ସାହସୀ ଯୁବତୀ ମାନସୀଙ୍କ ଯୋଗୁ ଉଦ୍ଧାର ହେଲେ ୬ ହଜାର ଦାଦନ ଶ୍ରମିକ

ଖପ୍ରାଖୋଲ, ୫ା୮ (ଡି.ଏନ.ଏ.) – ଚଳିତବର୍ଷ କରୋନା କଟକଣା ଦେଶାନ୍ତରୀ ଶ୍ରମିକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା ।ବାହାର ରାଜ୍ୟରେ ଲକ୍ଷାଧିକ ଶ୍ରମିକ ଫସି ରହି ନିଜ ଭିଟାମାଟିକୁ ଫେରିବା ପାଇଁ ଅଣନିଃଶ୍ୱାସୀ ହୋଇଯାଇଥିଲେ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବା ପ୍ରୟାସ କରିଥିଲେ ବି ସହସ୍ରାଧିକ କଷ୍ଟ ଓ ନିର୍ଯାତନା ଭୋଗିଥିଲେ । ପ୍ରବାସୀ ଶ୍ରମିକଙ୍କ ଏହି ଦୁଃଖଭରା କାହାଣୀ ଭିତରେ ଚଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମର ମାନସୀ ବରିହା (୧୯) ନାମ୍ନୀ ଜଣେ ଯୁବତୀ ନିଜର ଉପସ୍ଥିତବୁଦ୍ଧି ଓ ସାହସ ବଳରେ ସହସ୍ରାଧିକ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାର ମାର୍ଗ ଫିଟାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ା
ଗତ ଜାନୁୟାରୀରେ ମାଟିଆଭଟା ଗଁାର ଟିକନୁ ବରିହା(୫୫) ତାଙ୍କ ଦୁଇଝିଅ ମାନସୀ (୧୯) ଓ ଦହନା (୧୦)ଙ୍କ ସହ ତାମିଲନାଡୁର ଚେନ୍ନାଇ ନିକଟ କୁଡୁକୁପନ୍‌ ଜିଡିଏମ୍‌ ଇଟା କାରଖାନାକୁ କାମ କରିବାକୁ ଯାଇଥିଲେ। ଜୁନ୍‌ରେ ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ଗଁାକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ମାଲିକ ସେମାନଙ୍କୁ ଅଟକ ରଖି କାମ କରାଇବା ସହ ମାଡ ମାରିଥିଲେ ା ସେଠାରେ ଉପସ୍ଥିତ ଥିବା ମାନସୀ ବରିହା ସାହସ ଜୁଟାଇ ନିର୍ଯାତନା ସମ୍ପର୍କରେ ମାଟିଆଭଟାର ସମ୍ପର୍କୀୟ ତଥା ସାମାଜିକକର୍ମୀ ପାଣ୍ଡବ ବରିହାଙ୍କୁ ସୂଚନା ଦେଇଥିଲେ। ମୋବାଇଲ ଭିଡିଓ ପଠାଇଥିଲେ। ଘଟଣାକୁ ନେଇ ଖପ୍ରାଖୋଲ ଥାନା, ଜିଲା ପ୍ରଶାସନ ଓ ଶ୍ରମ ବିଭାଗକୁ ଅବଗତ କରାଯାଇଥିଲା ା ପ୍ରଶାସନ ତପତ୍ରତା ପ୍ରକାଶ କରି ତାମିଲନାଡୁ ଶ୍ରମ ବିଭାଗ ଓ ପ୍ରଶାସନ ସହିତ ମିଶି ଜୁନ ୧୭ରେ ସେଠାରେ ଅଟକ ନିର୍ଯାତିତ ୩୫୦ ଦାଦନ ଶ୍ରମିକଙ୍କୁ କୁଡୁକୁପନ୍‌ରୁ ଉଦ୍ଧାର କରି ବସ୍‌ ଓ ଟ୍ରେନ୍‌ ଯୋଗେ ବଲାଙ୍ଗୀର ପଠାଇଥିଲା ା ୨୧ ତାରିଖ ଦିନ ମାନସୀ ଓ ତାଙ୍କ ପରିବାର ନିଜ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚତ୍ଥିଲେ ା ଏହି ଘଟଣାରେ ଗଁାର କେତେକ ଯୁବକ ମାନସୀଙ୍କ ସାହସିକତା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ବିଭାଗୀୟ ଅଧିକାରୀ ଗଁାରେ ପହଞ୍ଚି ୩୫୦ନୁହନ୍ତି ବରଂ ପାଖାପାଖି ୬ ହଜାର ପ୍ରବାସୀ ଶ୍ରମିକଙ୍କୁ ମାନସୀ ଉଦ୍ଧାର କରିଥିବା ଜଣାଇଥିଲେ ା ଗ୍ରାମୀଣ ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ମାନସୀଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କରିବା ସହ ଜିଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ ଏନେଇ ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri