‘ଯୁବପିଢ଼ି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ’

ଖୋର୍ଦ୍ଧା,୪ା୮(ପ୍ରଭାତ ପାଣିଗ୍ରାହୀ): ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଯୁବସମାଜ ଏକ ପ୍ରମୁଖ ଅଙ୍ଗ। ତେଣୁ ଯୁବପିଢ଼ି ନିଜ ଦାୟିତ୍ୱକୁ ହୃଦୟଙ୍ଗମ କରିବା ସହ ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ପଥରେ ଆଗେଇପାରିବ। ଗଣମାଧ୍ୟମ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ନିଜ ଦାୟିତ୍ୱ ନିର୍ବାହ କରୁଛି। ତେଣୁ ଯୁବଗୋଷ୍ଠୀ ଏକ ବିକଶିତ ରାଷ୍ଟ୍ରର ବିନ୍ଧାଣି ଭାବେ ଗଣତନ୍ତ୍ରର ସୁରକ୍ଷା କରିପାରିବେ ବୋଲି ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟଠାରେ ଗୁରୁବାର ଧରିତ୍ରୀର ୫୦ବର୍ଷ ପାଳନ ଅବସରରେ ଆୟୋଜିତ ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ କଲେଜ ଅଧ୍ୟକ୍ଷା ଡ. ବିଜୟଲକ୍ଷ୍ମୀ ଦାସ କହିଥିଲେ। ଉଦ୍‌ଘାଟକ ଭାବେ ସ୍ଥାନୀୟ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଯୋଗଦେଇ କହିଲେ ଯେ, ଭାରତବର୍ଷର ବିକାଶରେ ନାରୀ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଥାରେ ନୁହେଁ, ନିଜ କର୍ତ୍ତବ୍ୟପଥରେ ଆଗକୁ ବଢ଼ିଲେ ଗଣତନ୍ତ୍ର ସୁରକ୍ଷିତ ହେବ। ଗଣମାଧ୍ୟମକୁ ପାଥେୟ କରି ଯୁବପିଢ଼ି ବିଶେଷକରି ଯୁବତୀମାନଙ୍କୁ ସ୍ବର ଉଠାଇବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଶିକ୍ଷାବିତ୍‌ ଡ. ଧୀରେନ୍ଦ୍ର ନନ୍ଦ କହିଲେ ଯେ, ସମାଜରେ ଆତ୍ମୀୟତା, ସ୍ନେହ, ଶ୍ରଦ୍ଧା କମିବାରେ ଲାଗିଛି। ଏହାକୁ ସଜାଡ଼ିବାର ଦାୟିତ୍ୱ ଯୁବପିଢ଼ିଙ୍କ ରହିଛି। ମାନସିକତାର ପରିବର୍ତ୍ତନରେ ସମାଜରେ ବ୍ୟାପକ ପରିବର୍ତ୍ତନ ଆସିପାରିବ ବୋଲି ନନ୍ଦ କହିଥିଲେ।
ବକ୍ତୃତା ପ୍ରତିଯୋଗିତାରେ ୧୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଲକ୍ଷ୍ମୀପ୍ରିୟା ରାଉତରାୟ ଓ ତାପସୀ ବଳବନ୍ତରାୟ ଯୁଗ୍ମ ପ୍ରଥମ, ସୋନାଲି ସ୍ବର୍ଣ୍ଣଲତା ମହାପାତ୍ର ଦ୍ୱିତୀୟ ଏବଂ ଅମିତା ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ କହିଲେ ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି। ଭାରତ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯୁବଗୋଷ୍ଠୀଙ୍କ ପ୍ରମୁଖ ଭୂମିକା ରହିଛି। ଗଣମାଧ୍ୟମ ନିରପେକ୍ଷ ଖବର ପରିବେଷଣ ଦିଗରେ ପ୍ରତିବଦ୍ଧତା ରହିବା ଜରୁରୀ। ଆଜିର ଯୁବପିଢ଼ି ସ୍ବବିକାଶ ପରିବର୍ତ୍ତେ ଜନମାନସ, ରାଷ୍ଟ୍ର, ସହଯୋଗୀଙ୍କ ଉନ୍ନତି କଥା ଚିନ୍ତନ କରିଲେ ଗଣତନ୍ତ୍ର ମଜଭୁତ ହୋଇପାରିବ ବୋଲି କହିଥିଲେ।
ବିଚାରକ ଭାବେ କେଏମ୍‌ବିବି ଓ କିଷ୍ଟ କଲେଜର ପୂର୍ବତନ ଆସୋସିଏଟ୍‌ ପ୍ରଫେସର ସୃଜନ ମିଶ୍ର କହିଲେ, ଗଣତନ୍ତ୍ରର ଏକ ପ୍ରମୁଖ ଅଙ୍ଗ ଭୋଟ୍‌। ଭୋଟଦାନ ସମସ୍ତଙ୍କ ମୌଳିକ ଅଧିକାର। ଏଥିପ୍ରତି ସଚେତନ ହେବା ଜରୁରୀ। ଗଣମାଧ୍ୟମ ବିନା ଗଣତନ୍ତ୍ରର ଅସ୍ତିତ୍ୱ ହଜିଯିବ। ଏହାକୁ ସଜାଡ଼ିବା ଦିଗରେ ଯୁବପିଢ଼ିଙ୍କ ଗୁରୁ ଦାୟିତ୍ୱ ରହିଛି। ଅନ୍ୟତମ ବିଚାରକ ନିରାକାରପୁର କଲେଜ ଅର୍ଥନୀତି ବିଭାଗ ଅଧ୍ୟାପିକା ପ୍ରବୀଣା ପଟ୍ଟନାୟକ କହିଲେ ଯେ, ପ୍ରତିଯୋଗୀମାନେ ବିଷୟ ଉପରେ ସୁନ୍ଦର ମତ ଉପସ୍ଥାପନ କରିଥିଲେ। ନିଜ ମଧ୍ୟରେ ରହିଥିବା ଆକ୍ରୋଶକୁ ସକାରାତ୍ମକ ଏବଂ ଉପଯୁକ୍ତ ପ୍ଲାଟଫର୍ମରେ ସ୍ବର ଉତ୍ତୋଳନ କରିବା ଉଚିତ୍‌। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଦର୍ପଣ ସଦୃଶ। ଜଣେ ସଚେତନ ନାଗରିକ ଭାବେ ନିଜ ଦାୟିତ୍ୱକୁ ବୁଝିଲେ ଗଣତନ୍ତ୍ରକୁ ସୁରକ୍ଷିତ କରିପାରିବେ ବୋଲି କହିଥିଲେ। ଏହି ଅବସରରେ କଲେଜର ବରିଷ୍ଠ ପ୍ରାଧ୍ୟାପିକା କବିତା ସ୍ବାଇଁ ଏକ କବିତା ମାଧ୍ୟମରେ ଗଣମାଧ୍ୟମ କିଭଳି ଜନଗଣ ମତକୁ ଲୋକଲୋଚନକୁ ଆଣିଥାଏ ତାହା କହିଥିଲେ। ଯୁବକମାନଙ୍କୁ ନିଜ ଦାୟିତ୍ୱବୋଧ ସମ୍ପର୍କରେ ସୂଚାଇ ଦେବା ଲାଗି ଧରିତ୍ରୀ ଆମ ପାଖରେ ପହଞ୍ଚତ୍ଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜନୀତି ବିଜ୍ଞାନ ପ୍ରାଧ୍ୟାପିକା ନୀତା ଦାସ କହିଲେ, ଆଜିର ଯୁଗର ସୂଚନା, ତଥ୍ୟର ଯୁଗ। ଯାହାଙ୍କ ପାଖରେ ଯେତିକି ତଥ୍ୟ ରହିଛି, ସେ ସେତିକି ଶକ୍ତିଶାଳୀ। ଦୈନିକ ଖବରକାଗଜ ପଢ। ଏଥିରେ ବହୁ ଉପାଦେୟତା ରହିଛି। କଲେଜ ଅବସର ସମୟରେ ପାଠାଗାରକୁ ଯାଅ। ନିଜ ଇଚ୍ଛା ମୁତାବକ ପୁସ୍ତକ ଅଧ୍ୟୟନ କଲେ ଜ୍ଞାନର ବିକାଶ ଘଟିବ। ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ଫୋକସ କଲେ ନିଜ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ହେବ ବୋଲି କହିଥିଲେ।
ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ ରଥ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ଜିଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ଜଟଣୀ ପ୍ରତିନିଧି ରବୀନ୍ଦ୍ର ନାଥ ମହାକୁଡ ଧନ୍ୟବାଦ ଦେଇଥିଲେ। ସହସମ୍ପାଦକ ଜୟନ୍ତ ବେହେରା, ସୁଶାନ୍ତ ସାହୁ, ନିରାକାରପୁର ପ୍ରତିନିଧି ମାନସ ରଞ୍ଜନ ପଟ୍ଟନାୟକ, ଗମ୍ଭାରିମୁଣ୍ଡା ପ୍ରତିନିଧି ଦିଲୀପ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପିକା ସବିତା ନାୟକ, ଗୃହ ବିଜ୍ଞାନ ଅଧ୍ୟାପିକା ସ୍ବାତୀ ସୁଚରିତା, ରାଜନୀତି ବିଜ୍ଞାନ ଅଧ୍ୟାପିକା ଶୁଭଶ୍ରୀ ଦାସ, କ୍ରୀଡ଼ା ଅଧ୍ୟାପିକା ସାଧନା ପ୍ରଧାନ ଏବଂ ବାଣିଜ୍ୟ ବିଭାଗ ଅଧ୍ୟାପକ ବିଭୂତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେତାଙ୍କ ମୁଖରୁ

ଗଣମାଧ୍ୟମ ନିରପେକ୍ଷତା ବଜାୟ ରଖିଛି। ଏହା ପ୍ରତିଟି ଖବରକୁ ଲୋକଲୋଚନକୁ ଆଣିବା ସହ ଗଣ ଓ ତନ୍ତ୍ର ମଧ୍ୟରେ ସଂଯୋଗ ସେତୁ ଭାବେ କାର୍ଯ୍ୟ କରିଥାଏ। ବିଶ୍ୱର ସର୍ବବୃହତ୍‌୍‌ଗଣତନ୍ତ୍ର ରାଷ୍ଟ୍ର ହେଉଛି ମୋ ଭୂମି ଭାରତ। ଏହାର ଅଖଣ୍ଡତା, ଏକତା, ସାର୍ବଭୌମ, ଧର୍ମନିରପେକ୍ଷତା ବଜାୟ ରଖିବା ଯୁବପିଢିଙ୍କ ଦାୟିତ୍ୱ।
– ସୋନାଲି ସ୍ବର୍ଣ୍ଣଲତା ମହାପାତ୍ର, ଦ୍ୱିତୀୟ


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?