Posted inଜାତୀୟ

ସୀମା ବିବାଦରେ ବଳିପଡ଼ିଲେ ୬ ପୋଲିସ

ନୂଆଦିଲ୍ଲୀ, ୨୬।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶିଲଂଠାରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାର ୨ଦିନ ପରେ ବିବାଦୀୟ ଆସାମ-ମିଜୋରାମ ସୀମାରେ ସୋମବାର ହିଂସାକାଣ୍ଡ ତୀବ୍ର ହୋଇଛି। ମିଜୋରାମ ପଟୁ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆସାମର ୬ ପୋଲିସ ନିହତ ହୋଇଛନ୍ତି। ଆସାମର ଚାଚର ଜିଲା ଏବଂ ମିଜୋରାମର କୋଲାସିବ ଜିଲା ସୀମାରେ ସଂଘର୍ଷ ହୋଇଥିଲା। ଟେକା ପଥର ମାଡ଼ରେ ବହୁସଂଖ୍ୟାରେ ଆସାମ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣରେ କେତେକ ସରକାରୀ ଗାଡ଼ି ଭାଙ୍ଗିରୁଜି ଯାଇଛି। ଚାଚର ଜିଲା ଡେପୁଟି କମିଶନରଙ୍କ ଗାଡ଼ି ଭାଙ୍ଗିଯାଇଛି। ସୀମାରେ ଗୁଳିମାଡ଼ ଜାରି ରହିଥିବାରୁ ଆସାମର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଙ୍ଗଲ ମଧ୍ୟରେ ରହିଛନ୍ତି। ଚାଚର ଏସ୍‌ପି ନିମ୍ବଲକର ବୈଭବ ଚନ୍ଦ୍ରକାନ୍ତଙ୍କ ସମେତ ୫୦ ଜଣ ପୋଲିସ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଟୁଇଟର ଯୁଦ୍ଧରେ ଲିପ୍ତ ଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଆସାମ ପୋଲିସର ୬ ସାହସୀ ଯବାନ ସେମାନଙ୍କ ଜୀବନକୁ ବଳି ଦେଇଥିବା ଜାଣି ସେ ଗଭୀର ମର୍ମାହତ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି।

ପୂର୍ବରୁ ଶାହା ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସୀମା ବିବାଦର ସମାଧାନ ସୂତ୍ର ବାହାର କରିବାକୁ କହିଥିଲେ। ବିବାଦର ସମାଧାନ କରି ଶାନ୍ତି ବଜାୟ ରଖିବା ପାଇଁ ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀ ସହମତ ହୋଇଥିଲେ। ଏହା ସତ୍ତ୍ୱେ ସୋମବାର ପୁଣିଥରେ ହିଂସାକାଣ୍ଡ ଘଟିଯାଇଛି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ହିଂସା ଘଟଣାର ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲୋକମାନେ ଲାଠି ଧରିଥିବା ଦେଖାଯାଇଛି। ଏହା ତୁରନ୍ତ ବନ୍ଦ ହେବା ଦରକାର ବୋଲି ସେ କହିବା ସହ ଶାହାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ଟୁଇଟରରେ ଲେଖିଛନ୍ତି, ମିଜୋରାମ ଏସ୍‌ପି ଆମକୁ ସୀମାନ୍ତ ପୋଷ୍ଟରୁ ହଟିଯିବାକୁ କହୁଛନ୍ତି। ସେପର୍ଯ୍ୟନ୍ତ ସେମାନଙ୍କ ଲୋକେ ଶୁଣୁନାହାନ୍ତି, କି ହିଂସା ବନ୍ଦ କରୁନାହାନ୍ତି। ଏଭଳି ସ୍ଥିତିରେ ଆମେ କିପରି ସରକାର ଚଳାଇବୁ ବୋଲି ପ୍ରଶ୍ନ କରି ହିମନ୍ତ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି। ମିଜୋରାମ ଏବଂ ଆସାମ ମଧ୍ୟରେ ୧୬୪.୬ କିଲୋମିଟର ଆନ୍ତଃରାଜ୍ୟ ସୀମା ରହିଛି। ଏହି ସୀମାରେ ମିଜୋରାମର ଆଇଜଲ, କୋଲାସିବ ଏବଂ ମମିଟ ଜିଲା ଏବଂ ଆସାମର ଚାଚର, ହୈଲାକାଣ୍ଡି ଏବଂ କରିମଗଞ୍ଜ ଜିଲା ରହିଛି। ବହୁବର୍ଷ ଧରି ସୀମାନ୍ତର ବିବାଦୀୟ ଅଞ୍ଚଳକୁ ନେଇ ସଂଘର୍ଷ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?