ଅବ୍ୟବସ୍ଥା ଘେରରେ ୬୦ ବର୍ଷର ବିଦ୍ୟାଳୟ

କୋଦଳା,୪ା୮(ଅମିତ କୁମାର ପଟ୍ଟନାୟକ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ଜରିଆରେ ବହୁ କାର୍ଯ୍ୟ କରୁଥିବା ବେଳେ ୬୦ ବର୍ଷ ପୁରୁଣା କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। କୋଦଳା ସହରର ବହୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବ ରହିଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ଜନପ୍ରତିନିଧିମାନେ ଆଗ୍ରହ ଦେଖାଉ ନଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୧୯୬୩ ମସିହାରେ ସ୍ଥାପିତ କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ୨୦୧୮ରେ କୋଦଳା ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରାଯାଇଥିଲା। କିନ୍ତୁ ଏହାର ଭିତ୍ତିଭୂମିର ଉନ୍ନତି କରି ଆବଶ୍ୟକ ଶ୍ରେଣୀଗୃହ କରାଯାଇନଥିବାରୁ ଛାତ୍ରୀଛାତ୍ର ମାନେ ବସି ପାଠ ପଢିବା ସମ୍ଭବ ହେଉନାହିଁ। ଅଧିକ ଛାତ୍ରୀଛାତ୍ର ଥିବାରୁ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଦୁଇଟି କକ୍ଷରେ ପଢ଼ାଯାଉଛି। କିନ୍ତୁ ଶ୍ରେଣୀଗୃହ ଅଭାବ ଯୋଗୁ ପାଠ ପଢାରେ ଅସୁବିଧା ହେଉଅଛି। ସେହିପରି ଖେଳପଡିଆ ନଥିବାରୁ ଛାତ୍ରୀଛାତ୍ରଙ୍କ ଶାରୀରିକ ଦକ୍ଷତା ବଢ଼ିପାରୁନି। ୫-ଟି ଜରିଆରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟାଳୟରେ ଖର୍ଚ୍ଚ ହୋଇଥିଲେ ମଧ୍ୟ ନୂତନ କୋଠା କିଛି ହୋଇପାରିନାହିଁ। ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୮୭୦ ଛାତ୍ରୀଛାତ୍ର ପଢୁଥିବା ବେଳେ ସେମାନଙ୍କୁ ପଢ଼ାଉଛନ୍ତି ମାତ୍ର ୧୭ଜଣ ଶିକ୍ଷକ, ଯାହାକି ସରକାରୀ ନିୟମ ଅନୁସାରେ ଏଠାରେ ୩୦ ଶିକ୍ଷକ ଆବଶ୍ୟକତା ରହିଛି। ଦୀର୍ଘ ୧୦ବର୍ଷ ହେଲା ହିନ୍ଦୀ ଶିକ୍ଷକ ନଥିବା ବେଳେ ୧୭ବର୍ଷ ହେଲା ଅର୍ଥାତ ଗତ ୨୦୦୬ରୁ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ଜଣେ ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହୁଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେପଟେ ଶିକ୍ଷକ ଅଭାବ ବେଳେ କିଛିଦିନ ପୂର୍ବେ ଏହି ବିଦ୍ୟାଳୟରୁ ଶିକ୍ଷୟତ୍ରୀ ସରସ୍ବତୀ ସୁବୁଦ୍ଧିଙ୍କୁ ନେଉଳି ବିଦ୍ୟାଳୟକୁ ଡେପୁଟେସନ ହେବା ସହ ଗତ ତିନିବର୍ଷ ହେଲା ଶିକ୍ଷକ କ୍ରିତି ଚରଣ ଭୋଇ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। କିନ୍ତୁ ଏମାନଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ ଦିଆଯାଇନାହିଁ। ସେହିପରି ବିଦ୍ୟାଳୟ କିରାଣୀଙ୍କୁ ବେଗୁନିଆପଡା ବିଇଓ କାର୍ଯ୍ୟାଳୟକୁ ଡେପୁଟେସନ ହୋଇଥିବାରୁ କିରାଣୀ କାର୍ଯ୍ୟରେ ଜଣେ ଶିକ୍ଷକ ନିଯୁକ୍ତ ରହୁଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ସରକାରୀ ନିୟମ ମୁତାବକ ବିଦ୍ୟାଳୟ ପାଚେରିକୁ ଲାଗି କୌଣସି ଦୋକାନ ବଜାର ରହିପାରିବ ନାହିଁ ବୋଲି ନିୟମ ଥିଲାବେଳେ ଏଠାରେ କିନ୍ତୁ ବହୁ ଦୋକାନ ରହିଛି। ବିଭିନ୍ନ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟରେ ପ୍ରବେଶ ହେଉଥବା ସହ ଛାତ୍ରୀଛାତ୍ରମାନେ ସୁରକ୍ଷିତ ମଣୁ ନାହାନ୍ତି। ଶିକ୍ଷକ ପଦବୀ ପୂରଣ ସାଙ୍ଗକୁ ଅନ୍ୟ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଛାତ୍ରୀଛାତ୍ର, ଅଭିଭାବକ ଏବଂ ପରିଚାଳକ କମିଟି ଚେତାବନୀ ଦେଇଛନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ପାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?