ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଗତ ୨୦୨୪ ମସିହାରେ ବାପା ଲକ୍ଷ୍ମଣ ମାଝୀଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇ ପଡ଼ିଥିଲା। ଏହି ଶୋକ ସମ୍ଭାଳି ନଥିବା ବେଳେ ଚଳିତ ମାସ ୧୦ ତାରିଖରେ ମାଆ ସାନମତି ମାଝୀଙ୍କ ମୃତ୍ୟୁ ୬ଟି ଛୋଟ ପିଲାଙ୍କୁ ସମ୍ପୂର୍ଣ୍ଣ ଅସହାୟ ଓ ବେସାହାରା କରିଦେଇଛି । ବର୍ତ୍ତମାନ ୪ ଝିଅ ଓ ୨ ପୁଅ ଯଥା ଲକ୍ଷ୍ମୀ, ଭୂମିତା, ଚମ୍ପା, ନବୀନ, ଚାନ୍ଦୁ ଓ ସବିତା ମାଝୀ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସରକାର ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ । ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ମଧ୍ୟ ପରିଦର୍ଶନରେ ଯାଇ ନଥିବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କର ଏକ ପ୍ରତିନିଧି ଦଳକୁ ତୁରନ୍ତ ଗ୍ରାମକୁ ପଠାଇଛନ୍ତି । ବୁଧବାର ମାଆଙ୍କ ଦଶାହ କର୍ମ ଅବସରରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଲକ ଯୁବ ସଭାପତି ପ୍ରଦୀପ ନାଏକ, ସରପଞ୍ଚ ନୀଳାଦ୍ରି ମାଝୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ପହଞ୍ଚି ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଗ୍ରାମର ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତିଙ୍କ ସହ ଏକ ବୈଠକ କରାଯାଇ ପିଲାମାନଙ୍କୁ ସୁରକ୍ଷିତ ଭବିଷ୍ୟତ ପାଇଁ ଶିଶୁ ମଙ୍ଗଳ କମିଟି (CWC) କିମ୍ବା କିସ୍ (KISS) ପରି ଅନୁଷ୍ଠାନରେ ରଖିବାକୁ ଆଲୋଚନା ହୋଇଛି । ବାପା-ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର ନଥିବା ଯୋଗୁଁ ଆଗାମୀ ଦିନରେ ଏହି ଶିଶୁମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି । ବିଧାୟକ ଜିଲା ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ୬ ଅନାଥ ଶିଶୁଙ୍କ ଶିକ୍ଷା ଓ ରହିବା ଖାଇବାର ଦାୟିତ୍ୱ ସରକାର ତୁରନ୍ତ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

 

Dharitri –Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି…

ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ

କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ…

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri