ଖସୁଛି ଭୂତଳ ଜଳସ୍ତର ଜଟିଳ ଆଡ଼କୁ ୬ ବ୍ଲକ

ଯାଜପୁର ଅଫିସ,୬।୧୧: ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହ ସମୟରେ ପାଣି ପାଇଁ ହାହାକାର ପଡୁଛି। ଏପରି ସ୍ଥିତିରେ ଜଳାଶୟ କିସମ ଜମି ମଧ୍ୟ କମିବାରେ ଲାଗିଛି।। ପୋଖରୀ ପୁନରୁଦ୍ଧାର ଅବା ଖୋଳାଯିବା ପରିବର୍ତ୍ତେ ପୁରାତନ ପୋଖରୀକୁ ପୋତା ଚାଲିଛି। ସେହିପରି ଗଢି ଉଠୁଥିବା ଶିଳ୍ପ କାରଖାନାଗୁଡିକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଖିବୁଜା ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି। ଫଳରେ ଭୂତଳ ଜଳ ହ୍ରାସ ଅଣାୟତ୍ତ ହେବାରେ ଲାଗିଛି। ଏନେଇ ଗ୍ରାଉଣ୍ଡ ୱାଟର ରିସୋର୍ସ ଆସେସ୍‌ମେଣ୍ଟ (ଜିଡବ୍ଲ୍ୟୁଆର୍‌ଏ)-୨୦୨୦ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି। ଓଡ଼ିଶା ସରକାରଙ୍କ ଷ୍ଟେଟ୍‌ ଲେଭଲ କମିଟି (ଏସ୍‌ଏଲ୍‌ସି) ଏବଂ କେନ୍ଦ୍ରର ସରକାରଙ୍କ ସେଣ୍ଟ୍ରାଲ ଲେଭଲ ଏକ୍ସପର୍ଟ ଗ୍ରୁପ୍‌ର ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ଜିଡବ୍ଲ୍ୟୁଆର୍‌ଏ ରିପୋର୍ଟରେ ଯାଜପୁର ଜିଲାର କୋରେଇ ବ୍ଲକ, ବାଲେଶ୍ୱର ଜିଲାର ବାଲିଆପାଳ, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବୋଲଗଡ଼ ଏବଂ ନୂଆପଡ଼ା ଜିଲାର ନୂଆପଡ଼ା ବ୍ଲକ ପ୍ରାୟ ଜଟିଳ(ସେମି କ୍ରିଟିକାଲ) ସ୍ଥିତିରେ ରହିଛି। ଏହି ରିପୋର୍ଟକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଡବ୍ଲ୍ୟୁଆର୍‌ଏ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବାର୍ଷିକ ୧୮,୭୯,୧୫୦.୫୩ ଏଚ୍‌ଏମ୍‌ (ହେକ୍ଟର ମିଟର) ଜଳ ରିଚାର୍ଜ ହୋଇଥାଏ। ସେଥିରୁ ପ୍ରାକୃତିକ ଭାବେ ବାର୍ଷିକ ୧,୫୩,୧୭୩.୧୬ ଏଚ୍‌ଏମ୍‌ ଭୂତଳ ଜଳ ଖଲାସ ହୋଇଥାଏ। ଅନ୍ୟପକ୍ଷରେ ୭,୦୧,୮୬୬.୦୧ ଏଚ୍‌ଏମ୍‌ (୪୦.୬୬%) ଭୂତଳ ଜଳ ବାର୍ଷିକ ବ୍ୟବହାର ହେଉଛି। ସେଥିମଧ୍ୟରୁ ଜଳସେଚନ କ୍ଷେତ୍ରରେ ୫,୫୭,୩୩୦.୫୫ ଏଚ୍‌ଏମ୍‌, ଶିଳ୍ପ କାରଖାନା ପାଇଁ ୧୫,୬୮୪.୪୪ ଏଚ୍‌ଏମ୍‌, ଘରୋଇ କ୍ଷେତ୍ରରେ ୧,୨୮,୮୫୧.୦୨ ଏଚ୍‌ଏମ୍‌ ଭୂତଳ ଜଳ ବ୍ୟବହାର ହେଉଛି। ଏହି ପ୍ରକ୍ରିୟାରେ ରାଜ୍ୟର ୩୦୨ଟି ବ୍ଲକ ନିରାପଦ ରହିଥିବାବେଳେ ୬ଟି ସେମି କ୍ରିଟିକାଲ ବ୍ଲକ ଓ ୬ଟି ଲବଣାକ୍ତ (ସାଲାଇନ) ବ୍ଲକ ଅଞ୍ଚଳ ରହିଛି। ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା କୋରେଇ ବ୍ଲକରେ ବାର୍ଷିକ ଭୂତଳ ଜଳ ସ୍ଥିତି ୮,୭୩୦.୬୭ ଏଚ୍‌ଏମ୍‌ ରହିଥିଲାବେଳେ ୭୫୪୯.୮୬ ଏଚ୍‌ଏମ୍‌(୮୬.୪୮%)ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ଏଥିମଧ୍ୟରୁ ଜଳସେଚନ କ୍ଷେତ୍ରରେ ସର୍ବାଧିକ ୬୮୬୮.୭୧ ଏଚ୍‌ଏମ୍‌ ଭୂତଳ ଜଳ ବ୍ୟବହାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ବାସ୍ତବରେ କୋରେଇ ବ୍ଲକ ଅଞ୍ଚଳରେ ଏଯାଏ ସେତେଟା ଜଳସେଚନ ବ୍ୟବସ୍ଥା ହୋଇ ପାରିନାହିଁ। କୋରେଇ ବ୍ଲକକୁ ଲାଗି ଦାନଗଦି ବ୍ଲକ ଅଞ୍ଚଳରେ ରହିଥିବା ଶିଳ୍ପ ଏବଂ ବ୍ୟାସନଗର ସହରରେ ଘରୋଇ କ୍ଷେତ୍ରରେ ଅଧିକ ଭୂତଳ ଜଳ ବ୍ୟବହାର ହେଉଛି। ତେଣୁ ଶିଳ୍ପାଞ୍ଚଳରେ ଭୂତଳ ଜଳ ବ୍ୟବହାରକୁ ଲୁଚାଇବାକୁ ଯାଇ ଏଭଳି ରିପୋର୍ଟର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷେ ଭୂତଳ ଜଳ ସମ୍ବଳଠାରୁ ବାଲିଆପାଳ ବ୍ଲକ ଅଞ୍ଚଳରେ ୮୬.୩୦%, ଗରଦପୁରରେ ୭୪.୬୭%, ଭୁବନେଶ୍ୱରରେ ୮୦.୩୪%, ବୋଲଗଡ଼ରେ ୮୦.୩୭% ଓ ନୂଆପଡ଼ାରେ ୭୫.୩୫% ଭୂତଳ ଜଳ ବ୍ୟବହାର ହେଉଛି। ଏହି ରିପୋର୍ଟରେ ନୂତନ ଭାବେ ନୂଆପଡ଼ା ଏବଂ ଭୁବନେଶ୍ୱର ସେମି କ୍ରିଟିକାଲ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ନୂଆପଡ଼ାରେ ଜଳସେଚନ ପାଇଁ ଅଧିକ କୂଅ ଖୋଳିବା ଏବଂ ଭୁବନେଶ୍ୱରରେ ଜନସଂଖ୍ୟା ବୃଦ୍ଧି ସହ ଶିଳ୍ପକ୍ଷେତ୍ରରେ ଅଧିକ ଭୂତଳ ଜଳ ବ୍ୟବହାରରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଗତ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ଏସ୍‌ଏଲ୍‌ସି ବୈଠକରେ ମତପ୍ରକାଶ ପାଇଥିଲା। ଅନ୍ୟପକ୍ଷେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ପୂର୍ବରୁ ସେମି କ୍ରିଟିକାଲ ସ୍ଥିତିରେ ରହିଥିଲାବେଳେ ଏବେ ନିରାପଦ ଅବସ୍ଥାରେ ରହିଛି। ବିପୁଳ ସଂଖ୍ୟାରେ ଭୂତଳ ଜଳ ପୁନଃ ଭରଣ ପ୍ରକଳ୍ପ ଯଥା ପୋଖରୀ, ଟ୍ୟାଙ୍କ ଆଦି ନିର୍ମାଣ ହୋଇଥିବାରୁ ଭୂତଳ ଜଳସ୍ତର ବୃଦ୍ଧି ହୋଇଛି ବୋଲି ଏସ୍‌ଏଲ୍‌ସି ପକ୍ଷରୁ କୁହାଯାଇଛି। ତେଣୁ ପ୍ରତ୍ୟେକ ସେମି କ୍ରିଟିକାଲ ବ୍ଲକ ଅଞ୍ଚଳରେ ଏଭଳି ପୁନଃ ଭରଣ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ଏସ୍‌ଏଲ୍‌ସିର ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।
ଜଳ ଶକ୍ତି ମନ୍ତ୍ରଣାଳୟ ସଚିବଙ୍କ ପତ୍ର ଅନୁଯାୟୀ ଭୂତଳ ଜଳ ହେଉଛି ବର୍ଷସାରା ଚାଷ ଏବଂ ପାନୀୟ ଜଳ ପାଇଁ ମେରୁଦଣ୍ଡ ସଦୃଶ। ତେଣୁ ଏହା ଉପରେ ଗୁରୁତର ଭାବେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତଦନୁସାରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ, ଶିଳ୍ପ, କୃଷି, ଶକ୍ତି ବିଭାଗୀୟ ଅଧିକାରୀଙ୍କୁ ଭୂତଳ ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଅନିଲ କୁମାର ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri