Posted inଫୁରସତ

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି ଅଭ୍ୟାସକୁ ଏମିତି ଏକ ବ୍ୟବସାୟରେ ପରିଣତ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ନାମ ମିରିୟମ। ଦାବି ଅନୁଯାୟୀ, ଏହି ନିଆରା କାମରୁ ମିଳିଥିବା ଟଙ୍କାରେ ସେ ଦୁଇଟି ଘର ତିଆରି କରିଛନ୍ତି।
ରିପୋର୍ଟ ଅନୁଯାୟୀ, କଲମ୍ବିଆର ଆର୍ମେନିଆ ସହରରେ ରହୁଥିବା ମିରିୟମ ପ୍ରତିଦିନ ଘର ବାହାରେ ଏକ ଚେୟାର ପକାଇ ବସନ୍ତି। ଆଖପାଖରେ କିଏ କ’ଣ କରୁଛି, କାହା ଘରେ କ’ଣ ଚାଲିଛି, କିଏ କାହା ସହ ଝଗଡ଼ା କରୁଛି କିମ୍ବା କିଏ କାହାକୁ ଲୁଚାଇ ଦେଖା କରୁଛି ଏସବୁ ଖବର ଉପରେ ତାଙ୍କର ତୀକ୍ଷ୍ଣ ନଜର ରହିଥାଏ। ସେ ନିଜକୁ ଜଣେ ପେସାଦାର ଗସିପ୍‌ କୁଇନ୍‌ ବୋଲି କହନ୍ତି। ପଡ଼ୋଶୀଙ୍କ ବିଷୟରେ କିଛି ରୋଚକ ଖବର ଜାଣିବାକୁ ହେଲେ ଲୋକେ ମିରିୟମଙ୍କ ନିକଟକୁ ଆସନ୍ତି।
ମିରିୟମଙ୍କ ଏହି ସେବା କିନ୍ତୁ ମାଗଣା ନୁହେଁ। ଛୋଟମୋଟ ଗସିପ କିମ୍ବା ଖବର ପାଇଁ ସେ ଭାରତୀୟ ଟଙ୍କାରେ ପ୍ରାୟ ୧୫୦ରୁ ୩୦୦ ଟଙ୍କା।

କିନ୍ତୁ ଯଦି ଖବରଟି ବଡ଼ ରହସ୍ୟ କିମ୍ବା ବ୍ୟକ୍ତିଗତ ଗୁପ୍ତ କଥା ହୋଇଥାଏ, ତେବେ ଏହାର ଦାମ ମଧ୍ୟ ବଢ଼ିଯାଏ। ମିରିୟମଙ୍କ କହିବା ଅନୁଯାୟୀ, ତାଙ୍କ ସବୁଠାରୁ ମହଙ୍ଗା ଗସିପର ଦାମ ଥିଲା ପ୍ରାୟ ୨୧ ହଜାର ଟଙ୍କା।

ମିରିୟମଙ୍କ ଏହି କାମ କେବଳ ଶୁଣିବା ଓ କହିବାରେ ସୀମିତ ନୁହେଁ। ସେ ଏକ ସ୍ବତନ୍ତ୍ର ନୋଟ ବୁକ୍‌ରେ ତାରିଖ ଓ ସମୟ ସହ ବିଭିନ୍ନ ଗସିପ ଲେଖି ରଖନ୍ତି। ଏପରିକି ତାଙ୍କ ଘର ଭିତରେ ଏକ ‘ଗସିପ ବୋର୍ଡ’ ମଧ୍ୟ ଥିବା କୁହାଯାଏ।

ଏହି ବୋର୍ଡରେ ଫଟୋ, କାଗଜ ଓ ସୂତା ମାଧ୍ୟମରେ ବିଭିନ୍ନ ଲୋକଙ୍କ ସହ ଜଡ଼ିତ ତଥ୍ୟକୁ ଯୋଡ଼ାଯାଇଥାଏ। ତାଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ କିଛି ପଡ଼ୋଶୀ ଅସନ୍ତୁଷ୍ଟ ଥିଲେ ମଧ୍ୟ ନିଜ ଅଞ୍ଚଳର ଗୁପ୍ତ ଖବର ଜାଣିବା ପାଇଁ ଲୋକେ ତାଙ୍କ ପାଖକୁ ଆସିବା ଛାଡ଼ୁନାହାନ୍ତି।

ସାଧାରଣ ଭାବେ ଯାହାକୁ ଲୋକେ ‘ଚୁଗୁଲି’ କିମ୍ବା ‘ଗସିପ’ ବୋଲି କହନ୍ତି, ମିରିୟମ ତାହାକୁ ଏକ ନିଆରା ରୋଜଗାରର ମାଧ୍ୟମ କରିଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?