୭,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟାଟା ପାଓ୍ବାର: କଂଗ୍ରେସ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲୋକେ ମହମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ୭,୫୦୦ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଟାଟା ପାୱାର ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ମୃତିରଞ୍ଜନ କହିଛନ୍ତି, ବିଦ୍ୟୁତ୍‌ ବିଭାଗ ଜୁନ ୨୦୨୦ରେ ଘରୋଇକରଣ କରି ଟାଟା ପାୱାରକୁ ବିଦ୍ୟୁତ୍‌ ବିତରଣର ଦାୟିତ୍ୱ ଦେଇଥିଲେ। ପୂର୍ବରୁ ଦାୟିତ୍ୱ ତୁଲାଉଥିବା ବିତରଣ କମ୍ପାନୀ ସେସୁ ଅଧୀନ ଫ୍ରାଞ୍ଚାଇଜ କର୍ମଚାରୀ ପାଖାପାଖି ୭୫୦୦ (ମିଟର ରିଡର, ବିଲ୍‌ କଲେକ୍ଟର, ଲାଇନମ୍ୟାନ୍‌, ହେଲ୍‌ପର, ଜେଇ, ଏସ୍‌ଡିଓ) ପଦବୀରେ ଅବସ୍ଥାପିତ ଥିବା କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହି କର୍ମଚାରୀ ୧୦ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ (ଫନୀ, ଫାଇଲିନ, ହୁଡ୍‌ହୁଡ୍‌, ଅମ୍ଫନ) ସମୟରେ ରାଜ୍ୟର ଜନସାଧାରଣଙ୍କୁ ସଫଳତାର ସହ ସେବା ଯୋଗାଇ ଆସୁଥିଲେ। କୋଭିଡ୍‌-୧୯ର ପ୍ରଥମ ଲହରରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପାଦନ କରିଥିଲେ। ସବୁଠୁ ବଡ଼ କଥା ହେଉଛି ଦେବାଳିଆରେ ଚାଲିଥିବା ସଂସ୍ଥା, ଯାହାର କ୍ଷତି ୬୦ ପ୍ରତିଶତ ଥିଲା ତାକୁ ଲାଭଜନକ ସ୍ଥିତିରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯୋଦ୍ଧାମାନଙ୍କ ଜୀବିକାକୁ କେତେଜଣ ଅମଲାତନ୍ତ୍ର ଅଫିସର, ଓଇଆର୍‌ସି କର୍ତ୍ତ୍‌ୃପକ୍ଷ ଏବଂ ରାଜ୍ୟ ସରକାର ମିଳିମିଶି ଛଡ଼େଇ ନେଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଯୁବକଂଗ୍ରେସ ଏହି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଜଣାଇ ଟାଟା ଅଫିସ, ଓଇଆର୍‌ସି ଅଫିସ, ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି। କିନ୍ତୁ ସରକାର ତାଙ୍କ ଅହଂକାରରେ ଅନ୍ଧ ହୋଇ ଏହି ଦାବିକୁ ଗ୍ରହଣ କରୁନାହାନ୍ତି। ଏହି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଲଢ଼େଇକୁ ଆହୁରି ଜୋର୍‌ଦାର କରିବ। ୧୫ ଦିନ ଭିତରେ ନିଯୁକ୍ତି ନ ମିଳିଲେ ରାଜ୍ୟ ସାରା ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ସହିତ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀଙ୍କୁ ରାସ୍ତାରେ ଚଲେଇ ଦିଆଯିବ ନାହିଁ ଏବଂ ଏହା ସହିତ ଟାଟା ପାୱାର ଅଫିସକୁ ଅଚଳ କରିଦିଆଯିବ ବୋଲି ଯୁବ କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ମନ୍ଦିର ଆୟବ୍ୟୟର ହେବ ଅଡିଟ୍‌, ଏଜିଙ୍କୁ ଚିଠି ଲେଖିଲେ ଦେବୋତ୍ତର କମିଶନର

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଏଣିକି ମନ୍ଦିର ଆୟବ୍ୟୟର ଅଡିଟ୍‌ କରାଯିବ। ଏନେଇ ଦେବୋତ୍ତର କମିଶନର ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍‌ ପାଇଁ ଏଜିଙ୍କୁ ଚିଠି...

ଚଢେଇଗୁଡି ଯୋଗାଶ୍ରମ ଭାଙ୍ଗିଲା ଦନ୍ତା

ସୋନପୁର,୩୧।୧୨(ନି.ପ୍ର.) ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ବନାଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛନ୍ତି। ଗୋଟିଏ ପଲରେ...

ପ୍ରେମୀଯୁଗଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୫।୭(ବ୍ୟୁରୋ):ଚାକିରି ଦେବା ଆଳରେ ଅନ୍‌ଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପ୍ରେମୀଯୁଗଳଙ୍କ ସମେତ ୩ ଜଣଙ୍କୁ ଭୁବନେଶ୍ୱର ସାଇବର ଏବଂ ଅର୍ଥନୈତିକ ଅପରାଧ...

ପ୍ରଣବଙ୍କ ବିୟୋଗରେ ମନ୍ତ୍ରୀ, ରାଜନେତାଙ୍କ ଶୋକ

ଭୁବନେଶ୍ୱର,୧।୯(ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

କୋଟିଆ ସୀମା ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

ସଚିିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ୫% ମହଙ୍ଗା ଭତ୍ତା ଦାବି

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଗତ ଶନିବାର ନିଷ୍ପତ୍ତି ଅନୁଯାୟୀ ସଚିବାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀଙ୍କୁ ନେଇ ଏକ ”ସଚିିବାଳୟ କର୍ମଚାରୀ ମହାସଂଘ“ ଗଠନ କରାଯାଛି। ମିଳିତ ଭାବେ...

ତିର୍ତ୍ତୋଲ ବିଧାୟକଙ୍କ ନାମରେ ମାମଲା ରୁଜୁ

ଜଗତ୍‌ସିଂହପୁର ଅଫିସ, ୪ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ପ୍ରତାରଣା ଅଭିଯୋଗ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ. ୯୫/୨୩) ରୁଜୁ...

ଗୋଟିଏ ଦେଶ, ଗୋଟିଏ ପତାକା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଦିନକ ପୂର୍ବରୁ ବୁଧବାର ଗାନ୍ଧୀ ମାର୍ଗରେ ବନ୍ଦେ ମାତରମ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ଭିତ୍ତିକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week