୫୭ ହଜାର ଘନମିଟର ବାଲି ଡେରାବିଶରୁ ଯିବ ଆଣ୍ଡାମାନ

କେନ୍ଦ୍ରାପଡା ଅଫିସ,୧୪ା୪: ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କୁ କେନ୍ଦ୍ରାପଡ଼ା ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣା ଗୁରୁବାର ଲେଖିଥିବା ଚିଠି (ନଂ.୧୦୦୫) ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ବାରମ୍ବାର ଲଘୁ ଖଣିଜ ସମ୍ପଦ ଚୋରି ହେଉଥିବା ନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ହେଉଥିବା ବେଳେ ଏହି ଜିଲା ଡେରାବିଶ ବ୍ଲକ ଅଞ୍ଚଳରୁ ୫୭ ହଜାର ଘନମିଟର ବାଲି ଆଣ୍ଡାମାନକୁ ନିଆଯାଉଥିବା ସୂଚନା ମିଳିଛି। ଏ ନେଇ ମେସର୍ସ ଶକ୍ତି ସିପିଂ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜାହାଜ ପାରାଦୀପ ବନ୍ଦର ନିକଟରେ ଠିଆ ହୋଇଥିବା ଜଣାପଡିଛି। ଲଘୁ ସମ୍ପଦ ଚୋରି ରୋକା ଯାଇ ପାରୁ ନ ଥିବା ବେଳେ ଏତେ ପରିମାଣରେ ବାଲି କେଉ ସଇରାତରୁ ଯାଉଛି ବୋଲି ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସୂଚନା ଅଧିକାର ଅଭିଯାନ ଜିଲା ଆବାହକ ପ୍ରତାପ କୁମାର ମହାନ୍ତି, କର୍ମକର୍ତ୍ତା ଆଳୟ ସାମନ୍ତରାୟ, ଅଶେଷ କୁମାର ଖଟୁଆ ପ୍ରମୁଖ କହିଛନ୍ତି, ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଏକ ଚିଠି (ନଂ. ୯୪୯)ରେ ଶକ୍ତି ସିପିଂକୁ ୫୭ ହଜାର ଘନମିଟର ନଦୀ ବାଲି ଯୋଗାଣ ପାଇଁ ଅନୁମତି ଦେଇଛନ୍ତି। ୨୦୧୯ ଡିସେମ୍ବର ୨୧ରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏକ ପ୍ରଦତ୍ତ ନିର୍ଦ୍ଦେଶନାମା (ନଂ.୪୦୮୯୫/ ଆର୍‌ ଆଣ୍ଡ ଡିଏମ୍‌) କାର୍ଯ୍ୟକାରୀ ହୋଇଛି। ତେବେ ଗତ ୧୦ ତାରିଖରେ ଏହି ଚିଠି ଶକ୍ତି ସିପିଂକୁ ଦିଆଯାଇଥିବା ବେଳେ ୨ଦିନ ମଧ୍ୟରେ ଜାହାଜ ଆସିଛି। ଯାହାକି ଏକ ଅସମ୍ଭବ ପଥକୁ ଅତିକ୍ରମ କରିଛି। ଏହାବ୍ୟତିତ ପ୍ରଥମ ଦଫାରେ ନେବାକୁ ଥିବା ବାଲି କେଉଁ ସଇରାତରୁ ନିଆଯିବ ଚିଠିରେ ସ୍ପଷ୍ଟିକରଣ ନାହିଁ। ଅପରପକ୍ଷରେ ଜଳପଥରେ ବାଲି ଚାଲାଣ ସମ୍ପର୍କରେ ବନ୍ଦର ଅଧ୍ୟକ୍ଷଙ୍କୁ ଏଡିଏମ୍‌ଙ୍କ ଚିଠି ଏବେ ସନ୍ଦେହରେ ପକାଇଛି। ଏଡିଏମ୍‌ ମହାରଣାଙ୍କ ଚିଠି ଅନୁଯାୟୀ କେବଳ ଆନ୍ତରାଜ୍ୟ ଟ୍ରାନସ୍ପୋର୍ଟିଂ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହାର ତନଖି ପାଇଁ ବନ୍ଦର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି। ଏତେ ପରିମାଣର ବାଲି ଚାଲାଣକୁ ବିରୋଧ ହେବ ବୋଲି ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri