୭,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟାଟା ପାଓ୍ବାର: କଂଗ୍ରେସ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲୋକେ ମହମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ୭,୫୦୦ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଟାଟା ପାୱାର ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ମୃତିରଞ୍ଜନ କହିଛନ୍ତି, ବିଦ୍ୟୁତ୍‌ ବିଭାଗ ଜୁନ ୨୦୨୦ରେ ଘରୋଇକରଣ କରି ଟାଟା ପାୱାରକୁ ବିଦ୍ୟୁତ୍‌ ବିତରଣର ଦାୟିତ୍ୱ ଦେଇଥିଲେ। ପୂର୍ବରୁ ଦାୟିତ୍ୱ ତୁଲାଉଥିବା ବିତରଣ କମ୍ପାନୀ ସେସୁ ଅଧୀନ ଫ୍ରାଞ୍ଚାଇଜ କର୍ମଚାରୀ ପାଖାପାଖି ୭୫୦୦ (ମିଟର ରିଡର, ବିଲ୍‌ କଲେକ୍ଟର, ଲାଇନମ୍ୟାନ୍‌, ହେଲ୍‌ପର, ଜେଇ, ଏସ୍‌ଡିଓ) ପଦବୀରେ ଅବସ୍ଥାପିତ ଥିବା କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହି କର୍ମଚାରୀ ୧୦ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ (ଫନୀ, ଫାଇଲିନ, ହୁଡ୍‌ହୁଡ୍‌, ଅମ୍ଫନ) ସମୟରେ ରାଜ୍ୟର ଜନସାଧାରଣଙ୍କୁ ସଫଳତାର ସହ ସେବା ଯୋଗାଇ ଆସୁଥିଲେ। କୋଭିଡ୍‌-୧୯ର ପ୍ରଥମ ଲହରରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପାଦନ କରିଥିଲେ। ସବୁଠୁ ବଡ଼ କଥା ହେଉଛି ଦେବାଳିଆରେ ଚାଲିଥିବା ସଂସ୍ଥା, ଯାହାର କ୍ଷତି ୬୦ ପ୍ରତିଶତ ଥିଲା ତାକୁ ଲାଭଜନକ ସ୍ଥିତିରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯୋଦ୍ଧାମାନଙ୍କ ଜୀବିକାକୁ କେତେଜଣ ଅମଲାତନ୍ତ୍ର ଅଫିସର, ଓଇଆର୍‌ସି କର୍ତ୍ତ୍‌ୃପକ୍ଷ ଏବଂ ରାଜ୍ୟ ସରକାର ମିଳିମିଶି ଛଡ଼େଇ ନେଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଯୁବକଂଗ୍ରେସ ଏହି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଜଣାଇ ଟାଟା ଅଫିସ, ଓଇଆର୍‌ସି ଅଫିସ, ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି। କିନ୍ତୁ ସରକାର ତାଙ୍କ ଅହଂକାରରେ ଅନ୍ଧ ହୋଇ ଏହି ଦାବିକୁ ଗ୍ରହଣ କରୁନାହାନ୍ତି। ଏହି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଲଢ଼େଇକୁ ଆହୁରି ଜୋର୍‌ଦାର କରିବ। ୧୫ ଦିନ ଭିତରେ ନିଯୁକ୍ତି ନ ମିଳିଲେ ରାଜ୍ୟ ସାରା ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ସହିତ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀଙ୍କୁ ରାସ୍ତାରେ ଚଲେଇ ଦିଆଯିବ ନାହିଁ ଏବଂ ଏହା ସହିତ ଟାଟା ପାୱାର ଅଫିସକୁ ଅଚଳ କରିଦିଆଯିବ ବୋଲି ଯୁବ କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri