ବଢ଼ୁଛି କାଇଁଚ ରାଖୀ ଚାହିଦା

କେନ୍ଦ୍ରାପଡା ଅଫିସ, ୧୨ା୮ :  ଆଉ ମାତ୍ର ୪ ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାଖୀ। ଏହାକୁ ଦୃଷ୍ଟିରେ ରଖି ପରିବେଶ ଅନୁକୂଳ କାଇଁଚରେ ନିର୍ମିତ ରାଖୀ ବଜାରକୁ ଆସିଛି। ଓରମାସର କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ ନିର୍ମାଣ ହୋଇଥିବା ଏହି ରାଖୀ ମାତ୍ର ୧୫ରୁ ୨୦ ଟଙ୍କା ମଧ୍ୟରେ ମିଳୁଛି। ଏହି ରାଖୀ ଆମାଜନ ଓ ଫ୍ଲିପକାର୍ଟ ପରି ଅନଲାଇନ ବ୍ୟବସାୟରେ ବହୁ ଅର୍ଡର ଆସିଥିବା ଶିବ ପାର୍ବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ରଶ୍ମିତା ବେହେରା କହିଛନ୍ତି। ତାଙ୍କ କହିବାନୁସାରେ ଜିଲା ଓରମାସ ପକ୍ଷରୁ ଜିଲାର ୧୩୦ ଜଣ ସଦସ୍ୟ ଏହି କାଇଁଚ ହସ୍ତଶିଳ୍ପ ପାଇଁ ତାଲିମ ନେଇଥିଲେ। ବିଭିନ୍ନ ପଲ୍ଲିଶ୍ରୀ ମେଳାରେ କାଇଁଚ ହସ୍ତଶିଳ୍ପର ଚାହିଦା ବୃଦ୍ଧି ପରେ ଏହି ସାମଗ୍ରୀକୁ ଗତ ୨୦୧୮ରେ ଅନଲାଇନ ବିକ୍ରି ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ସଦସ୍ୟାମାନେ ବିଭିନ୍ନ ପ୍ରକାର ରାଖୀ ନିର୍ମାଣ କରି ଅନଲାଇନରେ ପୋଷ୍ଟ କରିଥିଲେ। ଏବେ ପ୍ରାୟ ୨୦୦୦ରୁ ଅଧିକ ଅର୍ଡର ମିଳିଛି। ରାଖୀ ପୂର୍ଣ୍ଣିମା ବେଳକୁ ଏହି ସଂଖ୍ୟା ୫୦୦୦ରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ଜଜାଙ୍ଗ ଗ୍ରାମର ପ୍ରଭାତୀ ତ୍ରୀପାଠି କୁହନ୍ତି, ବର୍ଷାଦିନେ ଏହି କାଇଁଚ ସଂଗ୍ରହ କରି ରଖାଯାଏ। ବର୍ଷକ ମଧ୍ୟରେ କାଇଁଚ ବ୍ୟବହାର ନ କଲେ ନଷ୍ଟ ହୋଇଯାଏ। ଜିଲାରେ ବହୁଳ ଭାବେ କାଇଁଚ ମିଳୁଥିବାରୁ ଉତ୍ପାଦିତ ସାମଗ୍ରୀ ଖୁବ କମ ଦାମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଛି। ଏସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କୁହନ୍ତି, କାଇଁଚ ପ୍ରକୃତିର ବରଦାନ। ଏହାକୁ ସ୍ଥାନୀୟ ମହିଳା ଗୋଷ୍ଠୀ ରୋଜଗାରର ମାଧ୍ୟମ କରିଛନ୍ତି। ଅନଲାଇନରେ ବିକ୍ରି ଫଳରେ ଦେଶ ବିଦେଶରେ ଆଗାମୀ ଦିନରେ ଏହାର ବହୁଳ ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri