ସାହସୀ ଯୁବତୀ ମାନସୀଙ୍କ ଯୋଗୁ ଉଦ୍ଧାର ହେଲେ ୬ ହଜାର ଦାଦନ ଶ୍ରମିକ

ଖପ୍ରାଖୋଲ, ୫ା୮ (ଡି.ଏନ.ଏ.) – ଚଳିତବର୍ଷ କରୋନା କଟକଣା ଦେଶାନ୍ତରୀ ଶ୍ରମିକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା ।ବାହାର ରାଜ୍ୟରେ ଲକ୍ଷାଧିକ ଶ୍ରମିକ ଫସି ରହି ନିଜ ଭିଟାମାଟିକୁ ଫେରିବା ପାଇଁ ଅଣନିଃଶ୍ୱାସୀ ହୋଇଯାଇଥିଲେ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବା ପ୍ରୟାସ କରିଥିଲେ ବି ସହସ୍ରାଧିକ କଷ୍ଟ ଓ ନିର୍ଯାତନା ଭୋଗିଥିଲେ । ପ୍ରବାସୀ ଶ୍ରମିକଙ୍କ ଏହି ଦୁଃଖଭରା କାହାଣୀ ଭିତରେ ଚଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମର ମାନସୀ ବରିହା (୧୯) ନାମ୍ନୀ ଜଣେ ଯୁବତୀ ନିଜର ଉପସ୍ଥିତବୁଦ୍ଧି ଓ ସାହସ ବଳରେ ସହସ୍ରାଧିକ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାର ମାର୍ଗ ଫିଟାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ା
ଗତ ଜାନୁୟାରୀରେ ମାଟିଆଭଟା ଗଁାର ଟିକନୁ ବରିହା(୫୫) ତାଙ୍କ ଦୁଇଝିଅ ମାନସୀ (୧୯) ଓ ଦହନା (୧୦)ଙ୍କ ସହ ତାମିଲନାଡୁର ଚେନ୍ନାଇ ନିକଟ କୁଡୁକୁପନ୍‌ ଜିଡିଏମ୍‌ ଇଟା କାରଖାନାକୁ କାମ କରିବାକୁ ଯାଇଥିଲେ। ଜୁନ୍‌ରେ ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ଗଁାକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ମାଲିକ ସେମାନଙ୍କୁ ଅଟକ ରଖି କାମ କରାଇବା ସହ ମାଡ ମାରିଥିଲେ ା ସେଠାରେ ଉପସ୍ଥିତ ଥିବା ମାନସୀ ବରିହା ସାହସ ଜୁଟାଇ ନିର୍ଯାତନା ସମ୍ପର୍କରେ ମାଟିଆଭଟାର ସମ୍ପର୍କୀୟ ତଥା ସାମାଜିକକର୍ମୀ ପାଣ୍ଡବ ବରିହାଙ୍କୁ ସୂଚନା ଦେଇଥିଲେ। ମୋବାଇଲ ଭିଡିଓ ପଠାଇଥିଲେ। ଘଟଣାକୁ ନେଇ ଖପ୍ରାଖୋଲ ଥାନା, ଜିଲା ପ୍ରଶାସନ ଓ ଶ୍ରମ ବିଭାଗକୁ ଅବଗତ କରାଯାଇଥିଲା ା ପ୍ରଶାସନ ତପତ୍ରତା ପ୍ରକାଶ କରି ତାମିଲନାଡୁ ଶ୍ରମ ବିଭାଗ ଓ ପ୍ରଶାସନ ସହିତ ମିଶି ଜୁନ ୧୭ରେ ସେଠାରେ ଅଟକ ନିର୍ଯାତିତ ୩୫୦ ଦାଦନ ଶ୍ରମିକଙ୍କୁ କୁଡୁକୁପନ୍‌ରୁ ଉଦ୍ଧାର କରି ବସ୍‌ ଓ ଟ୍ରେନ୍‌ ଯୋଗେ ବଲାଙ୍ଗୀର ପଠାଇଥିଲା ା ୨୧ ତାରିଖ ଦିନ ମାନସୀ ଓ ତାଙ୍କ ପରିବାର ନିଜ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚତ୍ଥିଲେ ା ଏହି ଘଟଣାରେ ଗଁାର କେତେକ ଯୁବକ ମାନସୀଙ୍କ ସାହସିକତା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ବିଭାଗୀୟ ଅଧିକାରୀ ଗଁାରେ ପହଞ୍ଚି ୩୫୦ନୁହନ୍ତି ବରଂ ପାଖାପାଖି ୬ ହଜାର ପ୍ରବାସୀ ଶ୍ରମିକଙ୍କୁ ମାନସୀ ଉଦ୍ଧାର କରିଥିବା ଜଣାଇଥିଲେ ା ଗ୍ରାମୀଣ ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ମାନସୀଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କରିବା ସହ ଜିଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ ଏନେଇ ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri