ମାର୍ଚ୍ଚ ୬ରୁ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା

କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ହାଇସ୍କୁଲ ଓ ମଧ୍ୟମାର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୫ରେ ଶେଷ ହେବ। ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ନିଜ ହାଇସ୍କୁଲ ଓ ଟୋଲ୍‌ରେ ଦେବେ। ବୋର୍ଡ ପକ୍ଷରୁ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଅନ୍‌ଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ। ହାଇସ୍କୁଲ୍‌ର ମୁଖ୍ୟମାନେ ବୋର୍ଡ ଓ୍ବେବସାଇଟ୍‌ www.bseodisha.ac.inରେ ୟୁଜର ଆଇଡି ଓ ପାସ୍‌ଓ୍ବାର୍ଡ ଦ୍ୱାରା ଲଗ୍‌ ଇନ୍‌ କରି ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ କରିବେ। ପ୍ରତ୍ୟେକ ବିଷୟର ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୭ଟାରୁ ୧୧ଟା ମଧ୍ୟରେ ଉପଲବ୍ଧ ହେବ।  ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିବା ୧୧.୩୦ରେ ଶେଷ ହେବ। ଜିଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୂଲ୍ୟାୟନ କାର୍ଯ୍ୟ ମଧ୍ୟ ନିଜ ବିଦ୍ୟାଳୟରେ କରାଯିବ। ଏଥିସହ ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ଅର୍ଥାତ ଏପ୍ରିଲ ପହିଲା ପୂର୍ବରୁ ବିଦ୍ୟାଳୟଗୁଡ଼ିକ ପରୀକ୍ଷାଫଳ ପ୍ରକାଶ କରିବେ।
ହାଇସ୍କୁଲ ନବମ ଶ୍ରେଣୀର ପରୀକ୍ଷା ସୂଚୀ ଅନୁସାରେ, ମାର୍ଚ୍ଚ ୬ରେ ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା(କେବଳ ଭିନ୍ନକ୍ଷମଙ୍କ ପାଇଁ), ୭ ତାରିଖରେ ତୃତୀୟ ଭାଷା ହିନ୍ଦୀ, ଓଡ଼ିଆ, ସଂସ୍କୃତ, ୯ ତାରିଖରେ ସାଧାରଣ ବିଜ୍ଞାନ, ୧୧ ତାରିଖରେ ଗଣିତ, ୧୨ ତାରିଖରେ ସାମାଜିକ ବିଜ୍ଞାନ ଓ ୧୩ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଊର୍ଦ୍ଦୁ, ତେଲୁଗୁ ବିଷୟରେ ପରୀକ୍ଷା ହେବ।
ସେହିପରି ମଧ୍ୟମା ନବମ ଶ୍ରେଣୀର ପରୀକ୍ଷା ସୂଚୀ ଅନୁସାରେ, ମାର୍ଚ୍ଚ ୬ ତାରିଖରେ ଇଂରାଜୀ, ୭ ତାରିଖରେ ସଂସ୍କୃତ ସାହିତ୍ୟ, ୯ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ୧୧ ତାରିଖରେ ଗଣିତ, ୧୨ ତାରିଖରେ ସାମାଜିକ ବିଜ୍ଞାନ ଓ ୧୩ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ, ୧୪ ତାରିଖରେ ବିଜ୍ଞାନ ଓ ୧୫ ତାରିଖରେ ମାତୃଭାଷା ଓଡ଼ିଆ, ହିନ୍ଦୀ ବିଷୟରେ ପରୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦...

ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ): ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ପ୍ରମୋଶନ ପାଇ ଭଞ୍ଜନଗର ଉପ ଜିଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ଶୁକ୍ରବାର ବିଜ୍ଞପ୍ତି...

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୪।୨: (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ...

ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍‌, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ...

ଆରପାରିରେ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ ଝିଅ

ପଟ୍ଟାଙ୍ଗି,୧୪ା୨(ଶରତ କୁମାର ଧଳ):କୋରାପୁଟ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀଙ୍କ ଗୁରୁବାର ବିଳମ୍ବିତ ରାତିରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ...

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ବିଧାୟକ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ରହିଥିବା ଅଷ୍ଟଶମ୍ଭୁ ମଧ୍ୟରେ  ଅନ୍ୟତମ ଶୈବପୀଠ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ଶୁକ୍ରବାର ବରଗଡ଼...

ଅଶୁଭ! ଭାଙ୍ଗିଲା ଶ୍ରୀମନ୍ଦିର ଉପରେ ଥିବା ଅକ୍ଷୟ ଦଣ୍ଡ

ପୁରୀ,୧୪।୨: ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି । jagannath temple ଚୁଡ଼ାରେ ଆଜି ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି...

ଜାଣନ୍ତୁ କିଏ ହେଲେ ଭଞ୍ଜନଗର ବିଡିଓ , ମିଳିଲା ଦାୟିତ୍ୱ

ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ବିଡିଓ ବଦଳି ତାଲିକା ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର ବିଡିଓ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri