Posted inଫୁରସତ

ହାଜତରେ ୭ କୁକୁର

ଲଣ୍ଡନ: ସବୁବେଳେ ଅପରାଧୀଙ୍କୁ ପୋଲିସ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିଥାନ୍ତି। କିନ୍ତୁ ସେଠାରେ ଅଭିଯୁକ୍ତ ଜଣେ ମହିଳା କିମ୍ବା ପୁରୁଷ ହୋଇଥାଏ। ତେବେ ଇଂଲଣ୍ଡରେ ୭ କୁକୁରକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଗୁରୁବାର ଇଂଲଣ୍ଡର ସୁରେରେ କିଛି କୁକୁର ଲୋକଙ୍କ ଆକ୍ରମଣ କରୁଥିବା ଖବର ମିଳିଥିଲା। ସେଥିରେ ଜଣେ ୨୦ ବର୍ଷିୟା ଯୁବତୀଙ୍କୁ କୁକୁର କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ମହିଳା କୁକୁରର ଆକ୍ରମଣର ଶିକାର ହୋଇ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି। ନ୍ୟାଶନାଲ ପୋଲିସ ଏୟାର ସର୍ଭିସ ସେଠାରେ ପହଞ୍ଚି ପରିସ୍ଥିତିକୁ କାବୁ କରିଥିଲେ। ଏଥିରେ ସୁରେ ପୋଲିସ ୭ କୁକୁରକୁ କାବୁ କରି ହାଜତକୁ ନେଇଛି। ତେବେ କୁକୁରକୁ ମଣିଷ ଅଧିକ ଭରସା କରଥାନ୍ତି। ହେଲେ ଏପରି ଘଟଣା ପରେ ସେଠାରେ କୁକୁର ପ୍ରତି ଲୋକଙ୍କ ଭୟ ବଢିଯାଇଛି। ସବୁ କୁକୁରଙ୍କୁ ଯାଞ୍ଚ କରାଯାଉଥିବାବେଳେ ଅଞ୍ଚଳର ସମସ୍ତଙ୍କୁ ଘରେ ତାଲା ପକାଇବାରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri