ଅନ୍ଧକାର ବର୍ଷ

ବର୍ଷକ ପୂର୍ବେ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇ ଆସୁଥିବା ସ୍ବତନ୍ତ୍ର ସୁବିଧା ସଂକ୍ରାନ୍ତ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇଥିଲା। ଏହି ସମୟ ମଧ୍ୟରେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି ହୋଇଛି। ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କ ତୁଙ୍ଗ ନେତାମାନେ କହିଥିଲେ, ଏହି ସୀମାନ୍ତ ରାଜ୍ୟର ସର୍ବାଙ୍ଗୀନ ବିକାଶ କରିବା ହେଉଛି ମୂଳ ଲକ୍ଷ୍ୟ। ୫ ଅଗଷ୍ଟ ୨୦୨୦କୁ ଦେଖିଲେ ଅଦ୍ୟାବଧି ନ୍ୟାଶନାଲ କନ୍‌ଫରେନ୍ସର ୧୬ ଓ ପିଡିପିର ୮ ନେତା ଗୃହବନ୍ଦୀ ହୋଇ ରହିଛନ୍ତି। ଗତ ସପ୍ତାହରେ ପିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ଅବଧିକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି। ସେହିପରି ପୂର୍ବତନ ଆଇଏଏସ୍‌ ଅଫିସର ତଥା ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ମୁଖ୍ୟ ଶାହ ଫୌଜାଲଙ୍କ ସମେତ ଅନେକ ସ୍ଥାନୀୟ ନେତାଙ୍କୁ ଅଟକ ରଖାଯାଇଛି। ରାଜନେତାଙ୍କ ଗୃହବନ୍ଦୀ କିମ୍ବା ଅଟକରେ ସେଠାକାର ଦୁର୍ଦ୍ଦଶା ଅଟକି ଯାଇ ନାହିଁ। ସାଧାରଣ ଲୋକ ବର୍ଷଯାକ ବହୁ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରି ଚାଲିଛନ୍ତି। କୋଭିଡ୍‌-୧୯ ଯୋଗୁ ସମଗ୍ର ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ସ୍ଥିତିରେ ଲୋକେ କିଭଳି ହନ୍ତସନ୍ତ ହେଉଛନ୍ତି ତାହା ସମସ୍ତେ ଉପଲବ୍‌ଧି କରିଛନ୍ତି। ସେଭଳି ସ୍ଥଳେ ଜମ୍ମୁ ଓ କଶ୍ମୀରବାସିନ୍ଦା ଗତ ବର୍ଷ ଅଗଷ୍ଟ ୫ରୁ କଷ୍ଟ ସହୁଥିବା ବେଳେ କୋଭିଡ୍‌-୧୯ ସେହି ଦୁଃଖକୁ ଅଧିକ ମାତ୍ରାରେ ବଢ଼ାଇ ଦେଇଛି। ସେଠାକାର ଦୃଶ୍ୟ ଓ ଲୋକଙ୍କ ଯନ୍ତ୍ରଣା ଗଣମାଧ୍ୟମରେ ଠିକ୍‌ ଭାବେ ପ୍ରତିଫଳିତ ହୋଇପାରୁ ନାହିଁ। କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ସବୁ ଖବରକୁ ଯାଞ୍ଚ କରି ଛଡ଼ାଯାଉଛି। ୪ଜି ଇଣ୍ଟରନେଟ୍‌ ସୁବିଧା ଉପଲ୍‌ବଧ ହେଉ ନ ଥିବାରୁ ଡାକ୍ତରମାନେ ଚିକିତ୍ସା ସଂକ୍ରାନ୍ତ ସେବା ଠିକ୍‌ ଭାବେ ଯୋଗାଇପାରୁ ନାହାନ୍ତି। ଆଜି କୋଭିଡ୍‌-୧୯ ଯୋଗୁ ଦେଶବ୍ୟାପୀ ପିଲାଙ୍କ ପାଠପଢ଼ା ଅନ୍‌ଲାଇନ୍‌ରେ କରାଯାଉଛି। ହେଲେ କଶ୍ମୀରର ଛାତ୍ରୀଛାତ୍ରଙ୍କ ପାଇଁ ବିନା ଇଣ୍ଟରନେଟ୍‌ ସେବାରେ ପାଠପଢ଼ା ଅସମ୍ଭବ ହୋଇପଡ଼ିଛି।
ଅନୁଚ୍ଛେଦ ୩୭୦ ଉଚ୍ଛେଦ ବେଳେ କୁହାଯାଇଥିଲା ଯେ ଏହା ଦ୍ୱାରା ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇବ। ବେରୋଜଗାର ଥିବା ଯୁବକମାନେ ଅନନ୍ୟୋପାୟ ହୋଇ ଯେଭଳି ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଉଥିଲେ ସେଥିରେ ରୋକୋ ଲାଗିବ। କେନ୍ଦ୍ର ସରକାର ସେଠାକାର ଯୁବପିଢ଼ିଙ୍କୁ ପର୍ଯ୍ୟାପ୍ତ ଚାକିରି ଦେବାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ହେଲେ ସ୍ଥିତିରେ ଆଦୌ ଉନ୍ନତି ପରିଲକ୍ଷିତ ହୋଇ ନ ଥିବା ଅନେକ ତଥ୍ୟରୁ ଜଣାପଡ଼ିଛି। ଗତ ଏକ ବର୍ଷ ମଧ୍ୟରେ କୌଣସି ସରକାରୀ ନିଯୁକ୍ତି ଦିଆଯାଇ ନାହିଁ। ବରଂ ୧୦,୦୦୦ ପଦବୀ ଖାଲି ପଡ଼ିଛି। ହେଲେ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଜମ୍ମୁ ଓ କଶ୍ମୀରରେ ପରିବର୍ତ୍ତନ ଅଣାଯିବା ପରେ ଆତଙ୍କବାଦ କାର୍ଯ୍ୟରେ ସ୍ଥାନୀୟ ଯୁବପିଢ଼ିର ଯୋଗଦାନ ୪୨ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ସେନାର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଓ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଯୁବକମାନଙ୍କ ଆତଙ୍କବାଦୀ ସଙ୍ଗଠନରେ ଯୋଗଦାନ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଉଛି।
ଅର୍ଥନୈତିକ ଦିଗକୁ ଦେଖିଲେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଲାଗୁ କରାଯାଇଥିବା କଟକଣା ଓ ଲକ୍‌ଡାଉନ୍‌ ଯୋଗୁ ପ୍ରଥମ ୪ ମାସ ମଧ୍ୟରେ କଶ୍ମୀର ଅର୍ଥନୀତିରେ ୧୭,୮୮୭ କୋଟି ଟଙ୍କା କ୍ଷତି ଘଟିଥିଲା। ଏକ ବ୍ୟବସାୟିକ ସଙ୍ଗଠନ ସେତେବେଳେ କ୍ଷତିର ଆକାର ଏତିକି ଦେଖାଇଥିବା ବେଳେ ବର୍ଷକର ହିସାବ କଲେ ଏହା କାହିଁ କେତେ ଗୁଣ ବଢ଼ିଯାଇଥିବ। ଫଳ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କଶ୍ମୀରର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସେହି ଭୂଖଣ୍ଡକୁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁଳ ଭାବେ କମିଯିବା ଯୋଗୁ ପର୍ଯ୍ୟଟନଜନିତ ବ୍ୟବସାୟ ୮୬ ପ୍ରତିଶତ ହ୍ରାସ ଘଟିଛି ଓ ୧,୪୪,୫୦୦ ଲୋକଙ୍କ ଚାକିରି ଚାଲିିଯାଇଥିବା ତଥ୍ୟ ମିଳୁଛି।
କଶ୍ମୀର ସହିତ କରାଯାଇଥିବା ଅବିଚାର ସେଠାକାର ଯୁବପିଢ଼ିକୁ ଦୀର୍ଘକାଳ ପର୍ଯ୍ୟନ୍ତ ଭାରତ ବିରୋଧୀ କରାଇଦେଉଛି। ଭାରତୀୟ ବ୍ୟବସ୍ଥା ମଧ୍ୟ କଶ୍ମୀର ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଚାଲିଛି। ଉଦାହରଣ ସ୍ବରୂପ, ସୁପ୍ରିମକୋର୍ଟରେ ଯଥେଷ୍ଟ ବିଚାରପତିଙ୍କ ଉପସ୍ଥିତି ଏବଂ ସମୟର ଅଭାବ ନ ଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ପ୍ରଶାନ୍ତ ଭୂଷଣଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଟୁଇଟ୍‌କୁ ନେଇ ତିନିଜଣିଆ ପୀଠ ମାନହାନି ମକଦ୍ଦମା ଦାଏର କରି ତତ୍‌କ୍ଷଣାତ୍‌ ଶୁଣାଣି ଆରମ୍ଭ କରିଦେଇପାରୁଛନ୍ତି। କିନ୍ତୁ ସେହି ସର୍ବୋଚ୍ଚ ନ୍ୟାୟାଳୟ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସାମ୍ବିଧାନିକ କି ନୁହେଁ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେବା ମୌଳିକ ମାନବ ଅଧିକାର ଉଲ୍ଲଂଘନ କରୁଛି କି ନାହିଁ, ତାହାକୁ ନେଇ ପଡ଼ିରହିଥିବା ଅନେକ ଆବେଦନର ଶୁଣାଣି ଆରମ୍ଭ କରିବାକୁ ସମୟ ପାଉନାହାନ୍ତି। ୩ ମାର୍ଚ୍ଚ ୨୦୨୦ରେ ଶୀର୍ଷ ଅଦାଲତ ୩୭୦ ଉଚ୍ଛେଦ ମାମଲାକୁ ୭ ଜଣିଆ ବୃହତ୍ତର ପୀଠରେ ବିଚାର ହେବା ବିଷୟକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଯେତେବେଳେ ଦେଶର ସରକାର ନିଜ ନାଗରିକଙ୍କ ଅଧିକାରକୁ ଦୃଷ୍ଟି ନ ଦେବେ ଏବଂ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୀର୍ଘଦିନ ଧରି ଗୌଣ କରି ରଖିବେ, ସେତେବେଳେ ସମ୍ପୃକ୍ତ ନାଗରିକମାନେ ଅଧିକ ବିପଥଗାମୀ ହେବାକୁ ଚାହିଁବା ସ୍ବାଭାବିକ। କଶ୍ମୀର ସମସ୍ୟା ଅତ୍ୟନ୍ତ ଜଟିଳ। ସମାଧାନ କଦାପି ସହଜ ନୁହେଁ। ତେବେ ଏକବିଂଶ ଶତାବ୍ଦୀରେ କୌଣସି ଅଞ୍ଚଳର ଜନସାଧାରଣଙ୍କୁ ସାମରିକ ଭୟରେ ଅଧିକ ଦିନ ଦମନ କରି ରଖିବା ଏକ ଗଣତାନ୍ତ୍ରିକ ଦେଶ ପାଇଁ ସମ୍ଭବପର ହେବ ନାହିଁ। ଏହା ଜଣା ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ଥିଲା ଭାଜପାର ଦୀର୍ଘକାଳୀନ ସ୍ବପ୍ନ। ଅଗଷ୍ଟ ୫, ୨୦୧୯ରେ ୩୭୦ ଗଲା। ଅଗଷ୍ଟ ୫, ୨୦୨୦ରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜା ହେଲା। ଏହିସବୁ ନାଟକୀୟ କାର୍ଯ୍ୟ ଆସନ୍ତାକାଲିର ଭାରତୀୟ ଯୁବପିଢ଼ିକୁ ନିଜ ଜୀବନରେ କେତେଦୂର ଅର୍ଥନୈତିକ ଓ ସାମାଜିକ ସ୍ତରରେ ସହାୟକ ହେବ, ତାହା କେବଳ ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?