Posted inଖେଳ

ପ୍ରତି ଘଣ୍ଟାକୁ ଏତିକି ଟଙ୍କା କମାନ୍ତି ଭାରତୀୟ କ୍ରିକେଟର୍‌: ଦ୍ୱିଶତକ ମାରିଲେ ମାଲାମାଲ୍‌

ଭାରତୀୟ କ୍ରିକେଟ୍‌ କଣ୍ଟ୍ରେଲ୍‌ ବୋର୍ଡ(ବିସିସିଆଇ)କୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ କୁହାଯାଏ। ବିସିସିଆଇ ଖେଳାଳିମାନଙ୍କୁ କୋଟି କୋଟି ଟଙ୍କା ବେତନ ଆକାରରେ ଦେଇଥାଏ। ପ୍ରତ୍ୟେକ ଖେଳାଳିଙ୍କୁ ବାର୍ଷିକ ଚୁକ୍ତି ହିସାବରେ ଟଙ୍କା ଦିଆଯାଇଥାଏ। ବୋର୍ଡ ଖେଳାଳିଙ୍କୁ ୪ଟି ଗ୍ରେଡ୍‌ରେ ବିଭକ୍ତ କରିଛି। ଗ୍ରେଡ୍‌ ଏ+, ଗ୍ରେଡ୍‌ ଏ, ଗ୍ରେଡ୍‌ ବି ଏବଂ ଗ୍ରେଡ୍‌ ସି। ଗ୍ରେଡ୍‌ ଏ+ ଖେଳାଳି ପ୍ରତିର୍ଷ ୭ କୋଟି ପାଉଥିବାବେଳେ ଗ୍ରେଡ ଏ ଖେଳାଳି ୫ କୋଟି, ଗ୍ରେଡ୍‌ ବି ଖେଳାଳି ୩ କୋଟି, ଗ୍ରେଡ୍‌ ସି ୧ କୋଟି ଟଙ୍କା ପାଇଥାନ୍ତି। ଏହି ରାଶି ଖେଳାଳିମାନଙ୍କୁ ପ୍ରତିବର୍ଷ ମିଳିବା ଥୟ। ସେମାନେ ମ୍ୟାଚ୍‌ ଖେଳନ୍ତୁ ଅବା ନ ଖେଳନ୍ତୁ। ଏହି ଟଙ୍କା ବ୍ୟତୀତ ଖେଳାଳିମାନଙ୍କୁ ମ୍ୟାଚ୍‌ ପିଛା ଫିସ୍‌ ମିଳିଥାଏ। କୁହାଯାଏ, ପ୍ରତି ଘଣ୍ଟାରେ ଅନ୍ତର୍ଜାତୀୟ ଭାରତୀୟ ଖେଳାଳି ୧ ଲକ୍ଷ ଟଙ୍କା କମାନ୍ତି। ଖେଳାଳି ଗୋଟିଏ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଗୋଟିଏ ଏକଦିବସୀୟ ୬ ଲକ୍ଷ ଏବଂ ଗୋଟିଏ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ନେଇଥାନ୍ତି। ଯଦି କୌଣସି ଖେଳାଳି ଶେଷ ଏକାଦଶରେ ସ୍ଥାନ ପାଆନ୍ତି ନାହିଁ ତେବେ ଏହି ରାଶିର ଅଧା ସେମାନଙ୍କୁ ମିଳିଥାଏ। ଖେଳାଳିମାନଙ୍କୁ ଏହା ବାଦ୍‌ ମଧ୍ୟ ଟଙ୍କା ମିଳିଥାଏ। ଏହାକୁ ବୋନସ୍‌ ଟଙ୍କା ମଧ୍ୟ କୁହାଯାଇଥାଏ। କୌଣସି ଐତିହାସିକ ଟେଷ୍ଟ ବିଜୟ ପରେ ଖେଳାଳିମାନଙ୍କୁ ଏହି ବୋନସ ଟଙ୍କା ଦିଆଯାଏ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ଆକାଶ ଚୋପ୍ରା ଏହା ସହ ଜଡିତ କିଛି ରୋଚକ ତଥ୍ୟ ଦେଇଛନ୍ତି। ଯଦି ଜଣେ ଖେଳାଳି ଦ୍ୱିଶତକ ସ୍କୋର କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୭ଲକ୍ଷ ଟଙ୍କା ମିଳିବ। ଏକ ଶତକ ସ୍କୋର କରିବାବେଳେ ୫ ଲକ୍ଷ ଟଙ୍କା ମିଳିଥାଏ। ଯଦି ଜଣେ ବୋଲର ୫ ଉଇକେଟ ନିଅନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ବୋନସ ମିଳିବ। ଏହି ଟଙ୍କା ମ୍ୟାଚ ଫି ର ଅଂଶ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଥର ସ୍ବାମୀଙ୍କ ଖେଳ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଏହି ଖେଳାଳିଙ୍କ ସ୍ତ୍ରୀ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ମିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ୮ ଉଇକେଟରେ...

ଭାରତ ଗସ୍ତରେ ଆସିବନି ଏହି କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ, ୨୩।୭(ପି.ଟି.): କୋଭିଡ୍‌- ୧୯ ମହାମାରୀ କାରରରୁ ନ୍ୟୁଜିଲାଣ୍ଡ-ଏ’ ଦଳର ଭାରତ ଗସ୍ତ ମଧ୍ୟ ବାତିଲ ହୋଇଛି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖପାତ୍ର ରିଚାର୍ଡ...

ଏହି କ୍ରିକେଟର୍‌ଙ୍କୁ ‘ଆତଙ୍କବାଦୀ’ କହି ଚିଡାଉଥିଲେ ଲୋକେ, ବ୍ୟାଟ୍‌ରେ ଦେଇଥିଲେ ଜବାବ୍‌

ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ହାସିମ ଆମଲା ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ପଡ଼ିଆରେ ସର୍ବଦା ଶାନ୍ତ ରହୁଥିବା ଆମଲା ପ୍ରାୟ ୧୫ ବର୍ଷ...

ପ୍ରଥମ ଟି୨୦: ବର୍ଷା ପାକିସ୍ତାନକୁ ରକ୍ଷା କଲା

ସିଡ୍‌ନୀ,୩।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପାକିସ୍ତାନ ଏକ ନିଶ୍ଚିତ ପରାଜୟରୁ ରକ୍ଷା ପାଇଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା...

ସିଡ୍‌ନୀ ଟେଷ୍ଟକୁ ପ୍ରଭାବିତ କରିପାରେ ଧୂଆଁ

ସିଡ୍‌ନୀ,୧।୧(ଏପି)- ନ୍ୟୁ ସାଉଥ୍‌ ଓ୍ବେଲ୍ସ ଜଙ୍ଗଲରେ ନିଆଁ ଲାଗିଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପ୍ରଭାବିତ ହେବାର...

ଚାମ୍ପିୟନ୍ସ ଲିଗ୍‌: ଫାଇନାଲ ଆୟୋଜନ ପାଇଁ ପର୍ତ୍ତୁଗାଲ, ଜର୍ମାନୀ ଆଗ୍ରହୀ

ମ୍ୟୁନିକ୍‌, ୫ା୬ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଆୟୋଜନ ଦୌଡ଼ରେ ରହିଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ଓ ପର୍ତ୍ତୁଗାଲ। ପ୍ରକୃତରେ ଏହା ଇସ୍ତାନବୁଲ୍‌ରେ କରାଯିବା ଲାଗି ସ୍ଥିର...

ଛକା ମାରିବାରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ

ସାଉଥାମ୍ପଟନ, ୫।୮: ଆୟର୍ଲାଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୭ ଉଇକେଟ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି...

ବାଂଲାଦେଶ ସିରିଜ ବିଜୟୀ

ଢାକା, ୨୬।୫-ମୁଶ୍‌ଫିକର ରହିମଙ୍କ ଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶ ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ...

Ten Cric Info
Advertisement


Archives

Model This Week

Why Dharitri