Posted inଜାତୀୟ

୫ମ ପର୍ଯ୍ୟାୟରେ ୬୦% ମତଦାନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ଭୋଟିଂ ହୋଇଥିଲା। ପଶ୍ଚିମବଙ୍ଗରେ ସର୍ବାଧିକ ୭୬.୦୫ ପ୍ରତିଶତ ମତଦାନ ହୋଇଥିବାବେଳେ ଲଦାଖରେ ୬୯.୬୨%, ଝାଡ଼ଖଣ୍ଡରେ ୬୩.୦୯% ଏବଂ ଓଡ଼ିଶାରେ ୬୯.୩୪ ପ୍ରତିଶତ ମତଦାନ ହୋଇଛି। ଉତ୍ତରପ୍ରଦେଶରେ ୫୭.୭୯ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଜମ୍ମୁ-କଶ୍ମୀରରେ ୫୮.୧୭%, ବିହାରରେ ୫୪.୮୫% ଏବଂ ମହାରାଷ୍ଟ୍ରରେ ସର୍ବନିମ୍ନ ୫୪.୩୩ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ଭୋଟ ବେଳେ କାଁଭାଁ ହିଂସାକାଣ୍ଡ ଘଟିଥିବାବେଳେ ଉତ୍ତରପ୍ରଦେଶର ଏକ ଗ୍ରାମରେ ଲୋକେ ଭୋଟ ବର୍ଜନ କରିଥିଲେ। ପଶ୍ଚିମବଙ୍ଗର ବାରାକପୋର, ବଙ୍ଗାଓଁ ଏବଂ ଆରାମବାଗ ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ଟିଏମ୍‌ସି ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପଶ୍ଚିମବଙ୍ଗ ଓ ଓଡ଼ିଶାର କେତେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଅଭିଯୋଗ ହୋଇଥିଲା। ଇଭିଏମ୍‌ ତ୍ରୁଟି, ଏଜେଣ୍ଟଙ୍କୁ ବୁଥ୍‌ରେ ପୂରାଇ ନ ଦେବା ଆଦି ୧,୦୩୬ଟି ଅଭିଯୋଗ ମିଳିଥିବା ନିର୍ବାଚନ କମିଶନ କହିଛନ୍ତି। ମହାରାଷ୍ଟ୍ରର କେତେକ ବୁଥ୍‌ରେ ଅସୁବିଧା ନେଇ ଭୋଟରମାନେ ଅଭିଯୋଗ କରିଥିବା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକ୍‌ରେ ଜଣାଇଛନ୍ତି। ମୁମ୍ବାଇରେ ବହୁ ବଲିଉଡ୍‌ ସେଲିବ୍ରିଟି ଲାଇନରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଥିଲା। ପଞ୍ଚମ ପର୍ଯ୍ୟାୟରେ ୮.୯୫ କୋଟିରୁ ଊର୍ଦ୍ଧ୍ୱ ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେଥିପାଇଁ ୯୪,୭୩୨ଟି ବୁଥ୍‌ ହୋଇଥିବାବେଳେ ୯.୪୭ ଲକ୍ଷ ପୋଲିଂ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା। ଏହି ପର୍ଯ୍ୟାୟର କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ସାନ୍ତନୁ ଠାକୁର,ଏଲ୍‌ଜେପି ନେତା ଚିରାଗ ପାଶ୍ୱାନ, ଶିବସେନାର ଶ୍ରୀକାନ୍ତ ଶିନ୍ଦେ, ଭାଜପାର ରାଜୀବ ପ୍ରତାପ ରୁଡି, ଆର୍‌ଜେଡିର ରୋହିଣୀ ଆଚାର୍ଯ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ୫ମ ପର୍ଯ୍ୟାୟ ସୁଦ୍ଧା ମୋଟ ୩୭୯ଟି ଲୋକ ସଭା ଆସନରେ ମତଦାନ ଶେଷ ହୋଇଛି। ଆସନ୍ତା ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ଭୋଟିଂ ପରେ ୪ରେ ଭୋଟ ଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?