୬ ପରିବାର ୭ବର୍ଷ ହେଲା ବିତାଡ଼ିତ

ଖୋର୍ଦ୍ଧା ଅଫିସ,୩୧।୮: ମାନବବାଦ ସଙ୍ଗଠନ ନଁାରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଙ୍ଗଠନ ନଁାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସଙ୍ଗଠନର ଅତ୍ୟାଚାର ସହି ନ ପାରି ୭ବର୍ଷ ହେବ ଖୋର୍ଦ୍ଧା ସଦର ଥାନା ଡାଳତୋଳା ଗ୍ରାମର ୬ ପରିବାର ଗଁା ଛାଡ଼ି ଏକ କାଜୁ ଜଙ୍ଗଲରେ ରହୁଛନ୍ତି। ଘନ ଅନ୍ଧକାର ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଜୀବନ କଟାଉଛନ୍ତି। ଏଥିସହ ସେମାନଙ୍କ ପିଲାମାନଙ୍କ ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଛି।
ପ୍ରକାଶ ଯେ, ଏହି ସଙ୍ଗଠନ ଦ୍ୱାରା ନିର୍ଯାତିତ ହୋଇ ଡାଳତୋଳା ଗ୍ରାମର ଗଣେଶ ନାୟକ, ସାଧୁ ନାୟକ, ଡମ୍ବରୁଧର ପ୍ରଧାନ, ଯୋଗୀ ପ୍ରଧାନ, ଗଣେଶ ପ୍ରଧାନ ଓ ଭୀମ ଦଳାଇଙ୍କ ପରିବାର ଗଁା ଛାଡି ଜଙ୍ଗଲରେ ରହୁଛନ୍ତି। ଏପରିକି ୨୦୧୪ରେ ଏମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତିିଙ୍କୁ ଏକ ହତ୍ୟା ମାମଲାରେ ଛନ୍ଦି ଜେଲ ପଠାଇଦେଇଥିଲେ। ଘରେ ପଶି ଲୁଟପାଟ କରିବା ସହ ନିସ୍ତୁକ ମାଡ଼ ମାରି ଘର ଭାଙ୍ଗିଦେଇଥିଲେ। ସେମାନଙ୍କ ଭୟରେ ଘରୁ ବାହାରି ପାରିଲୁ ନାହିଁ। ଭୋକ ଉପାସରେ ରହିଲୁ। ଏହି ସବୁ ଗୁରୁଜୀଙ୍କ ଇଙ୍ଗିତରେ ହେଉଥିଲା। ତାଙ୍କ କଥା ନ ଶୁଣିଲେ କିମ୍ବା ସଙ୍ଗଠନ ଛାଡିଲେ ଏଭଳି ନିର୍ଯାତନା ଦିଆଯାଉଥିଲା। ସଙ୍ଗଠନ କର୍ମକର୍ତ୍ତାଙ୍କ ମାଡ଼ରୁ ବର୍ତ୍ତିବା ଲାଗି ସେବେ ଠାରୁ ଗଁା ଛାଡି ଏଠାରେ ଆଶ୍ରୟ ନେଇଛୁ ବୋଲି ଗଁାରୁ ବିତାଡ଼ିିତ ହୋଇଥିବା ପରିବାର ଲୋକେ କହିଛନ୍ତି। ମାନବାଦ ସଙ୍ଗଠନରେ କଠୋର ନିୟମ ରହିଛି। ସ୍ତ୍ରୀ ଲୋକମାନେ ଶଙ୍ଖା, ସିନ୍ଦୁର ପିନ୍ଧିବେ ନାହିଁ। ବାପାମା’ ମଲେ ଶୁଦ୍ଧକ୍ରିୟା ହେବେ ନାହିଁି। ଘରେ ତୁଳସୀ ଚଉଁରା, ଦିଅଁ ଦେବତାଙ୍କୁ ପୂଜା କରିବେ ନାହିଁି। ଗୁରୁଜୀ ସନାତନ ସଂସ୍କୃତି ବିରୋଧୀ। ଏବେ ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ିବା ଏବଂ ବାପପୁଅଙ୍କୁ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଖବରଦାତାମାନେ ଆମକୁ ପଚରାଉଚୁରା କରୁଛନ୍ତି। ଗଣମାଧ୍ୟମରେ ଗୁରୁଜୀଙ୍କ ବିଷୟରେ କାହିଁକି ମିଛ କହୁଛ ବୋଲି କହି କେତେଜଣ ଗୁରୁଜୀଙ୍କ ସମର୍ଥକ ଧମକ ଦେଉଛନ୍ତି ବୋଲି ହୋଇଥିବା ପରିବାର ଲୋକେ କହିଛନ୍ତି। ଅନ୍ୟପଟେ କୌଣସି ସତ୍ୟତା ନ ଜାଣି ଗୁରୁଜୀଙ୍କ ନଁାରେ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରାଯାଉଛି ବୋଲି ଗୁରୁଜୀଙ୍କର ଜଣେ ସମର୍ଥକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?