ନିଜକୁ ଜୀବିତ ସାବ୍ୟସ୍ତ କରିବା ପାଇଁ ଅଧିକାରୀଙ୍କୁ ଗୁହାରି କରୁଛନ୍ତି ୬୦ ବର୍ଷ ବୟସ୍କ ଚାଷୀ…

ପାଟନା,୧୯।୪ : ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ କାଗଜରେ ସେ ଜୀବିତ ଥିବା ସତ୍ତ୍ୱେ ନିଜକୁ ଜୀବନ୍ତ ପ୍ରମାଣ କରିବା ଲାଗି ଉଦ୍ୟମ କରୁଥିଲେ। ଠିକ ସେହିଭଳି ଏକ ଫିଲ୍ମ ଷ୍ଟାଇଲର ଘଟଣା ବିହାରର ବାଗାହା ଜିଲାରେ ଦେଖିବାକୁ ମିଳିଛି। ଯେଉଁଠାରେ ଏଭଳି ମାମଲା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜକୁ ଜୀବନ୍ତ ପ୍ରମାଣ କରିବାକୁ ଜଣେ ୬୦ ବର୍ଷ ବୟସ୍କ ଗରିବ ଚାଷୀ ମାସ ମାସ ଧରି ସରକାରୀ କାର୍ଯ୍ୟାଳୟରେ ବୁଲି ଅଧିକାରୀଙ୍କୁ ଗୁହାରୀ କରୁଛନ୍ତି। ତାଙ୍କ ନିଜ ଭାଇ ତାଙ୍କୁ ମୃତ ଘୋଷଣା ତାଙ୍କର ନିଜ ନାମରେ କରିଛନ୍ତି। ଏପରିସ୍ଥଳେ ଚାଷୀ ଜଣକ ଜୀବିତ ଥିବାର ପ୍ରମାଣ ଦେଖାଇ ନିଜ ଜମି ପାଇବାକୁ ଉଦ୍ୟମ କରୁଛନ୍ତି।

ସମଗ୍ର ବିଷୟ ବାଗାହା ଅଞ୍ଚଳର ବିବି ବନକଟଭା ମୌଜାର। ଯେଉଁଠାରେ ମାନପୁର ମଠିଆ ଗାଁର ବାସିନ୍ଦା ୬୦ ବର୍ଷ ବୟସ୍କ ଅରବିନ୍ଦ ପ୍ରସାଦ ସାହାଙ୍କୁ ଜୋନାଲ କାର୍ଯ୍ୟାଳୟ ତଥା ସ୍ଥାନୀୟ ରାଜସ୍ବ କର୍ମଚାରୀ ଛଠୁ ଓରାଓଁ ମୃତ ଘୋଷଣା କରିଛନ୍ତି। ତାଙ୍କର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଜୋନାଲ ଅଫିସଠାରୁ ସବ-ଡିଭିଜନାଲ ଅଫିସ ପର୍ଯ୍ୟନ୍ତ ଜୀବିତ ଥିବା ପ୍ରମାଣ ଦେବାରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଗରିବ ଚାଷୀ ଅରବିନ୍ଦ ପ୍ରସାଦ ଜୀବିତ ଥିବାବେଳେ ତାଙ୍କ କଥା ଶୁଣିବାକୁ କେହି ନାହାଁନ୍ତି ।

ତାଙ୍କ ଭାଇଙ୍କଠାରୁ ଲାଞ୍ଚ ନେଇ ରାଜସ୍ବ କର୍ମଚାରୀ ଛଠୁ ଏହି କାର୍ଯ୍ୟ କରିଥିବା ଅରବିନ୍ଦ ପ୍ରସାଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେତେବେଳେ ମୁଁ ଜାଣିବାକୁ ପାଇଲି, ମୋର ନିଜ ଭାଇ ପ୍ରମୋଦ ସାହା ଅରବିନ୍ଦଙ୍କ ଜମିକୁ ତାଙ୍କ ସ୍ତ୍ରୀଙ୍କ ନାମରେ ବିକ୍ରି କରିଛନ୍ତି। ତା’ପରେ ମୁଁ ତାଙ୍କ ଦାଖଲ ବନ୍ଦ କରିବାକୁ ସର୍କଲ ଅଫିସରେ ଆବେଦନ କରିଥିଲି। ଯାହାର ରସିଦ ମଧ୍ୟ ମୋ ପାଖରେ ଅଛି। ଏହା ସତ୍ତ୍ୱେ ରାଜସ୍ବ କର୍ମଚାରୀ ତଥା ସର୍କଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ଛଠୁଙ୍କ ସହ ମିଶି ଲାଞ୍ଚ ନେଇ ମୋତେ ମୃତ ଘୋଷଣା କରି ଏହି ମାମଲା ବେଆଇନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।

ଅରବିନ୍ଦ କହିଛନ୍ତି, ଗତ ତିନିମାସ ହେଲା ମୁଁ ମୋର ଜୀବନ୍ତ ପ୍ରମାଣ ପାଇଁ ସର୍କଲ ଏବଂ ସବ-ଡିଭିଜନାଲ ଅଫିସରେ ବୁଲୁଛି, କିନ୍ତୁ କୌଣସି ଶୁଣାଣି ହୋଇନାହିଁ। ଏଥି ସହିତ, ଏହି ମାମଲାରେ ସର୍କଲ ଅଧିକାରୀ ଅଭିଷେକ ଆନନ୍ଦ କହିଛନ୍ତି, ସମଗ୍ର ଘଟଣାର ତଦନ୍ତ ପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ସୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି ପୀଡିତ ଜୋନାଲ ଅଫିସରେ ଆବେଦନ କରିବା ସତ୍ତ୍ୱେ ଏହାକୁ କିପରି ଅଣଦେଖା କରାଯାଇଥିଲା ଏବଂ ସ୍ଥାନୀୟ ରାଜସ୍ବ କର୍ମଚାରୀଙ୍କ ଦ୍ୱାରା ମୃତ ଘୋଷଣା କରାଯାଇ ପରେ ତାଙ୍କୁ ତାଙ୍କ ଜମିରୁ ବେଦଖଲ କରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?