୫୫ ହଜାର ପ୍ଲଟ୍‌ରେ ହୋଇନି ଚାଷ

କେନ୍ଦୁଝର,୨ା୧(ସ୍ବ.ପ୍ର.):କେନ୍ଦୁଝର ଜିଲାରେ ଚଳିତ ବର୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍‌ ପଞ୍ଜୀକରଣ କରାଯାଇଛି। ପଞ୍ଜୀକୃତ ଜମିରେ ଧାନ ଚାଷ ହୋଇନାହିଁ। ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ସର୍ଭେରେ ଉକ୍ତ ତଥ୍ୟ ଜଣାପଡ଼ିଛି। ମାତ୍ର କେତେଜଣ ଚାଷୀ ସେମାନଙ୍କ ପଞ୍ଜୀକରଣ କରିଥିବା ପ୍ଲଟ୍‌ ମୁତାବକ ଧାନ କିଣା ଯାଉ ନ ଥିବା ଅଭିଯୋଗ କରିଛନ୍ତି। ଏଭଳି ଏକ ଦୃଷ୍ଟାନ୍ତ କ୍ରମେ ସଦର ବ୍ଲକ୍‌ ରାଇସୁଆଁ ଗ୍ରାମର ଅନନ୍ତ ଚରଣ ରାଉତ (ପଞ୍ଜୀକରଣ ନମ୍ବର ଏଫ୍‌ ୧୮୧୦୦୦୦୪୭୯୬) ନାମକ ଚାଷୀ ମାତ୍ର ୧.୧୪ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇ ଚିନ୍ତାରେ ରହିଛନ୍ତି। ତାଙ୍କର ୧.୩୦ ଏକର ଜମି ରହିଥିବା ବେଳେ ଏତେ କମ୍‌ ପରିମାଣର ଧାନ କିଣିବା ପାଇଁ କିପରି ଟୋକନ (ନମ୍ବର ୪୪୨) ଆସିଲା ବୋଲି ସେ କହିଛନ୍ତି। ଧାନ କିଣାରେ କୌଣସି ତ୍ରୁଟି ହୋଇନାହିଁ। ସାଟେଲାଇଟ୍‌ ସର୍ଭେ ପରେ ଚାଷ ହୋଇ ନଥିବା ଜମିର ଟୋକନ କଟାଯାଇଛି। କୌଣସି ଅଭିଯୋଗ ଥିଲେ ସୂଚନା ଦେଖିପାରିବେ ବୋଲି ସମବାୟ ସମିତି ପକ୍ଷରୁ କୁହାଯାଇଛି।
ବିଭାଗୀୟ ସୂଚନା ମୁତାବକ, ଜିଲାରେ ଚାଷୀମାନେ ପଞ୍ଜୀକରଣ କରିବା ପରେ ଜୁଲାଇ, ସେପ୍ଟେମ୍ବର ଓ ଅକ୍ଟୋବରରେ ସାଟେଲାଇଟ ସର୍ଭେ କରାଯାଇଥିଲା। ପଞ୍ଜୀକରଣ କରିଥିବା ଚାଷୀଙ୍କ ମଧ୍ୟରୁ ୭୨ ହଜାର ପ୍ଲଟ୍‌ ସନ୍ଦେହପୂର୍ଣ୍ଣ ଥିଲା। ଅର୍ଥାତ୍‌ ଆଦୌ ଚାଷ ହୋଇ ନ ଥିବା କିମ୍ବା ପରିବା, ବାଦାମ ଆଦି ଚାଷ ଓ ଘରବାଡ଼ି ଭଳି କାମରେ ବ୍ୟବହାର ହୋଇଥିବା ଆଦି କାରଣରୁ ସର୍ଭେରେ ପ୍ଲଟ୍‌ଗୁଡ଼ିକ ସନ୍ଦେହ ଘେରକୁ ଆସିଥିଲା। ଏହା ସତ୍ତ୍ୱେ ଫିଲ୍ଡ ସର୍ଭେ କରାଯାଇଥିଲା। ସେଥିରୁ ୭ ହଜାର ପ୍ଲଟ୍‌ରେ ଧାନ ଚାଷ କରାଯାଇଥିବା ବେଳେ ୫୫ ହଜାର ପ୍ଲଟ୍‌ରେ ଆଦୌ ଧାନ ଚାଷ ହୋଇ ନ ଥିବା ଧରାପଡ଼ିଥିଲା। ଏଣୁ ଏସବୁ ଜାଲ୍‌ ପ୍ଲଟ୍‌ ପଞ୍ଜୀକରଣ ହୋଇଥିବା ଜଣାପଡ଼ିଥିଲା। ଏଣୁ ସହି ସବୁ କାରଣରୁ ବହୁ ଚାଷୀ ପଞ୍ଜୀକରଣ କରିଥିଲେ ହେଁ ଧାନ ବିକ୍ରିରୁ ବଞ୍ଚତ୍ତ ହେବେ ବୋଲି କୁହାଯାଉଛି। ଏହାକୁ ନେଇ ଚାଷୀମାନେ ସୋସାଇଟି ତଥା ପ୍ରଶାସନ ଉପରେ ଦୋଷାରୋପ କରୁଛନ୍ତି। ଆଗାମୀ ଦିନରେ ଏନେଇ ସ୍ପଷ୍ଟ ସୂଚନା ଦିଆ ନ ଗଲେ ଚାଷୀ ଅସନ୍ତୋଷ ଓ ଆନ୍ଦୋଳନ ବଢ଼ିବ ବୋଲି ମତପ୍ରକାଶ ପାଉଛି। ଏ ନେଇ କେନ୍ଦୁଝର ଡିଆର୍‌ଏସ୍‌ଏସ୍‌ (ଡେପୁଟି ରେଜିଷ୍ଟ୍ରାର କୋ ଅପରେଟିଭ ସୋସାଇଟି) ଶୁଭକାନ୍ତ ଟୁଗି କହିଛନ୍ତି, ସାଟେଲାଇଟ ଜରିଆରେ ମ୍ୟାପିଂ କରାଯାଇଛି। କୌଣସି ତ୍ରୁଟି ହୋଇନାହିଁ। ଏ ନେଇ କୌଣସି ଅଭିଯୋଗ ଥିଲେ ସେମାନେ ଆସି ସୂଚନା ଦେଖିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri