Posted inଜାତୀୟ

ବଳାତ୍କାର ପରେ ଚିରି ଦେଲେ ମହିଳାଙ୍କ ପେଟ

ନୂଆଦିଲ୍ଲୀ,୧୬।୬: ବଳାତ୍କାର ପରେ ଛୁରା ମାରି ୬୨ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୩ ନିକଟସ୍ଥ ଦାଲୁପୁରା ଗ୍ରାମରେ ଘଟିଛି ଏଭଳି ବର୍ବର କାଣ୍ଡ। ଏହି ଘଟଣାରେ ବୃଦ୍ଧାଙ୍କ ପଡୋଶୀଙ୍କୁ ଗିରଫ କରିଛି ପୋଲିସ। ମିଳିଥିବା ସିସିଟିଭି ଫୁଟେଜରେ ୩୦ ବର୍ଷୀୟ ଅଭିଯୁକ୍ତ ଶେଷ ବ୍ୟକ୍ତି ଭାବେ ପୀଡ଼ିତାଙ୍କ ଘରେ ପଶିଥିଲେ।

ପଚରାଉଚୁରା ବେଳେ ବଳାତ୍କାର ପରେ ନିଜକୁ ବଞ୍ଚାଇବା ପାଇଁ ବୃଦ୍ଧାଙ୍କୁ ଛୁରି ଭୁଷି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ। ଅପରାଧ ଘଟାଇବା ସମୟରେ ଅଭିଯୁକ୍ତ ମଦ ନିଶାରେ ଥିଲେ। ପୀଡ଼ିତା ଜଣେ ପରିବା ବିକାଳି। ତାଙ୍କ ୩୩ ବର୍ଷୀୟ ପୁଅ ନୋଏଡାର ଏକ ବେସରକାରୀ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ଆଉ ୧୩ ବର୍ଷୀୟ ନାତି ସହ ପୀଡ଼ିତା ରହୁଥିଲେ। ପୀଡ଼ିତାଙ୍କ ପୁଅ ଘରକୁ ଫେରିବା ପରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମା’ଙ୍କ ମୃତଦେହ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ୪ରୁ ୫ ଘଣ୍ଟା ମଧ୍ୟରେ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ବୃଦ୍ଧାଙ୍କ ବେକ କଟାଯିବା ସହ ଛାତି ଓ ପେଟରେ ୮ରୁ ୧୦ ଗଭୀର କ୍ଷତ ଚିହ୍ନ ରହିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ପରେ ସ୍ୱାଧିନତାକୁ ନେଇ ବିବାଦୀୟ ବୟାନ ଦେଲେ ମଣିଶଙ୍କର

ନୂଆଦିଲ୍ଲୀ,୨୩ ।୧୧: ଦେଶର ସ୍ୱାଧିନତାକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏକ ବିବାଦୀୟ ବୟାନ ଦେଇଥିଲେ । ଏବେ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା...

ଆକ୍ସନ ମୁଡରେ ଚନ୍ନି: ପ୍ରସ୍ତୁତ ହେବ ଦୁର୍ନୀତିରେ ଫସି ରହିଥିବା ସରକାରୀ କର୍ମଚାରୀଙ୍କ ତାଲିକା

ଚଣ୍ଡିଗଡ଼,୩ ।୧୦: ପଞ୍ଜାବର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବେ ଆକ୍ସନ ମୁଡରେ । ଚନ୍ନି ଯେଉଁ ସରକାରୀ କର୍ମଚାରୀଙ୍କ ନାଁରେ ଦୁର୍ନୀତି...

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ...

ଚାଷୀଙ୍କ ଖାତାକୁ ଗଲା ନବମ କିସ୍ତିର ୨୦୦୦ ଟଙ୍କା..

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ୯.୭୫ କୋଟି ଚାଷୀଙ୍କ ଖାତାକୁୁ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ନବମ କିସ୍ତିର...

ଛଅ ବର୍ଷ ପରେ ନିର୍ବାଚନ ଲଢିବେ ଶାହନବାଜ

ନୂଆଦିଲ୍ଲୀ,୧୭ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୟଦ ଶାହନବାଜ ହୁସେନଙ୍କୁ ବିହାର ବିଧାନ ପରିଷଦ ଉପନିର୍ବାଚନ ପାଇଁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୪।୯: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ସକାଳେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଅଓ୍ବନ୍ତିପୋରାର ତ୍ରାଲ୍‌ ଅଞ୍ଚଳର ମାଘମାଠାରେ କିଛି ଆତଙ୍କବାଦୀ ଲୁଚି ଥିବା...

ଚୂଡ଼ାନ୍ତ ପର୍ଯ୍ୟାୟରେ ଅଯୋଧ୍ୟା ଶୁଣାଣି

ନୂଆଦିଲ୍ଲୀ, ୧୪ା୧୦ : ଅଯୋଧ୍ୟା ଜମି ବିବାଦର ଚୂଡ଼ାନ୍ତ ଶୁଣାଣି ସୋମବାରଠାରୁ ପୁଣି ଆରମ୍ଭ କରାଯିବ। ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ରାଜନୈତିକ ଦୃଷ୍ଟିକୋଣରୁ...

ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ

ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍‌ମା ଦେଇ...

Advertisement
Archives

Model This Week