ଶିଳ୍ପାଞ୍ଚଳରେ ୬୪% କମ୍‌ ବର୍ଷା

ଯାଜପୁର ଅଫିସ୍‌, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା ଜିଲାରେ ମଧ୍ୟ ୨୮ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶା ରେନଫଲ ମନିଟରିଂ ସିଷ୍ଟମରୁ ମିଳିଥିବା ସୂଚନା ଅନୁସାରେ, କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ବ୍ଲକ ଓ ଏହାର ଆଖପାଖ ଡୁବୁରୀ, ପଙ୍କପାଳ ପ୍ରଭୃତି ଅଞ୍ଚଳରେ ଜୁନ୍‌ରେ ମାତ୍ର ୭ ଦିନ ସାମାନ୍ୟ ବର୍ଷା ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଖଣି ଓ କାରଖାନାର ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ଏଭଳି ପରିସ୍ଥିତି ଦେଖାଦେଉଥିବା ମତପ୍ରକାଶ ପାଉଛି। ଗତ ଜାନୁୟାରୀରେ ଗ୍ରୀନପିସ ନାମକ ଏକ ସଂସ୍ଥା ଦ୍ୱାରା ହୋଇଥିବା ସର୍ଭେ ମୁତାବକ ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୪ଟି ସହର ରହିଥିଲା। ସେଥିମଧ୍ୟରୁ ପାରାଦୀପ ପ୍ରଥମ ଓ ଯାଜପୁରର କଳିଙ୍ଗନଗର ଦ୍ୱିତୀୟ, ରାଉରକେଲା ତୃତୀୟ, ତାଳଚେର ୪ର୍ଥ ଓ କଟକ ୫ମ ସ୍ଥାନରେ ରହିଛି।ଉତ୍କ ପ୍ରଦୂଷଣ ସ୍ବଳ୍ପ ବୃଷ୍ଟିପାତର କାରଣ ବୋଲି କୁହାଯାଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ କଞ୍ଚାମାଲ ପରିବହନ, କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ, କାରଖାନାର ବର୍ଜ୍ୟ ବସ୍ତୁ ସାଙ୍ଗକୁ ଏହି ଅଞ୍ଚଳରେ ଯାନବାହନ ଚଳାଚଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏସ୍‌ପିସିବି ନିର୍ଦ୍ଦେଶରେ କାରଖାନାଗୁଡ଼ିକରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବୈଷୟିକ ଜ୍ଞାନ କୌଶଳରେ ଆବଶ୍ୟକ ଯନ୍ତ୍ରପାତି ଖଞ୍ଜା ହୋଇଛି। କିନ୍ତୁ ଉକ୍ତ ଯନ୍ତ୍ରପାତି ନିମ୍ନମାନର ହୋଇଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁ ନ ଥିବା କଳିଙ୍ଗନଗର ପରିବେଶ ସମିତି ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଛି। ଉକ୍ତ ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥା ଓ ଏସ୍‌ପିସିବିର ବରିଷ୍ଠ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିଭାବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଆବଶ୍ୟକତାଠାରୁ କମ୍‌ ବର୍ଷା ହେଉଥିବାରୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ତେଣୁ ପ୍ରଦୂଷଣ ରୋକିବା ସହ ବାୟୁର ଗୁଣବତ୍ତା ବଜାୟ ରଖିବାକୁ ଏକମାତ୍ର ପନ୍ଥା ବ୍ୟାପକ ବୃକ୍ଷରୋପଣ। ତେବେ ପ୍ରତିବର୍ଷ ବୃକ୍ଷରୋପଣ ନିମନ୍ତେ ଶିଳ୍ପସଂସ୍ଥାଗୁଡ଼ିକ ଲିଖିତ ଭାବେ ଦେଉଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟିଛି। ବୃକ୍ଷରୋପଣ ବୃଦ୍ଧି କରିବା ପରିବର୍ତ୍ତେ କଂକ୍ରିଟ ରାସ୍ତା ନିର୍ମାଣରେ ଶତାଧିକ ବୃକ୍ଷ ଛେଦନ କରାଯାଉଥିବା ଦେଖିବାକୁ ମିଳିଛି। ବ୍ରାହ୍ମଣୀ ରିଭର୍ସ ପେଲେଟ(ବିଆରପିଏଲ) କାରଖାନା ପରିସରରେ କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ବୃକ୍ଷ କଟାଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଏଥିପ୍ରତି ଦୃଷ୍ଟି ରଖୁଥିବା ସହ କଟକଣା ଜାରି କରୁଥିବା ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଖି ବୁଜି ଦେଇଛି। କରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଯୋଗାଇବାକୁ କୃଷି ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଆରମ୍ଭରୁ କର୍ମ ବର୍ଷା ଚାଷୀକୁଳକୁ ଚିନ୍ତାରେ ପକାଇଛି। ଜୁନରେ ଯାଜପୁର ଜିଲାରେ ୨୩୮.୫ ମିମି ବର୍ଷା ହେବା କଥା। ଅଥଚ ଜିଲାର ୧୦ଟି ବ୍ଲକରେ ମାତ୍ର ୧୭୨.୩୪ ମିମି ବର୍ଷା ରେକର୍ଡ ହୋଇଛି। ସେଥିରୁ ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ୮୫ ମିମି ବର୍ଷା ହୋଇଛି। କେବଳ ଧର୍ମଶାଳା ବ୍ଲକରେ ସ୍ବାଭାବିକ ବର୍ଷା ପରିମାଣକୁ ଅତିକ୍ରମ କରି ୨୩୯ ମିମି ବର୍ଷା ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ପ୍ରଦୂଷଣ ଓ ବର୍ଷା ପ୍ରସଙ୍ଗ ବହୁତ ବଡ କଥା। ଯାହାକି ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣକୁ ନେଇ କିଛି କୁହାଯାଇ ନ ପାରେ। ଏସପିସିବି ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ପରେ ବଢ଼ିବ ତାତି

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ ଏପ୍ରିଲ ୨୪ ତାରିଖ ପରେ ତାତି ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ମଧ୍ୟରେ ରହିବାର...

ଶାଳପତ୍ର ଚଉତିରେ ପରଷା ହେବ ଟିଫିନ

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁହେବା ପରେ ଜିଲା ପ୍ରଶାସନ ଏଣିକି ସମସ୍ତ ସରକାରୀ ବୈଠକରେ ପ୍ଲାଷ୍ଟିକ, ସିନ୍ଥେଟିକ ବା ଫାଇବର ସାମଗ୍ରୀ ବଦଳରେ...

ବଢୁଛି ବାତ୍ୟା ଭୟ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶାକୁ ବାତ୍ୟା ଭୟ ବଢ଼ିବାରେ ଲାଗିଛି। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ବାତ୍ୟା ପିଟି ହେବା ଆଶଙ୍କା...

ଭାବି ସ୍ବାମୀଙ୍କ ମୃତ୍ୟୁ ସହି ନ ପାରି ଆତ୍ମହତ୍ୟା କଲେ ଯୁବତୀ

ଛତ୍ରପୁର,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି...

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ୨୦ରୁ ଦୂରଦର୍ଶନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓଆର୍‌ଏସ୍‌ଏସି) ଦ୍ୱାରା ପ୍ରସ୍ତୁତ ଶିକ୍ଷାଭିତ୍ତିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ...

ଶୟନମୁଦ୍ରାରେ ମା’ କଟକଚଣ୍ଡୀ

କଟକ ଅଫିସ,୨୬ା୮: ମା’ଙ୍କ ପାଇଁ ଆସିଛି ନୂତନ ଗଦି, ତକିଆ ଓ ଶଯ୍ୟା ଉପକରଣ। ଏବେ ଗୋଟିଏ ପକ୍ଷ ଅର୍ଥାତ୍‌ ୧୫ଦିନ ଯାଏ ଶୟନମୁଦ୍ରାରେ ରହିବେ...

ଆଜି ରାଜ୍ୟରୁ ୪୦୭ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୪ ଶିଶୁ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୪୦୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୮,୩୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ରାୟଗଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ

ରାୟଗଡ଼ା ଅଫିସ,୫।୬: ରାୟଗଡ଼ା ଜିଲାରେ ଶୁକ୍ରବାର ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ୨୨ ବର୍ଷୀୟା ଜଣେ ଯୁବତୀ ଏବଂ କର୍ଣ୍ଣାଟକ ଫେରନ୍ତା ବୋଲି...

Advertisement
Archives

Model This Week