୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର ପରିଡ଼ା ପୁଣି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍ୱର୍ଗତ କୁଳମଣି ପରିଡ଼ାଙ୍କ ସାନପୁଅ ଦିଲ୍ଲୀପ, ଆସନ୍ତା ଅଗଷ୍ଟ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବାକୁ ଥିବା “୬ଷ୍ଠ ନ୍ୟାସନାଲ ଆମେଚର ଗେମ୍ସ” ପାଇଁ ଓଡ଼ିଶାରୁ  ମନୋନୀତ ହୋଇଛନ୍ତି ।

ଦିଲ୍ଲୀପ ପୂର୍ବରୁ ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଚାମ୍ପିଅନସିପରେ ଦମଦାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତି ଦେଶ, ରାଜ୍ୟ ଓ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ । ଏହା ବ୍ୟତୀତ ସେ ଦୁଇଟି ଜାତୀୟ ଚାମ୍ପିଅନସିପରେ ଅଂଶଗ୍ରହଣ କରି ଗୋଟିଏ ରୌପ୍ୟ ପଦକ ହାସଲ କରିସାରିଛନ୍ତି। ଏହାସହ ଅନେକ ସିନିୟର ଏବଂ ଜୁନିଅର ରାଜ୍ୟସ୍ତରୀୟ ଚାମ୍ପିଅନସିପରେ ମଧ୍ୟ ନିଜର ଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ସେ ପ୍ରଶଂସିତ ହୋଇଛନ୍ତି ।  ରାଜସ୍ଥାନର ଜୟପୁର ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ଜିତିବା ନେଇ ଦିଲ୍ଲୀପ ବେଶ୍ ଆଶାବାଦୀ ଅଛନ୍ତି। ତାଙ୍କର ଏହି କ୍ରମାଗତ ସଫଳତା ପାଇଁ କଲ୍ୟାଣସିଂହପୁର ଅଞ୍ଚଳବାସୀ, ସ୍ଥାନୀୟ କ୍ରୀଡ଼ାପ୍ରେମୀ ଏବଂ ଶୁଭେଚ୍ଛୁମାନେ ତାଙ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

ତାମିଲନାଡୁରେ ବଡ଼ ରାଜନୈତିକ ହଲଚଲ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ, ତ୍ରିଶାଙ୍କୁ ନେଇ କହିଥିଲେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁ ରାଜନୀତିରେ ମଙ୍ଗଳବାର ସକାଳେ ହଠାତ୍‌ ବଡ଼ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ…

ବରଗଡରେ ଚାଞ୍ଚଲ୍ୟ: ନିରାମୟରେ ଦିଆଯାଉଛି ଏକ୍ସପାୟାରୀ ମେଡିସିନ୍‌, ଜଣେ ଆହତ ବାଳକଙ୍କୁ…

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ନିରାମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଏକ୍ସପାୟାରୀ ମେଡିସିନ୍‌ ଦିଆଯାଇଥିବା ଅଭିଯୋଗ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ସୁପ୍ରିମକୋର୍ଟଙ୍କ ଜୋରଦାର ଝଟ୍‌କା! ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ଏମ. କେ. ଷ୍ଟାଲିନ ସରକାରଙ୍କ ପରେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଜୋସେଫ ସରକାର ମଧ୍ୟ ରାଜ୍ୟର ଥିରୁପରନକୁନ୍ଦ୍ରମ ପାହାଡ଼ରେ ପବିତ୍ର ଦୀପ ପ୍ରଜ୍ୱଳନ ବିରୋଧରେ…

ଖର୍ଚ୍ଚ ବଢୁଛି, ଲାଭ ପାଉନାହାନ୍ତି ଚାଷୀ: ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ

ପଦ୍ମପୁର, ୪ା୮(ପ୍ରଦୀପ୍ତ ଦାଶ):କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଅଞ୍ଚଳର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri