ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଗତ ୨୦୨୪ ମସିହାରେ ବାପା ଲକ୍ଷ୍ମଣ ମାଝୀଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇ ପଡ଼ିଥିଲା। ଏହି ଶୋକ ସମ୍ଭାଳି ନଥିବା ବେଳେ ଚଳିତ ମାସ ୧୦ ତାରିଖରେ ମାଆ ସାନମତି ମାଝୀଙ୍କ ମୃତ୍ୟୁ ୬ଟି ଛୋଟ ପିଲାଙ୍କୁ ସମ୍ପୂର୍ଣ୍ଣ ଅସହାୟ ଓ ବେସାହାରା କରିଦେଇଛି । ବର୍ତ୍ତମାନ ୪ ଝିଅ ଓ ୨ ପୁଅ ଯଥା ଲକ୍ଷ୍ମୀ, ଭୂମିତା, ଚମ୍ପା, ନବୀନ, ଚାନ୍ଦୁ ଓ ସବିତା ମାଝୀ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସରକାର ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ । ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ମଧ୍ୟ ପରିଦର୍ଶନରେ ଯାଇ ନଥିବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କର ଏକ ପ୍ରତିନିଧି ଦଳକୁ ତୁରନ୍ତ ଗ୍ରାମକୁ ପଠାଇଛନ୍ତି । ବୁଧବାର ମାଆଙ୍କ ଦଶାହ କର୍ମ ଅବସରରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଲକ ଯୁବ ସଭାପତି ପ୍ରଦୀପ ନାଏକ, ସରପଞ୍ଚ ନୀଳାଦ୍ରି ମାଝୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ପହଞ୍ଚି ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଗ୍ରାମର ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତିଙ୍କ ସହ ଏକ ବୈଠକ କରାଯାଇ ପିଲାମାନଙ୍କୁ ସୁରକ୍ଷିତ ଭବିଷ୍ୟତ ପାଇଁ ଶିଶୁ ମଙ୍ଗଳ କମିଟି (CWC) କିମ୍ବା କିସ୍ (KISS) ପରି ଅନୁଷ୍ଠାନରେ ରଖିବାକୁ ଆଲୋଚନା ହୋଇଛି । ବାପା-ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର ନଥିବା ଯୋଗୁଁ ଆଗାମୀ ଦିନରେ ଏହି ଶିଶୁମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି । ବିଧାୟକ ଜିଲା ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ୬ ଅନାଥ ଶିଶୁଙ୍କ ଶିକ୍ଷା ଓ ରହିବା ଖାଇବାର ଦାୟିତ୍ୱ ସରକାର ତୁରନ୍ତ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

 

Dharitri –Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ପ୍ରବଳ ବର୍ଷା: ପୁଣି ଖୋଲାଗଲା ଘୋଡ଼ାହାଡ଼ ଡ୍ୟାମ୍‌ର ୩ ଗେଟ୍, ଫାସିଗୁଡ଼ାରେ ମନ୍ଦିରରେ ଫସିଥିବା ୧୫ ଜଣଙ୍କୁ…

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖାଦେଇଛି।…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ସମୁଦ୍ରକୁ ଶଙ୍ଖେ: ଶ୍ରୀବଣା ଗ୍ରାମରେ ଭୋକରେ ଛଟପଟ ବନ୍ୟା ବିପନ୍ନ, ପ୍ରଶାସନିକ ଅବହେଳା ଭିତରେ ସହାୟତା…

ଗଞ୍ଜାମ,୨୯।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ମଲାଡ଼ ପଞ୍ଚାୟତର ଶ୍ରୀବଣା ଗ୍ରାମ ବେଶ୍ କ୍ଷତିଗ୍ରସ୍ତ…

ଇଚ୍ଛାପୁର ବ୍ରିଜ୍‌ରେ ବନ୍ୟାଜଳ: ଛତ୍ରପୁର ଷ୍ଟେଶନରେ ଅଟକିଲା ଯଶୋବନ୍ଦପୁର-ହାୱଡ଼ା ଟ୍ରେନ୍, ଫସିଲେ ହଜାର ହଜାର…

ଛତ୍ରପୁର, ୨୯।୧୦ (ଦିଲ୍ଲୀପ ସାମଲ): ଇଚ୍ଛାପୁର ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ରେଳ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ଯଶୋବନ୍ଦପୁର-ହାୱଡ଼ା…

ହାତୀମୁଣ୍ଡା-ତାମାଙ୍ଗି ରାସ୍ତାରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ; ସ୍ଥିତି ପରଖିଲା…

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ହାତୀମୁଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?