Posted inଫୁରସତ

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ କାର୍‌ କିଣି ତାକୁ ବିକି ଦେଇଥାନ୍ତି। ବଜାରକୁ ଆଉ ଏକ ନୂଆ ତଥା ଦାମୀ କାର୍‌ ଆସିଲେ ସେ ସଙ୍ଗେ ସଙ୍ଗେ କିଣିଥାନ୍ତି। କିନ୍ତୁ ପୁଅର ଏମିତି କାର୍ଯ୍ୟକଳାପରେ ମା’ବାପା ଅସନ୍ତୁଷ୍ଟ ଥିଲେ। ଯୁବକ ଜଣକ ଜାଗୁଆର କାର୍‌ କିଣିବା ପାଇଁ ଜିଦ୍‌ ଧରିଥିଲେ। ବାପା ମନା କରିଦେବାରୁ ପୂର୍ବରୁ ଥିବା ୪୫ ଲକ୍ଷ ଟଙ୍କାର ବିଏମ୍‌ଡବ୍ଲ୍ୟୁ କାର୍‌ଟିକୁ କେନାଲରେ ଭସାଇ ଦେଇଥିଲେ। ଏକ କାର୍‌ ଭାସି ଯାଉଥିବା ଦେଖି ପୋଲିସ ସମେତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। କିନ୍ତୁ ଭିଡ଼ ଭିତରୁ ପୋଲିସ ନିକଟକୁ ଜଣେ ଯୁବକ ଚାଲିଆସି ଏହା ତାଙ୍କ କାର୍‌ ଆଉ ସେ ରିମୋଟ୍‌ ସାହାଯ୍ୟରେ ଏହାକୁ କେନାଲରେ ଭସାଇ ଦେଇଥିବା ସ୍ବୀକାର କରିଥିଲେ।

ହରିୟାଣାର ମୁକାମପୁର ନିବାସୀ ଆକାଶ ଗତ ୧୨ ଜୁନ୍‌ରେ ୪୫ ଲକ୍ଷ ଟଙ୍କା ଦେଇ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ କିଣିଥିଲେ। ଏହାକୁ ବିକି ସେ ୮୦ ଲକ୍ଷ ଦାମ୍‌ର ଏକ ଜାଗୁଆର କିଣିବାକୁ ଚାହଁୁଥିଲେ। କିନ୍ତୁ ବାପା ମନା କରିବାରୁ ସେ ଏପରି କାଣ୍ଡ ଘଟାଇଥିଲେ। ଆକାଶ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତାଙ୍କର କାକା ପୁଅ ଭାଇ ଲଳିତ କୁହନ୍ତି, ସେ କାହାକୁ କିଛି ନ କହି ଘରୁ ବାହାରି ଯାଇଥିଲେ। ତାଙ୍କ ଭାଇଙ୍କର କାର୍‌ କିଣିବାରେ ଭାରି ସଉକ୍‌। ସେ ଗତ ଜୁନ୍‌ରେ ଫର୍‌ଚ୍ୟୁନର ବିକି ଏହି ବିଏମ୍‌ଡବ୍ଲ୍ୟୁଟି କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଅଲୋଡ଼ା…

ନାଟକ ଦର୍ଶକଙ୍କୁ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ସମାଜର ନିଚ୍ଛକ ଛବିକୁ ପ୍ରତିଫଳିତ କରିଥାଏ। ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇବା ସହ ଜନଜାଗରଣର...

ପ୍ରଥମଥର ଟ୍ରେନ୍‌ ଦେଖି ଏମିତି ପ୍ରତିକ୍ରିୟା ଦେଲେ କୁନି ଝିଅ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅ ରେଲ୍‌ଓ୍ବେ ଷ୍ଟେଶନରେ...

ଗ୍ରାହକ ଅଧିକାର ସର୍ବୋପରି

ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୪ ଡିସେମ୍ବର ଭାରତରେ ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଥାଏ। ୧୯୮୬ରେ ଏହି ଦିନ ଉପଭୋକ୍ତା ସୁରକ୍ଷା...

ଅନନ୍ୟ ଶୈଳନିବାସ ସକଲେଶପୁର

କର୍ନାଟକସ୍ଥିତ ଏକ ଛୋଟ ତଥା ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ସମୁଦ୍ରପତ୍ତନଠାରୁ ପ୍ରାୟ ୯୫୬ ମିଟର ଉଚ୍ଚତାରେ ଥିବା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ଆଗନ୍ତୁକ ଅନେକ...

‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ...

ଡ୍ରାଗନ୍‌ ଲ୍ୟାମ୍ପ

ଗେମ୍‌ ଅଫ୍‌ ଥ୍ରୋନ୍‌ସ ଏକ କାଳ୍ପନିକ ଟେଲିଭିଜନ୍‌ ସିରିଜ୍‌। ଏହାର ଲୋକପ୍ରିୟତା ଏତେ ଯେ, ଏବେ ଏହି ସିରିଜ୍‌ରେ ଥିବା ଡ୍ରାଗନ୍‌କୁ ନେଇ ତିଆରି ହୋଇଛି...

ଆକର୍ଷଣୀୟ ହୋଲି ଲୁକ୍‌

ରଙ୍ଗର ପର୍ବ ହୋଲିରେ କିପରି ସଜେଇ ହେଲେ ପରଫେକ୍ଟ ହୋଲି ଲୁକ୍‌ ପାଇହେବ, ସେ ନେଇ ଅନେକଙ୍କର ଚିନ୍ତା ଥାଏ। କାରଣ ଏବେ ଟ୍ରେଣ୍ଡ ବଦଳିଲାଣି।...

କୁମ୍ଭୀରଠାରୁ ବଞ୍ଚି କୂଳରେ ପହଞ୍ଚିିଲା ମଇଁଷି: ଏମିତି ଦେଖି ଡରିଗଲେ ସିଂହ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

Advertisement
Archives

Model This Week