ଉଦ୍‌ଘାଟନର ୭ମାସ ପରେ ରାସ୍ତା ଫାଟି ଆଁ

ଝରିଗାଁ, ୪ା୭(ସ୍ବ.ପ୍ର.):  ଦୁର୍ଗମ ଅଞ୍ଚଳର ବିକାଶ ତଥା ପକ୍କାରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଉପାନ୍ତ ଯୋଜନା ରହିଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବହୁ ଦୁର୍ଗମ ଇଲାକାକୁ ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ପ୍ରଚେଷ୍ଟାରେ ରାସ୍ତା ହୋଇଛି। କିନ୍ତୁ ଡିଆର୍‌ଡିଏ ବିଭାଗର ତଦାରଖ ଅଭାବ ଯୋଗୁ ଉଦ୍‌ଘାଟନର ୭ ମାସ ପରେ କଂକ୍ରିଟ୍‌ ରାସ୍ତା ଫାଟି ଆଁ ହୋଇଛି। ଏଥିସହ ଚଳିତ ବର୍ଷାରେ ବହୁ ସ୍ଥାନରେ କଂକ୍ରିଟ୍‌ ରାସ୍ତା ତଳୁ ମାଟି ଖସିଯାଇଛି। ଫଳରେ ସେହି ରାସ୍ତାରେ କୌଣସି ଭାରିଯାନ ଧରି ଯାତାୟାତ କରିବା ବିପଦସଙ୍କୁଳ ବୋଲି ଗ୍ରାମବାସୀ କହିଛନ୍ତି। ସେହିପରି ନବନିର୍ମିତ ସେତୁର ଚାରି ପାର୍ଶ୍ୱରେ ଖାଲ ରହିଛି। ଏହା କେବିଡିରୁ କରାଡଙ୍ଗରୀ ରାସ୍ତାର ଦୃଶ୍ୟ।
୨୦୧୯ରେ ରାଜ୍ୟ ସରକାରଙ୍କ ଉପାନ୍ତ ଯୋଜନାରେ କେବିଡି-କରାଡଙ୍ଗରୀ ରାସ୍ତା ନିର୍ମାଣ କରାଯିବା ସକାଶେ ୧କୋଟି ୫୫ ଲକ୍ଷ ୬୯ ହଜାର ୪୮୬ଟଙ୍କା ଚୁକ୍ତିନାମା ମୂଲ୍ୟ ରହିଛି। ଏହି ରାସ୍ତା ହେବା ଦ୍ୱାରା ଚିକିଲି, କର୍ଲାମାଲ, କରାଡଙ୍ଗରୀ, କେବିଡି, ଧୁମାମ୍‌, ଗୋଇଚଚରା ଆଦି ଗ୍ରାମର ଲୋକେ ଉପକୃତ ହୋଇପାରିଛନ୍ତି। ସେହି ରାସ୍ତାରେ ରହିଥିବା ବଞ୍ଜାରି ନଦୀରେ ଏକ ସେତୁ ନିର୍ମାଣ କରାଯାଇଛି। ସେତୁର ୪୩.୭୧ ମିଟର ଲମ୍ବ ଏବଂ ୭.୫୦ ମିଟର ପ୍ରସ୍ଥ ରହିଛି। ଏହାର ବ୍ୟୟ ଅଟକଳ ୧କୋଟି ୭୯ ଲକ୍ଷ ୫୯ହଜାର ୭୩୧ ଟଙ୍କା। ଉପାନ୍ତ ଯୋଜନାରେ ହୋଇଥିବା ଉକ୍ତ ସେତୁଟି ଏମ୍‌ପି ରମେଶ ଚନ୍ଦ୍ର ମାଝି ଏବଂ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝିଙ୍କ ଦ୍ୱାରା ଚଳିତ ବର୍ଷ ଜାନୁୟାରୀ ୪ ତାରିଖରେ ଉଦ୍‌ଘାଟନ କରାଯାଇଥିଲା। ହେଲେ ଏହାର ୭ ମାସ ପରେ ସେତୁଟିର ଚତୁଃପାର୍ଶ୍ୱରେ ମାଟି ଖସି ଖାଲ ସୃଷ୍ଟି ହୋଇଛି। ଫଳରେ ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାକୁ ଆପଣାଇବା ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି ନିଜ ମତ ରଖିଛନ୍ତି। ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନ୍ତୁନି କିଷାନଙ୍କୁ ପଚାରିବାରୁ, ଘଟଣା ସମ୍ପର୍କରେ ଅବଗତ ହେଲି, ସମସ୍ୟାକୁ ନେଟ୍‌ କରୁଛି। ତୁରନ୍ତ କିପରି ଏହାର ସମାଧାନ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri