ରାଉରକେଲା ଅଫିସ,୧୬।୯: ରାଉରକେଲା ବନଖଣ୍ଡ ଅଧୀନ ବାଙ୍କି ଅଞ୍ଚଳରେ ଏକ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନାଗ ଟିଗା(୩୯), କରମ ଟିଗା(୫୮), ବିଶ୍ରା ଓରାମ(୪୧), ଅଜୟ ଓରାମ(୨୮), ସଲନ ଓରାମ(୩୦) ଏବଂ ବିଶି ଓରାମ(୩୨)। ସେମାନଙ୍କଠାରୁ ୪ଟି ତେଣ୍ଟା ଓ ୨ଟି ହାତୀଦାନ୍ତ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଧାନ ଫସଲ ନଷ୍ଟ କରିବାରୁ ଅଭିଯୁକ୍ତମାନେ ଉକ୍ତ ହାତୀକୁ ମାରି ଦେଇଥିବା ଜଣାପଡିଛି। ଗୁରୁବାର ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବନ ଅଧିକାରୀ ଯଶୋବନ୍ତ ସେଠୀ ଏ ନେଇ ସୂଚନା ଦେଇଛନ୍ତି।
ବନ ଅଧିକାରୀ ସେଠୀଙ୍କ ସୂଚବା ଅନୁସାରେ, ଗତ ୯ ତାରିଖ ରାତି ୧୧ଟାରେ ଏକ ଦନ୍ତା ହାତୀ ବାଙ୍କି ଗ୍ରାମକୁ ପଶି ଆସିବାରୁ ଗ୍ରାମବାସୀ ତାକୁ ଘଉଡ଼ାଇଥିଲେ। ମାତ୍ର ହାତୀଟି ଗ୍ରାମର କିଛି ଦୂରକୁ ଯାଇ ପୁଣି ରାତି ୨ଟାରେ ଆସି ଉକ୍ତ ଗ୍ରାମର କରମ ଟିଗାଙ୍କ ଧାନକ୍ଷେତରେ ପଶିଥିଲା। ଏହି ସମୟରେ ପୂର୍ବରୁ ସେଠାରେ ଜଗି ରହିଥିବା ଅଭିଯୁକ୍ତମାନେ ହାତୀକୁ ତେଣ୍ଟାରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ହାତୀଟି ସେଠାରୁ କିଛି ବାଟ ଯାଇ ତଳେ ପଡିଥିଲା। ହାତୀ ଦେହରୁ ପ୍ରଚୁର ରକ୍ତସ୍ତ୍ରାବ ହେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ହାତୀ ମୃତ୍ୟୁ ହୋଇଥିବା ଜାଣି ଅଭିଯୁକ୍ତମାନେ ହାତୀ ଦେହରୁ ୪ଟି ତେଣ୍ଟାକୁ ବାହାର କରି ଧାନକ୍ଷେତ ନିକଟ ଏକ ପୋଖରୀରେ ଫିଙ୍କି ଦେଇଥିଲେ। ପରଦିନ ଅର୍ଥାତ୍ ୧୦ ତାରିଖ ସକାଳେ ଖବର ପାଇ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ରେଞ୍ଜ୍ ଅଫିସର ଅଜୟ ଖେସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା (ନଂ.୭୦।୨୨) ରୁଜୁ କରି ତଦନ୍ତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ବର୍ଷେ ତଳେ ଅଭିଯୁକ୍ତ କରମ ଏକ ହାତୀକୁ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
Archives


