ଜମିଫାଟି ଅଁ।, ମାଡି ଗଲାଣି ଘାସ

ଲୋଇସିଂହା, ୫।୮(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ସତ୍ତ୍ୱେ ୮୦ପ୍ରତିଶତ ଚାଷ ହୋଇଛି। ବର୍ଷାଭାବରୁ ୨୦ ପ୍ରତିଶତ ଚାଷ ହୋଇପାରିନାହିଁ । ୨ ସପ୍ତାହ ହେଲା ବର୍ଷା ଉଭାନ ହୋଇଯାଇଥିବାରୁ ଚାଷଜମି ଫାଟି ଆଁ କଲାଣି । ପାଣି ନ ଥିବାରୁ ଚାଷଜମିରେ ଅନାବନା ଘାସ ମାଡିଗଲାଣି । ଏହାକୁ ନେଇ ଚାଷୀ ଚିନ୍ତିତ ହୋଇପଡିଛି। ଗତ ଦୁଇଦିନ ହେଲା ମେଘୁଆ ପାଗ ଥିଲେ ସୁଦ୍ଧା ବର୍ଷା ଦେଖାନାହିଁ । ସପ୍ତାହକ ମଧ୍ୟରେ ବର୍ଷା ନହେଲେ ମରୁଡି ନିଶ୍ଚିତ ବୋଲି ଚାଷୀମାନେ କହିଲେଣି।
ଲୋଇସିଂହା ବ୍ଲକରେ ୨୧ହଜାର ୧୧୫ହେକ୍ଟର ଚାଷ ଜମି ରହିଛି । ଧାନ ଚାଷ ଉପଯୋଗୀ ପାଇଁ ୧୦ ହଜାର ୫୯୦ ହେକ୍ଟର ଜମି ରହିଛି। ସେଥିରୁ ୧୦ହଜାର ୨୫୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ଲକ୍ଷ୍ୟ ରଖାଯାଇଥିବାବେଳେ ୮୮୫୦ ହେକ୍ଟର ଜମିରେ ରୁଆ ଓ ବିହୁଡା ସରିଛି । ୨୫୦ହେକ୍ଟର ଜମିରେ ହାଇବ୍ରିଡ ଧାନ ଚାଷ କରାଯାଇଥିବାବେଳେ ୨୪୧ ହେକ୍ଟରେ ରୁଆ ସମାପନ ହୋଇଛି । ଜୁନ ମାସରେ ୨୦୨.୨ ମିମି ବର୍ଷା ଆବଶ୍ୟକ ଥିବାବେଳେ ୧୮୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଜୁଲାଇରେ ୩୬୦.୫ ମିମି ବର୍ଷା ଆବଶ୍ୟକ ଥିବାବେଳେ ୧୦୫ ମିମି ବର୍ଷା ହୋଇଛି ା ଉପରମୁଣ୍ଡାରେ ବର୍ଷା ହେବାରୁ ବ୍ଲକ ଦେଇ ଯାଇଥିବା ବିଭିନ୍ନ ନାଳାରେ ଯେଉଁ ପାଣି ଆସିଥିଲା ସେଥିରେ ଚାଷ କରଯାଇଛି ା ପ୍ରାୟ ଦୁଇ ସପ୍ତାହ ହେବ ବର୍ଷା ନ ଥିବାରୁ ବିହୁଡା ଓ ରୁଆ ହୋଇଥିବା ଜମିରେ ପାଣି ନାହିଁ, ଅନାବନା ଘାସ ମାଡିଗଲାଣି ା ବ୍ଲକ ସହକାରୀ କୃଷି ଅଧିକାରୀ ସୁଶୀଲ କୁମାର ସେଠୀଙ୍କୁ ପଚାରିବାରୁ ବର୍ଷାଭାବ ଯୋଗୁ ବ୍ଲକରେ ଚାଷ ଏବେ ସାଂଘାତିକ ସ୍ଥିତ ଦେଇ ଗତି କରୁଛି ା ଜିଲାକୁ ରେଡ ଜୋନ ଭାବେ ସରକାର ନେଇଛନ୍ତି। ନିକଟରେ ଭଲବର୍ଷା ନ ହେଲେ ମରୁଡିକୁ ଅସ୍ବୀକାର କରାଯାଇ ନପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri