Posted inଫୁରସତ

କଳିଯୁଗର ଶ୍ରବଣ କୁମାର! ୯୨ ବର୍ଷୀୟ ମା’ଙ୍କୁ ବଳଦଗାଡ଼ିରେ ବସାଇ ମହାକୁମ୍ଭ ନେଉଛନ୍ତି ୬୫ ବର୍ଷୀୟ ପୁଅ, Video ଦେଖିଲେ…

ଭାରତୀୟ ସଂସ୍କୃତି ବେଶ ସୁନ୍ଦର। ଏହାର ଝଲକ ସମ୍ପର୍କରୁ ବାରି ହୋଇପଡେ। ସେମିତି ଜଣେ ଥିଲେ ଶ୍ରବଣ କୁମାର, ଯିଏକି ନିଜର ଅନ୍ଧ ବାପାମା’ଙ୍କୁ କାନ୍ଧରେ ବସାଇ ତୀର୍ଥଭ୍ରମଣ କରାଇଥିଲେ। ଆଜି ବି ପିତାମାତାଙ୍କ ଲାଗି ଉତ୍ସର୍ଗୀକୃତ ସେବା ଲାଗି ତାଙ୍କର ଉଦାହରଣ ଦିଆଯାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପବିତ୍ର ମହାକୁମ୍ଭରେ ବୁଡ଼ ପକାଇବା ଲାଗି ମୁଜଫ୍ଫରନଗରର ଜଣେ ବ୍ୟକ୍ତି ନିଜର ୯୨ ବର୍ଷୀୟ ମା’ଙ୍କୁ ବଳଦଗାଡ଼ିରେ ବସାଇ ନେଉଛନ୍ତି। ହାତରେ ଟାଣି ଟାଣି ମା’ଙ୍କୁ ଏଭଳି ପବିତ୍ର କାର୍ଯ୍ୟ କରିବାକୁ ନେଉଥିବା ବେଳର ଭିଡିଓ ଏବେ ଭାଇରାଲ ହେଉଛି।
ନିଜର କାହାଣୀ ବିଷୟରେ ଚୌଧୁରୀ ସୁଦେଶ ପାଲ(୬୫) କହିଛନ୍ତି ୨୫ ବର୍ଷର ହୋଇଥିବା ବେଳେ ତାଙ୍କ ପାଦରେ ସମସ୍ୟା ଉପୁଜିଥିଲା। ଏହାପରେ ଚାଲବୁଲ କରିବା କଷ୍ଟକର ହୋଇଥିଲା। ହେଲେ ମା’ଙ୍କ ପ୍ରାର୍ଥନା ଯୋଗୁ ସେ ସୁସ୍ଥ ହୋଇଛନ୍ତି। ଏହି ଋଣକୁ ପୈଠ କରିବାକୁ ସେ ବଳଦଗାଡ଼ିରେ ମା’ଙ୍କୁ ବସାଇ ମହାକୁମ୍ଭ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ସୁଦେଶଙ୍କ ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ଅନେକେ ତାଙ୍କୁ କଳିଯୁଗର ଶ୍ରବଣ କୁମାର ବୋଲି କହୁଛନ୍ତି। ସେହିଭଳି ଆଉ କିଛଇ ମହାକୁମ୍ଭ ପ୍ରତି ଆସ୍ଥାର ଏହା ପ୍ରତୀକ ବୋଲି କହୁଛନ୍ତି।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri