ଅନ୍ଧକାର ବର୍ଷ

ବର୍ଷକ ପୂର୍ବେ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇ ଆସୁଥିବା ସ୍ବତନ୍ତ୍ର ସୁବିଧା ସଂକ୍ରାନ୍ତ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇଥିଲା। ଏହି ସମୟ ମଧ୍ୟରେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି ହୋଇଛି। ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କ ତୁଙ୍ଗ ନେତାମାନେ କହିଥିଲେ, ଏହି ସୀମାନ୍ତ ରାଜ୍ୟର ସର୍ବାଙ୍ଗୀନ ବିକାଶ କରିବା ହେଉଛି ମୂଳ ଲକ୍ଷ୍ୟ। ୫ ଅଗଷ୍ଟ ୨୦୨୦କୁ ଦେଖିଲେ ଅଦ୍ୟାବଧି ନ୍ୟାଶନାଲ କନ୍‌ଫରେନ୍ସର ୧୬ ଓ ପିଡିପିର ୮ ନେତା ଗୃହବନ୍ଦୀ ହୋଇ ରହିଛନ୍ତି। ଗତ ସପ୍ତାହରେ ପିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ଅବଧିକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି। ସେହିପରି ପୂର୍ବତନ ଆଇଏଏସ୍‌ ଅଫିସର ତଥା ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ମୁଖ୍ୟ ଶାହ ଫୌଜାଲଙ୍କ ସମେତ ଅନେକ ସ୍ଥାନୀୟ ନେତାଙ୍କୁ ଅଟକ ରଖାଯାଇଛି। ରାଜନେତାଙ୍କ ଗୃହବନ୍ଦୀ କିମ୍ବା ଅଟକରେ ସେଠାକାର ଦୁର୍ଦ୍ଦଶା ଅଟକି ଯାଇ ନାହିଁ। ସାଧାରଣ ଲୋକ ବର୍ଷଯାକ ବହୁ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରି ଚାଲିଛନ୍ତି। କୋଭିଡ୍‌-୧୯ ଯୋଗୁ ସମଗ୍ର ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ସ୍ଥିତିରେ ଲୋକେ କିଭଳି ହନ୍ତସନ୍ତ ହେଉଛନ୍ତି ତାହା ସମସ୍ତେ ଉପଲବ୍‌ଧି କରିଛନ୍ତି। ସେଭଳି ସ୍ଥଳେ ଜମ୍ମୁ ଓ କଶ୍ମୀରବାସିନ୍ଦା ଗତ ବର୍ଷ ଅଗଷ୍ଟ ୫ରୁ କଷ୍ଟ ସହୁଥିବା ବେଳେ କୋଭିଡ୍‌-୧୯ ସେହି ଦୁଃଖକୁ ଅଧିକ ମାତ୍ରାରେ ବଢ଼ାଇ ଦେଇଛି। ସେଠାକାର ଦୃଶ୍ୟ ଓ ଲୋକଙ୍କ ଯନ୍ତ୍ରଣା ଗଣମାଧ୍ୟମରେ ଠିକ୍‌ ଭାବେ ପ୍ରତିଫଳିତ ହୋଇପାରୁ ନାହିଁ। କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ସବୁ ଖବରକୁ ଯାଞ୍ଚ କରି ଛଡ଼ାଯାଉଛି। ୪ଜି ଇଣ୍ଟରନେଟ୍‌ ସୁବିଧା ଉପଲ୍‌ବଧ ହେଉ ନ ଥିବାରୁ ଡାକ୍ତରମାନେ ଚିକିତ୍ସା ସଂକ୍ରାନ୍ତ ସେବା ଠିକ୍‌ ଭାବେ ଯୋଗାଇପାରୁ ନାହାନ୍ତି। ଆଜି କୋଭିଡ୍‌-୧୯ ଯୋଗୁ ଦେଶବ୍ୟାପୀ ପିଲାଙ୍କ ପାଠପଢ଼ା ଅନ୍‌ଲାଇନ୍‌ରେ କରାଯାଉଛି। ହେଲେ କଶ୍ମୀରର ଛାତ୍ରୀଛାତ୍ରଙ୍କ ପାଇଁ ବିନା ଇଣ୍ଟରନେଟ୍‌ ସେବାରେ ପାଠପଢ଼ା ଅସମ୍ଭବ ହୋଇପଡ଼ିଛି।
ଅନୁଚ୍ଛେଦ ୩୭୦ ଉଚ୍ଛେଦ ବେଳେ କୁହାଯାଇଥିଲା ଯେ ଏହା ଦ୍ୱାରା ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇବ। ବେରୋଜଗାର ଥିବା ଯୁବକମାନେ ଅନନ୍ୟୋପାୟ ହୋଇ ଯେଭଳି ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଉଥିଲେ ସେଥିରେ ରୋକୋ ଲାଗିବ। କେନ୍ଦ୍ର ସରକାର ସେଠାକାର ଯୁବପିଢ଼ିଙ୍କୁ ପର୍ଯ୍ୟାପ୍ତ ଚାକିରି ଦେବାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ହେଲେ ସ୍ଥିତିରେ ଆଦୌ ଉନ୍ନତି ପରିଲକ୍ଷିତ ହୋଇ ନ ଥିବା ଅନେକ ତଥ୍ୟରୁ ଜଣାପଡ଼ିଛି। ଗତ ଏକ ବର୍ଷ ମଧ୍ୟରେ କୌଣସି ସରକାରୀ ନିଯୁକ୍ତି ଦିଆଯାଇ ନାହିଁ। ବରଂ ୧୦,୦୦୦ ପଦବୀ ଖାଲି ପଡ଼ିଛି। ହେଲେ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଜମ୍ମୁ ଓ କଶ୍ମୀରରେ ପରିବର୍ତ୍ତନ ଅଣାଯିବା ପରେ ଆତଙ୍କବାଦ କାର୍ଯ୍ୟରେ ସ୍ଥାନୀୟ ଯୁବପିଢ଼ିର ଯୋଗଦାନ ୪୨ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ସେନାର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଓ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଯୁବକମାନଙ୍କ ଆତଙ୍କବାଦୀ ସଙ୍ଗଠନରେ ଯୋଗଦାନ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଉଛି।
ଅର୍ଥନୈତିକ ଦିଗକୁ ଦେଖିଲେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଲାଗୁ କରାଯାଇଥିବା କଟକଣା ଓ ଲକ୍‌ଡାଉନ୍‌ ଯୋଗୁ ପ୍ରଥମ ୪ ମାସ ମଧ୍ୟରେ କଶ୍ମୀର ଅର୍ଥନୀତିରେ ୧୭,୮୮୭ କୋଟି ଟଙ୍କା କ୍ଷତି ଘଟିଥିଲା। ଏକ ବ୍ୟବସାୟିକ ସଙ୍ଗଠନ ସେତେବେଳେ କ୍ଷତିର ଆକାର ଏତିକି ଦେଖାଇଥିବା ବେଳେ ବର୍ଷକର ହିସାବ କଲେ ଏହା କାହିଁ କେତେ ଗୁଣ ବଢ଼ିଯାଇଥିବ। ଫଳ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କଶ୍ମୀରର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସେହି ଭୂଖଣ୍ଡକୁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁଳ ଭାବେ କମିଯିବା ଯୋଗୁ ପର୍ଯ୍ୟଟନଜନିତ ବ୍ୟବସାୟ ୮୬ ପ୍ରତିଶତ ହ୍ରାସ ଘଟିଛି ଓ ୧,୪୪,୫୦୦ ଲୋକଙ୍କ ଚାକିରି ଚାଲିିଯାଇଥିବା ତଥ୍ୟ ମିଳୁଛି।
କଶ୍ମୀର ସହିତ କରାଯାଇଥିବା ଅବିଚାର ସେଠାକାର ଯୁବପିଢ଼ିକୁ ଦୀର୍ଘକାଳ ପର୍ଯ୍ୟନ୍ତ ଭାରତ ବିରୋଧୀ କରାଇଦେଉଛି। ଭାରତୀୟ ବ୍ୟବସ୍ଥା ମଧ୍ୟ କଶ୍ମୀର ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଚାଲିଛି। ଉଦାହରଣ ସ୍ବରୂପ, ସୁପ୍ରିମକୋର୍ଟରେ ଯଥେଷ୍ଟ ବିଚାରପତିଙ୍କ ଉପସ୍ଥିତି ଏବଂ ସମୟର ଅଭାବ ନ ଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ପ୍ରଶାନ୍ତ ଭୂଷଣଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଟୁଇଟ୍‌କୁ ନେଇ ତିନିଜଣିଆ ପୀଠ ମାନହାନି ମକଦ୍ଦମା ଦାଏର କରି ତତ୍‌କ୍ଷଣାତ୍‌ ଶୁଣାଣି ଆରମ୍ଭ କରିଦେଇପାରୁଛନ୍ତି। କିନ୍ତୁ ସେହି ସର୍ବୋଚ୍ଚ ନ୍ୟାୟାଳୟ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସାମ୍ବିଧାନିକ କି ନୁହେଁ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେବା ମୌଳିକ ମାନବ ଅଧିକାର ଉଲ୍ଲଂଘନ କରୁଛି କି ନାହିଁ, ତାହାକୁ ନେଇ ପଡ଼ିରହିଥିବା ଅନେକ ଆବେଦନର ଶୁଣାଣି ଆରମ୍ଭ କରିବାକୁ ସମୟ ପାଉନାହାନ୍ତି। ୩ ମାର୍ଚ୍ଚ ୨୦୨୦ରେ ଶୀର୍ଷ ଅଦାଲତ ୩୭୦ ଉଚ୍ଛେଦ ମାମଲାକୁ ୭ ଜଣିଆ ବୃହତ୍ତର ପୀଠରେ ବିଚାର ହେବା ବିଷୟକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଯେତେବେଳେ ଦେଶର ସରକାର ନିଜ ନାଗରିକଙ୍କ ଅଧିକାରକୁ ଦୃଷ୍ଟି ନ ଦେବେ ଏବଂ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୀର୍ଘଦିନ ଧରି ଗୌଣ କରି ରଖିବେ, ସେତେବେଳେ ସମ୍ପୃକ୍ତ ନାଗରିକମାନେ ଅଧିକ ବିପଥଗାମୀ ହେବାକୁ ଚାହିଁବା ସ୍ବାଭାବିକ। କଶ୍ମୀର ସମସ୍ୟା ଅତ୍ୟନ୍ତ ଜଟିଳ। ସମାଧାନ କଦାପି ସହଜ ନୁହେଁ। ତେବେ ଏକବିଂଶ ଶତାବ୍ଦୀରେ କୌଣସି ଅଞ୍ଚଳର ଜନସାଧାରଣଙ୍କୁ ସାମରିକ ଭୟରେ ଅଧିକ ଦିନ ଦମନ କରି ରଖିବା ଏକ ଗଣତାନ୍ତ୍ରିକ ଦେଶ ପାଇଁ ସମ୍ଭବପର ହେବ ନାହିଁ। ଏହା ଜଣା ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ଥିଲା ଭାଜପାର ଦୀର୍ଘକାଳୀନ ସ୍ବପ୍ନ। ଅଗଷ୍ଟ ୫, ୨୦୧୯ରେ ୩୭୦ ଗଲା। ଅଗଷ୍ଟ ୫, ୨୦୨୦ରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜା ହେଲା। ଏହିସବୁ ନାଟକୀୟ କାର୍ଯ୍ୟ ଆସନ୍ତାକାଲିର ଭାରତୀୟ ଯୁବପିଢ଼ିକୁ ନିଜ ଜୀବନରେ କେତେଦୂର ଅର୍ଥନୈତିକ ଓ ସାମାଜିକ ସ୍ତରରେ ସହାୟକ ହେବ, ତାହା କେବଳ ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri