Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌ରେ ୬ ଦଳ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)-

* ପ୍ରତିଯୋଗିତାରେ ୩୦ ମ୍ୟାଚ
* ଡବଲ୍‌ ହେଡର ଲିଗ୍‌ଭିତ୍ତିରେ ଖେଳ ହେବ
* ଅଂଶଗ୍ରହଣକାରୀ ଦଳ: ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି, ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ, ଓଡ଼ିଶା ପୋଲିସ
* ୬ ଦଳର ଅଧିନାୟିକା: ବନ୍ୟା କବିରାଜ, ଇଭା ପାନ୍ନା, ସସ୍ମିତା ପରିଡ଼ା, ସତ୍ୟବତୀ ଖାଡ଼ିଆ, ମନୀଷା ପାନ୍ନା ଓ କରିସ୍ମା ଓରାମ
* ଭେନ୍ୟୁ: କଳିଙ୍ଗ ଷ୍ଟାଡିୟମ୍‌, କ୍ୟାପିଟାଲ ହାଇସ୍କୁଲ ପଡ଼ିଆ
* ଓଡ଼ିଶା ପୋଲିସ-ସ୍ପୋଟର୍‌ସ ହଷ୍ଟେଲ ଉଦ୍‌ଘାଟନୀ ମ୍ୟାଚ
* ଚାମ୍ପିୟନ ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ

ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ଓମେନ୍ସ ଲିଗ୍‌’ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ହେବାକୁଥିବା ଲିଗ୍‌ରେ ମୋଟ ୩୦ଟି ମ୍ୟାଚ ଖେଳାଯିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ, ଉପସଚିବ ଶୈଳେନ୍ଦ୍ର କୁମାର ଜେନା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଏବଂ ୬ ଦଳର ଅଧିନାୟିକାଙ୍କ ଉପସ୍ଥିତିରେ ଶନିବାର ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଡବଲ୍‌ ହେଡର ଲିଗ୍‌ ଭିତ୍ତିରେ ଖେଳ ହେବା ପରେ ସର୍ବାଧିକ ପଏଣ୍ଟ ଜିତିବା ଦଳ ଚାମ୍ପିୟନ ହେବ। ଓଡବ୍ଲ୍ୟୁଏଲ୍‌ର ଚାମ୍ପିୟନ ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ମ୍ୟାଚଗୁଡ଼ିକ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ଗ୍ରାଉଣ୍ଡ ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକ ହେଲେ ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି, ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସ ଓ ସ୍ପୋଟର୍‌ସ ହଷ୍ଟେଲ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ।
ଓଡବ୍ଲ୍ୟୁଏଲ୍‌ରେ ଭାଗ ନେବାକୁ ଯାଉଥିବା ବିଭିନ୍ନ ଦଳର ଅଧିନାୟିକାମାନେ ହେଲେ ବନ୍ୟା କବିରାଜ, ଇଭା ପାନ୍ନା, ସସ୍ମିତା ପରିଡ଼ା, ସତ୍ୟବତୀ ଖାଡ଼ିଆ, ମନୀଷା ପାନ୍ନା ଓ କରିସ୍ମା ଓରାମ। ଲିଗ୍‌ ମ୍ୟାଚ ଦେଖିବା ଲାଗି କଳିଙ୍ଗ ଷ୍ଟାଡିୟମର ଇଷ୍ଟ ଷ୍ଟାଣ୍ଡରେ ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ୪ ନମ୍ବର ଗେଟ୍‌ ଦେଇ ସ୍କାଏଓ୍ବାକ୍‌ ୫ରେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିପାରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶରୀରରେ ଅଧିକ ଉତ୍ତାପ ଥିଲେ କିମ୍ବା ମୁହଁରେ ମାକ୍ସ ନ ଥିଲେ ଷ୍ଟାଡିୟମକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମ୍ୟାଚଗୁଡ଼ିକ ଅପରାହ୍ନ ୩ଟା ଏବଂ ସକାଳ ୭ଟାରେ ଅନୁଷ୍ଠିତ ହେବ। ପ୍ରକାଶଯୋଗ୍ୟ ପୂର୍ବରୁ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ୨୦୧୬-୧୭ ସର୍ବପ୍ରଥମ ସଂସ୍କରଣରେ ରନର୍ସଅପ୍‌ ହୋଇଥିବାବେଳେ ୨୦୧୭-୧୮ରେ ଚାମ୍ପିୟନ ହୋଇଥିଲା। ”ଓଡ଼ିଶା ସରକାର କ୍ରୀଡ଼ାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ତେବେ ରାଜ୍ୟ ଆସୋସିଏଶନଗୁଡ଼ିକ ସହିତ ମିଶି କାର୍ଯ୍ୟକଲେ ଏହା ଅଧିକ ଫଳପ୍ରଦ ହୋଇପାରିବ“ ବୋଲି ଏହି ଅବସରରେ ଆଶୀର୍ବାଦ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋ ଭୋ ହୋଇ କାନ୍ଦିଲେ ମଣିପୁର ଖେଳାଳି

ହାଙ୍ଗଝୋ,୨୮।୯: ଭାରତୀୟ ୱଶୁ ଖେଳାଳି ରୋଶିବିନା ଦେବୀ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ୬୦ କିଲୋଗ୍ରାମ ମହିଳା ବର୍ଗରେ ରୋଶିବିନା...

ଇର୍ଫାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କା ଲିଜେଣ୍ଡ୍‌ସକୁ ହରାଇଲା ଇଣ୍ଡିଆ ଲିଜେଣ୍ଡ୍‌ସ

ମୁମ୍ବାଇ,୧୧।୩- ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଇଣ୍ଡିଆ ଲିଜେଣ୍ଡ୍ସ ୫ ଉଇକେଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି। ଡିଓ୍ବାଇ ପାଟିଲ...

‘ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି’

ଭୁବନେଶ୍ୱର, ୨୨ା୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି। ଏଥିସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ମଣ୍ଟ୍ରେଲ ମାଷ୍ଟର୍ସ: ନାଡାଲ, ଥିଏମ୍‌ଙ୍କ ଅଗ୍ରଣୀ

ମଣ୍ଟ୍ରେଲ, ୮।୮ (ଏଏଫ୍‌ପି)- କାନାଡାରେ ଚାଲିଥିବା ଏଟିପି ମଣ୍ଟ୍ରେଲ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାରେ ସ୍ପାନିଶ ତାରକା ରାଫାଲ ନାଡାଲ ଓ ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ୍‌ ୩ୟ...

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ...

ଶାଲଓ୍ବାର କମିଜ୍‌ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍‌ କ୍ୟାପଟେନ୍‌

ବକିଂଘମ୍‌,୩୧।୫: ପାକିସ୍ତାନ କିକ୍ରେଟ ଟିମ୍‌ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍‌ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ...

ମହାନ କ୍ରିକେଟର୍‌ଙ୍କ ଭବିଷ୍ୟବାଣୀ: ଭାରତ-ପାକିସ୍ତାନ ମଧ୍ୟରୁ କିଏ ଜିତିବ ଟି-୨୦ ବିଶ୍ୱକପ୍‌

ଦୁବାଇ,୨୧।୧୦: ୨୪ ଅକ୍ଟୋବରରେ ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଆଜି ପର୍ଯ୍ୟନ୍ତ ପାକିସ୍ତାନ ଟି -୨୦ ବିଶ୍ୱକପରେ ଭାରତକୁ...

ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ରେକର୍ଡ

ମୁମ୍ବାଇ,୧୯।୫: ଆଇପିଏଲର ୬୬ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓପନର୍‌ କ୍ୱିଣ୍ଟନ ଡି’କକ ଏବଂ କେ.ଏଲ ରାହୁଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୨୧୦...

Advertisement
Archives

Model This Week