ଶ୍ରୀଦେବୀଙ୍କ ଜୀବନୀ ଉପରେ ଆସିବ ପୁସ୍ତକ

ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରୀଦେବୀ ଥିଲେ ଅନ୍ୟତମ। ସେ ନିଜର ଚମତ୍କାର କ୍ୟାରିୟର ଏବଂ ସୌନ୍ଦର୍ଯ୍ୟ ଜରିଆରେ ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ। ଦୁର୍ଭାଗ୍ୟବଶତଃ ୨୦୧୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ମୃତିରେ ‘ଶ୍ରୀଦେବୀ – ଦି ଲାଇଫ ଅଫ ଲିଜେଣ୍ଡ’ ନାମକ ଏକ ପୁସ୍ତକ ରଚନା କରାଯିବ ବୋଲି ଘୋଷଣା କରିଥିଲା। ଏହି ପୁସ୍ତକ ଶ୍ରୀଦେବୀଙ୍କ ଜୀବନ ଏବଂ କ୍ୟାରିୟରର ପ୍ରମୁଖ ଦିଗକୁ ସାମ୍ନାକୁ ଆଣିବ।
‘ଶ୍ରୀଦେବୀ – ଦି ଲାଇଫ ଅଫ ଲିଜେଣ୍ଡ’ ଘୋଷଣା ହେବା ଦିନଠାରୁ ଶ୍ରୀଦେବୀଙ୍କ ପ୍ରଶଂସକମାନେ ଏହି ପୁସ୍ତକ ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଏହି ପୁସ୍ତକ ରିଲିଜ ସମ୍ବନ୍ଧରେ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଏକ ବଡ ଅପଡେଟ ଦେଇଛନ୍ତି। ଶ୍ରୀଦେବୀଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉପରେ କାମ ଚାଲିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ରିଲିଜ୍‌ ହେବ ବୋଲି ବୋନି ଘୋଷଣା କରିଛନ୍ତି।
ବୋନି ଟୁଇଟ୍‌ ଯୋଗେ କହିଛନ୍ତି, ଶ୍ରୀଦେବୀ ପ୍ରକୃତିର ଶକ୍ତି ଥିଲେ। ସେ ମଧ୍ୟ ଜଣେ ନିର୍ଭୀକ ବ୍ୟକ୍ତି ଥିଲେ। ‘ଶ୍ରୀଦେବୀ – ଦି ଲାଇଫ ଅଫ ଲିଜେଣ୍ଡ’ ପୁସ୍ତକ ଲେଖିଥିବା ଧୀରଜ କୁମାର ହେଉଛନ୍ତି ସେହି ବ୍ୟକ୍ତି ଯାହାକୁ ଶ୍ରୀଦେବୀ ତାଙ୍କ ପରିବାର ଭାବରେ ବିବେଚନା କରିଥିଲେ। ସେ ଜଣେ ଗବେଷକ ଏବଂ ଲେଖକ। ଆମେ ଖୁସି ଯେ, ସେ ଶ୍ରୀଦେବୀଙ୍କ ଅତିରିକ୍ତ ସାଧାରଣ ଜୀବନ ପାଇଁ ଏକ ପୁସ୍ତକ ଲେଖୁଛନ୍ତି। ଏହି ପୁସ୍ତକ ୱେଷ୍ଟଲ୍ୟାଣ୍ଡ ବୁକ ଦ୍ୱାରା ପ୍ରକାଶିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?