୩ ଦେଶରେ ଟିକାକରଣର ୬୦%

ଜାତିସଂଘ,୬।୬(ପି.ଟି.): ସାରା ବିଶ୍ୱରେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ଟିକାର ୨୦୦ କୋଟି ଡୋଜ୍‌ ଆବଣ୍ଟନ ହୋଇଛି। ଏହାର ୬୦ ପ୍ରତିଶତ ଭାରତ, ଆମେରିକା ଓ ଚାଇନାରେ ଦିଆଯାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ଙ୍କ ବରିଷ୍ଠ ଉପଦେଷ୍ଟା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଟିକାର ୨୦୦ କୋଟି ଡୋଜ୍‌ ୨୧୨ରୁ ଊର୍ଦ୍ଧ୍ୱ ଦେଶକୁ ଆବଣ୍ଟନ ହୋଇଛି। ସେଥିରୁ ୭୫ ପ୍ରତିଶତ ମାତ୍ର ୧୦ଟି ଦେଶକୁ ଯାଇଛି। ୧୨୭ ଦେଶକୁ କୋଭିଡ୍‌ ଟିକା ଯୋଗାଇବାରେ କୋଭାକ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଭାକ୍ସିନ ଅଭାବରେ କେତେକ ଦେଶରେ ଏପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଭାରତ, ଆମେରିକା ଓ ଚାଇନାରେ ୬୦ ପ୍ରତିଶତ ଟିକା ଉପଯୋଗ ହୋଇଛି, ଯାହା ସେଠାର ସ୍ଥାନୀୟ ଉତ୍ପାଦନ। ଗରିବ ଦେଶଗୁଡ଼ିକୁ ମାତ୍ର ୦.୫ ପ୍ରତିଶତ ଟିକା ଯାଇଛି, ଯେଉଁଠି ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ ରହୁଛନ୍ତି। ନିମ୍ନ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଟିକାକରଣ ଆଗେଇ ଚାଲିଛି। ଉଚ୍ଚ ଆୟକାରୀ ଦେଶରେ ସଂକ୍ରମଣର ଅଧିକ ବିପଦ ଥିବା ଜନସଂଖ୍ୟା ଏବଂ ଯୁବବର୍ଗଙ୍କ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏବେ ବି ନିମ୍ନ ଆୟକାରୀ ଦେଶଗୁଡ଼ିକରେ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଟିକା ଯୋଗାଇବା ପାଇଁ ଉତ୍ପାଦନ ଯଥେଷ୍ଟ ହେଉନାହିଁ। କୋଭାକ୍ସ ଜରିଆରେ ୮୦ ନିୟୁତ ଡୋଜ୍‌ ବଣ୍ଟନ କରାଯାଇଛି। ଭାରତ ଓ ଅନ୍ୟ କେତେକ ଦେଶରେ ସମସ୍ୟା ଯୋଗୁ ଟିକା ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଡବ୍ଲ୍ୟୁଏଚ୍‌ଓ ଉପଦେଷ୍ଟା କହିଛନ୍ତି।

ପୁଣି ଟିକା ନିଅନ୍ତୁ ଭାରତୀୟ ଛାତ୍ର

ଯେଉଁ ଭାରତୀୟ ଛାତ୍ରୀଛାତ୍ର କୋଭାକ୍ସିନ କିମ୍ବା ସ୍ପୁଟ୍‌ନିକ-ଭି ଟିକା ନେଇଛନ୍ତି, ସେମାନଙ୍କୁ ପୁଣିଥରେ ଡବ୍ଲ୍ୟୁଏଚ୍‌ଓ ଅନୁମୋଦିତ କୋଭିଡ୍‌ ଟିକା ନେବାକୁ ଆମେରିକାର ବିଶ୍ୱବିଦ୍ୟାଳୟଗୁଡ଼ିକ ପରାମର୍ଶ ଦେଇଛନ୍ତି। ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଏବଂ ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ-ଭି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁମୋଦନ କରିନାହିଁ। ଉଭୟ ଭାକ୍ସିନ କେତେ ସୁରକ୍ଷିତ ଓ ଫଳପ୍ରଦ ତାହାର ତଥ୍ୟ ନ ଥିବାରୁ ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ଟିକାକୁ ଭରସା କରୁନାହାନ୍ତି। ତେଣୁ ଅଟମ୍‌ ସେମିଷ୍ଟର ପୂର୍ବରୁ ଭାରତୀୟ ଛାତ୍ରୀଛାତ୍ର ପୁଣିଥରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ତେବେ ଦୁଇପ୍ରକାର ଟିକାର ନିରାପତ୍ତାକୁ ନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କଲମ୍ବିଆ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ ପବ୍ଲିକ୍‌ ଆଫେୟାର୍ସରେ ଯୋଗଦେବାକୁ ଚାହୁଁଥିବା ମିଲୋନି ଦୋସୀ (୨୫) ଭାରତରେ କୋଭାକ୍ସିନର ୨ଟି ଡୋଜ୍‌ ନେଇଛନ୍ତି। କ୍ୟାମ୍ପସ୍‌ରେ ପ୍ରବେଶ ପୂର୍ବରୁ ତାଙ୍କୁ ଭିନ୍ନ ଟିକା ନେବା ପାଇଁ ବିଶ୍ୱବିଦ୍ୟାଳୟ କହିଛି। ଦୁଇ ପ୍ରକାର ଟିକା ନେବାକୁ ନେଇ ମିଲୋନି ଚିନ୍ତାରେ ପଡ଼ିଯାଇଛନ୍ତି। କୋଭିଡ୍‌ ଟିକା ବଦଳ ହେଉ ନ ଥିବାରୁ ଭିନ୍ନ ଟିକା ନେବା କେତେ ସୁରକ୍ଷିତ ଓ ଫଳପ୍ରଦ ତାହା ଉପରେ ଅନୁଧ୍ୟାନ ହୋଇ ନ ଥିବା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ୍‌ (ସିଡିସି) ମୁଖପାତ୍ର କ୍ରିଷ୍ଟେନ୍‌ ନର୍ଡଲୁଣ୍ଡ କହିଛନ୍ତି। ଯେଉଁମାନେ ଡବ୍ଲ୍ୟୁଏଚ୍‌ଓ ଅନୁମୋଦନ ହୋଇ ନ ଥିବା ଟିକା ନେଇଛନ୍ତି, ସେମାନେ ଆମେରିକାରେ ପୁଣି ଥରେ ଟିକା ନେବା ପୂର୍ବରୁ ୨୮ ଦିନ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସବୁଠୁ ଶସ୍ତା ହେବ କର୍ବେଭାକ୍ସ

ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା କୋଭିଡ୍‌ ଟିକା କର୍ବେଭାକ୍ସ ମଞ୍ଜୁରୀ ପାଇବା ପରେ ଭାରତୀୟ ବଜାରରେ ଏହା ସବୁଠୁ ଶସ୍ତା ଟିକା ହେବ। ଏହି ଟିକାର ଦୁଇଟି ଡୋଜ୍‌ ଦାମ୍‌ ୫୦୦ ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏପରିକି ଉଭୟ ଡୋଜ୍‌ ୪୦୦ ଟଙ୍କାରୁ କମ୍‌ ମୂଲ୍ୟରେ ମଧ୍ୟ ମିଳିପାରେ ବୋଲି କୁହାଯାଉଛି। ବାୟୋଲୋଜିକାଲ-ଇ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମହିମା ଡାଟ୍‌ଲା ଏହି ସୂଚନା ଦେଇଛନ୍ତି।
ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କୋଭିଶିଲ୍ଡ ଟିକା ଡୋଜ୍‌ ପ୍ରତି ଦାମ୍‌ ରାଜ୍ୟ ସରକାରଙ୍କ ପାଇଁ ୩୦୦ ଟଙ୍କା ହୋଇଥିବାବେଳେ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ରଖାଯାଇଛି। ସେହିପରି ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଦାମ୍‌ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ ହୋଇଛି। ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ-ଭି ଟିକା ଦାମ୍‌ ଡୋଜ୍‌ ପ୍ରତି ୯୯୫ ଟଙ୍କା ରଖାଯାଇଛି। ଏହି ଦୃଷ୍ଟିରୁ ଦେଖିଲେ ବାୟୋଲୋଜିକାଲ-ଇ ପ୍ରସ୍ତୁତ ଟିକା ସବୁଠୁ ଶସ୍ତା ହେବାକୁ ଯାଉଛି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାବେଳେ ୩୦ କୋଟି ଭାକ୍ସିନ କିଣିବା ପାଇଁ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି।

ଗୁଜରାଟରେ କରୋନାର ନୂଆ ଷ୍ଟ୍ରେନ୍‌ ଏନ୍‌୪୪୦କେ

ଘାତକ ଡେଲ୍‌ଟା ଷ୍ଟ୍ରେନ୍‌ ପରେ ଗୁଜରାଟରେ କରୋନା ଭୂତାଣୁର ଆଉ ଏକ ସଂକ୍ରାମକ ଷ୍ଟ୍ରେନ୍‌ ଦେଖାଯାଇଛି। ଏନ୍‌୪୪୦କେ ନାମିତ ହୋଇଥିବା ଏହି ଷ୍ଟ୍ରେନ୍‌ରେ ଗତ ଜାନୁୟାରୀରୁ ଏପ୍ରିଲ ୨୪ ମଧ୍ୟରେ ଗୁଜରାଟରେ ୯ ଜଣ ସଂକ୍ରମିତ ହୋଇଛନ୍ତି। ଏ ବାବଦରେ ଗାଜିଆବାଦସ୍ଥିତ ଏକାଡେମୀ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇନୋଭେଟିଭ ରିସର୍ଚ୍ଚ (ଏସିଏସ୍‌ଆଇଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ପୂର୍ବରୁ ଥିବା ଏ୨ ଷ୍ଟ୍ରେନ୍‌ଠାରୁ ଏନ୍‌୪୪୦କେ ୧୦ ଗୁଣା ଅଧିକ ସଂକ୍ରାମକ ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ବ୍ରିଟେନ୍‌ ଷ୍ଟ୍ରେନ୍‌ କିମ୍ବା ଡେଲ୍‌ଟା ଷ୍ଟ୍ରେନ ସହ ଗବେଷକମାନେ ଏହା ତୁଳନା କରି ନ ଥିବା କହିଛନ୍ତି। ଏନ୍‌୪୪୦କେ ଷ୍ଟ୍ରେନ୍‌ରେ ମହାରାଷ୍ଟ୍ରର ୯୧ ଜଣ, ତେଲଙ୍ଗାନାରେ ୮୧, କର୍ନାଟକରେ ୫୪ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri