଯେଉଁସବୁ ନିଷ୍ପତ୍ତି ଗ୍ରହଣ କରାଯାଉଛି, ସେସବୁର କାମ ମନ୍ଥର ଗତିରେ ଚାଲିଥିବାରୁ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ହ୍ରାସ ଲକ୍ଷ୍ୟ ପରାହତ ହେଉଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?