Posted inRasifala

ରାଶିଫଳ: ଶୁକ୍ରବାର ଅକ୍ଟୋବର ୬ ତାରିଖ – Daily Horoscope

ମେଷ
ଆଜି କୌଣସି ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ବ୍ୟବସାୟିକ ସ୍ଥିତି ଓ ରାଜନୈତିକ ପରିସ୍ଥିତିି ଉନ୍ନତ ମାନର ହେବ।
ବୃଷ
ବୃଷ
ଫୁଲାଫାଙ୍କିଆ ମିଜାଜ୍‌ରେ ସମୟର ଅପଚୟ କରି ପରିବାରରେ ରୋଷର କାରଣ ହେବେ। ଶିଥିଳ ମନ ନେଇ ଆଳସ୍ୟଜନିତ କାମଗୁଡିକ ସମ୍ପନ୍ନ କଷ୍ଟକର ହୋଇପଡିବ। କଳା, ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ଭାବଗତ ସମ୍ପର୍କକୁ ଦୃଢୀଭୂତ କରିବେ। କୌଣସି କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ବନ୍ଧୁଙ୍କ ଗହଣରେ ଆତ୍ମବଡ଼ିମା ପ୍ରକାଶ କରି ଉପହାସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। କଳା, ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ ଓ ଧୀରେ ସୁସ୍ଥେ କାମ କରିପାରନ୍ତି।
କର୍କଟ
କର୍କଟ
ମନରେ ଆବେଗ ଭରିରହିବ ଏବଂ କୌଣସି ସ୍ଥିର ନିଷ୍ପତ୍ତି ନେଇ ପାରିବେ ନାହିଁ। ପାରିବାରିକ ଜୀବନରେ ସୁଖଦ ଅନୁଭୂତିର ସୌଭାଗ୍ୟ ଅର୍ଜନ କରିବେ। ଯାନବାହନ, କଳା, ସାହିତ୍ୟ, ରଚନାତ୍ମକ କାର୍ଯ୍ୟରେ ଅଭିରୁଚି ବଳିବ ଓ ପ୍ରଶଂସିତ ମଧ୍ୟ ହେବେ। ପରିସ୍ଥିତି ଯେତେ ଖରାପ ହେଉନା କାହିଁକି ସହଜରେ ମୁଣ୍ଡ ନୁଆଁଇବା ପ୍ରଶ୍ନ ଉଠୁନି।
ସି˚ହ
ସି˚ହ
ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ପାଇଲେ ମଧ୍ୟ ଅସ୍ଥିରତା ଅନୁଭବ କରିବେ। ଅଫିସରେ କୌଣସି ଫାଇଲ କାମ ସମ୍ପର୍କରେ ଉପରିସ୍ଥଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଭଲ ସମ୍ପର୍କ ନ ଥିବା ବିଜାତୀୟ ବ୍ୟକ୍ତି ଜଣେ ନିନ୍ଦାଗାନ ପୂର୍ବକ ଅପପ୍ରଚାର ଚଳାଇ ପାରନ୍ତି।
କନ୍ୟା
ପୂର୍ବ ଯୋଜନାନୁଯାୟୀ କାମକୁ ବଢ଼ାଇ ନେଲେ ସବୁ ଠିକ୍‌ଠାକ୍‌ ଚାଲିବ। ପରିଣାମ କ’ଣ ହେବ ସେଥି ପାଇଁ ଚିନ୍ତା କରନ୍ତୁ ନାହିଁ, ସାମାନ୍ୟ ବିଳମ୍ବରେ କାମ ହାସଲ କରିହେବ। ପ୍ରଶାସନ କିମ୍ବା ରାଜନୀତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ଉନ୍ନତି ଘଟିବ।
ତୁଳା
ତୁଳା
ସାମାଜିକ ସ୍ତରରେ ନିଜକୁ ଆଗରେ ରଖି ପାରିବେ ନାହିଁ, ଫଳରେ ପଶ୍ଚାତାପ କରିପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଘର ସାଜସଜ୍ଜା, ଗାଡ଼ି ମୋଟରାଦି ଯାନ୍ତ୍ରିକ ଜିନିଷର ମରାମତିରେ ଅଧିକ ସମୟ ନେଇ ପାରନ୍ତି। ବନ୍ଧୁଗହଣରେ ନୂତନ ଭାବେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ।
ବିଛା
ବିଛା
ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ମିଛ କହିପାରେ। ପାରିବାରିକ ସ୍ଥିତି ଭଲ ଦିଗକୁ ଗତି କରିବ। ଅଫିସ କାମରେ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଙ୍ଗଠନ, ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ଜର୍ଜରିତ ହୋଇପାରନ୍ତି।
ଧନୁ
ଧନୁ
ପାରିବାରିକ ଶାନ୍ତି ଭାରାକ୍ରାନ୍ତ ମନକୁ ସାମୟିକ ଲାଘବ କରିବାର ସୂଚନା ରହିଛି। ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ବନିପାରେ। ସନ୍ତାନ, ଶିକ୍ଷା ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଅଫିସରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ ଏବଂ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ହଟିଯିବ। ଭଲ ସମ୍ପର୍କ ରହିଥିବା ଲୋକ ପାଖରେ ଭୁଲ୍‌ କାମ କରି ସମ୍ପର୍କହାନି ଯୋଗୁ ଚିନ୍ତାରେ ପଡ଼ିବେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି। ବ୍ୟବସାୟରେ ଥିବା ସମସ୍ୟାର ସମାଧାନ ରାସ୍ତା ଖୋଜି ପାଇବେ।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କ ପ୍ରରୋଚନାରେ ଜଣେ ଆତ୍ମୀୟ ସମସ୍ୟା ସୃଷ୍ଟିକରିପାରନ୍ତି। ପିଲାମାନଙ୍କ ସମସ୍ୟା ନେଇ କିମ୍ବା ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ଅନଟନ ଦୂରେଇବା ସକାଶେ ଧାର କରଜ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରେ ସଫଳତା ହାସଲ କରିବେ।
ମୀନମୀନ

ନୂତନ ଭାବରେ ଆରମ୍ଭ କରିବାକୁ ଯାଉଥିବା କାମକୁ ମନ୍ଥର କରିପାରନ୍ତି। ଯାନ୍ତ୍ରିକଦ୍ରବ୍ୟ କିଣିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହେବାର ସୂଚନା ରହିଛି। ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମ କରି ପ୍ରଶଂସିତ ହୋଇିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri