ସରକାରଙ୍କୁ ୬୯୫୯ କୋଟି ଟଙ୍କା ଦେଲା SBI, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ, ୨୨।୬: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ସରକାରଙ୍କୁ ରେକର୍ଡ ପରିମାଣର ଡିଭିଡେଣ୍ଡ୍‌ ଦେଇଛି । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଚେୟାରମ୍ୟାନ୍‌ ଦୀନେଶ ଖାରା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୬୯୫୯.୨୯ କୋଟି ଟଙ୍କାର ଚେକ୍‌ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଡିଭିଡେଣ୍ଡ ୨୦୨୩-୨୪ ବର୍ଷର । SBI ଛଡ଼ା ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର ମଧ୍ୟ ଡିଭିଡେଣ୍ଡର ଘୋଷଣା କରିଛି ।

SBI ମଧ୍ୟ ଏହାର ସେୟାର ହୋଲ୍ଡର ବା ଅଂଶୀଦାର ମାନଙ୍କୁ ସେୟାର ପ୍ରତି ୧୩.୭୦ ପଇସା ଡିଭିଡେଣ୍ଡ ଦେବା ନେଇ ମଧ୍ୟ ଘୋଷଣା କରିଛି । ୨୦୨୩ ଆର୍ଥିକ ବର୍ଷରେ ଷ୍ଟେଟ୍‌ ବ୍ୟାଙ୍କ୍‌ ପ୍ରତି ସେୟାର ପିଛା ୧୧.୩୦ ଟଙ୍କା ଡିଭିଡେଣ୍ଡ ଘୋଷଣା କରିଥିଲା । ୨୦୨୪ ଆର୍ଥିକ ବର୍ଷରେ SBIର ନେଟ୍‌ ଲାଭ ରେକର୍ଡ କରିଛି । ବ୍ୟାଙ୍କର ମୋଟ ୬୭,୦୮୫ କୋଟି ଲାଭ ହୋଇଛି । ଅନ୍ୟପଟେ ଏହାର ପୂର୍ବ ଆର୍ଥିକ ବର୍ଷରେ ଲାଭ ୫୫,୬୪୮ କୋଟି ଟଙ୍କା ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ୍‌ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି

ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍‌(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍‌ସ୍କ୍ରାଇବରଙ୍କ...

ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ

ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ...

କେୟାର ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ଆଉ ଏକ ନୂଆ ମାଇଲ୍‌ଷ୍ଟୋନ୍‌...

ଆଇଓବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ନୂତନ ଶାଖା (ନବରଙ୍ଗପୁର ଶାଖା) ନିକଟରେ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର...

ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଅଭିବୃଦ୍ଧି

ଭୁବନେଶ୍ୱର,୧୪।୭(ଅନୁରାଧା ମହାରଣା): ବ୍ୟକ୍ତିଗତ ଆୟକର ସଂଗ୍ରହ କର୍ପୋରେଟ ଟିକସ ସଂଗ୍ରହକୁ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ୧ରୁ ଜୁଲାଇ ୧୧ ମଧ୍ୟରେ (୨୦୨୪-୨୫)...

ଯଦି ଅମ୍ବାନୀ ପ୍ରତିଦିନ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଏତିକି ଦିନରେ ଶେଷ ହୋଇଯିବ ତାଙ୍କର ପୁରା ସମ୍ପତ୍ତି

ନୂଆଦିଲ୍ଲୀ,୧୩।୭: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସବୁବେଳେ ଲାମଲାଇଟରେ ରହିଥା’ନ୍ତି। ସମ୍ପ୍ରତି, ଆଜିକାଲି ସେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା...

ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲାବ୍‌ ଶୃଙ୍ଖଳା ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଏକ ଅଂଶଧନକୁ ଗ୍ଲୋବାଲ ଜେନୋମିକ୍ସ-ଡ୍ରିଭେନ ଡାଇଗ୍ନୋଷ୍ଟିକ୍ସ ଆଣ୍ଡ...

ଏସ୍‌ବିଆଇର ନୂତନ ଡିଜିଟାଲ ସେବା

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri