କରୋନାରୁ ସୁସ୍ଥ ହୋଇଛନ୍ତି କି.. ୭ ଦିନ ପର୍ଯ୍ୟନ୍ତ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ..

ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏଥିପ୍ରତି ଅଧିକ ସତର୍କ ରହିବା ଜରୁରୀ। ଶୀତଦିନ ପ୍ରାରମ୍ଭରେ ଥଣ୍ଡାଜ୍ୱରର ସମସ୍ୟା ସାଧାରଣ ହୋଇଥିବା ହେତୁ କୋଭିଡରେ ସଂକ୍ରମଣ ହେବାର ଆଶଙ୍କା ରହୁଛି। ଅପରପକ୍ଷେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ସାବଧାନ ରହିବା ଉଚିତ। କାରଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୋଭିଡ୍‌ ନେଗେଟିଭ୍‌ ଆସିବା ପରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଜଣେ ବ୍ୟକ୍ତିଙ୍କୁ ଅଧିକ ସମୟ ଲାଗିପାରେ। ବିଶେଷକରି ଲକ୍ଷଣ ପ୍ରକାଶ ପାଇଥିବା ରୋଗୀମାନେ ସୁସ୍ଥ ହେବାର ୭ ଦିନ ପର୍ଯ୍ୟନ୍ତ ଆରାମ କରିବା ଉଚିତ।

ବ୍ୟାୟାମ କମ୍‌ କରନ୍ତୁ(୫୦% କମ୍‌):
ଜର୍ମାନୀରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ କୋଭିଡ୍‌ ସଂକ୍ରମିତଙ୍କ ଦେହରେ ମାୟୋକାର୍ଡିସ ରୋଗର ସମ୍ଭାବନା ବଢ଼ୁଛି। ଏହା ହାର୍ଟ ସହ ଏଥିରେ ସଂଲଗ୍ନ ଅଂଶକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ହୃଦ ସ୍ପନ୍ଦନ କ୍ଷମତା କମ୍‌ ହୋଇଥାଏ। ଏଣୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଲୋକ ଧିରେ ଧିରେ ଶରୀରର କ୍ଷମତାନୁଯାୟୀ ବ୍ୟାୟାମ କରିବା ଉଚିତ।
ଏହାଛଡ଼ା କଫ, ଜ୍ୱର, ନିଶ୍ୱାସ ନେବାରେ ଅସୁବିଧା ହେଉଥିବା, ଛାତିରେ ଯନ୍ତ୍ରଣା ଆଦି ଥିବା ବ୍ୟକ୍ତିମାନେ ବ୍ୟାୟାମ କରିବାରୁ ବଞ୍ଚିତ ହେବା ଉଚିତ। ଏପରିକି ସାମାନ୍ୟ ଲକ୍ଷଣ ଥିବା ରୋଗୀ ବ୍ୟାୟାମ କରିବା ଆଗରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଚିନ୍ତା ବଢ଼ାଏ ମେଦ

ମେଦ ବା ଓଜନ ବୃଦ୍ଧି ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ଅସନ୍ତୁଳିତ ଖାଦ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। ହେଲେ ଏହି ତାଲିକାରେ ନିକଟରେ ଏକ...

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ମୁଗଡାଲି ପାଣିରେ ରହିଛି ଏସବୁ ଉପକାରୀ ଗୁଣ

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

କେବେହେଲେ ଘରେ ଲଗାନ୍ତୁ ନାହିଁ ଏସବୁ ଗଛ: ଲାଗି ରହିବ ଝଗଡ଼ା, ସ୍ବାସ୍ଥ୍ୟଗତ ସମସ୍ୟାରେ…

ଏପରି କିଛି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏଣୁ ଏହାକୁ କେବେହେଲେ ଘରେ...

ପଢ଼ା ସହ ଜବ୍‌

ପାଠପଢ଼ା ପରେ ଭଲ ଜବ୍‌ଟିଏ ପାଇବାର ଲକ୍ଷ୍ୟ କାହାର ବା ନ ଥାଏ! ହେଲେ କେବେ ଜଣେ ଭଲ ଶିକ୍ଷାର୍ଥୀକୁ ସଫଳ ହେବାରେ ଅର୍ଥ ବାଧକ...

ମାନବ ବିବର୍ତ୍ତନ ବୀକ୍ଷଣ

କିଏ ପାଇଛନ୍ତି: ସୁଇଡେନ୍‌ର ଷ୍ଟକ୍‌ହୋମ୍‌ରେ ଜନ୍ମିତ ଏବଂ ୬୭ ବର୍ଷ ବୟସ୍କ ସ୍ବାଣ୍ଟେ ପାବୋ ଚଳିତ ବର୍ଷ ଲାଗି ଶରୀର ବିଜ୍ଞାନ ବା ଭେଷଜ ବିଜ୍ଞାନରେ...

ବିପଦରେ ମହିଳା

ଆସନ୍ତା ୪ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ୱ କର୍କଟ ଦିବସ। ତେବେ ଏହି ଅବସରରେ ମହିଳାଙ୍କ ଜୀବନ ପ୍ରତି ବିପଦସୃଷ୍ଟି କରୁଥିବା ସର୍ଭାଇକାଲ୍‌ କ୍ୟାନ୍ସରର...

ଘରକରଣା

ଏକ କପ୍‌ ପଇଡ ପାଣିରେ ଦୁଇଟି ବ୍ରେଡ ଓ ଏକ ଚାମଚ ଚିନି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ମିଶ୍ରଣକୁ ଇଡ୍‌ଲି ମିଶ୍ରଣରେ ମିଶାଇଲେ...

Advertisement
Archives

Model This Week