ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ, ଅନୁଗୋଳ ଓ ସମ୍ବଲପୁରର ଲାଇଫ ଲାଇନ୍‌ କୁହାଯାଉଥିବା ଏହି ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ୬ ବର୍ଷ ହେଲା ଶେଷ ହୋଇପାରୁ ନ ଥିବାରୁ ଏହାକୁ ଢେଙ୍କାନାଳ-ଅନୁଗୋଳରେ ବିଜେଡି ଓ କଂଗ୍ରେସ ନେତାମାନେ ପ୍ରମୁଖ ପ୍ରସଙ୍ଗ କରି ଭାଜପାକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଏପରି କି ବିଜେଡିର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ନେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କରୁଥିବା ଦେଖାଯାଉଛି। ତେବେ ରାଜପଥର ଏହି ଦୁରବସ୍ଥାକୁ ନେଇ ଢେଙ୍କାନାଳ ଓ ଅନୁଗୋଳ ଜିଲାବାସୀ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଭଳି ଦମ୍‌ଦାର ପ୍ରସଙ୍ଗକୁ ନିର୍ବାଚନରେ ଜୋର୍‌ଦାର କରିବେ ବୋଲି କହିଛନ୍ତି ଏହି ଦୁଇ ଜିଲାରୁ ଭୋଟ ରଣାଙ୍ଗନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀମାନେ ମଧ୍ୟ ରାଜପଥ ସମସ୍ୟା ବିଜେଡି ସରକାରର ଅସହଯୋଗର ନମୁନା କହି ସମାଲୋଚନା କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି।
ଢେଙ୍କାନାଳ ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ଚିଠି ଲେଖିଥିଲେ। ହେଲେ କେନ୍ଦ୍ର ସରକାର ଏହି ରାଜପଥକୁ ଗୁରୁତ୍ୱ ପ୍ରଦାନ କଲେନାହିଁ। ଏହା କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବର ଉଦାହରଣ। ଭାଜପା ନେତୃବୃନ୍ଦ ଗ୍ୟାରେଣ୍ଟି କଥା କହୁଥିବା ବେଳେ ଜାତୀୟ ରାଜପଥ କାର୍ଯ୍ୟ ୬ବର୍ଷ ହେଲା ନ ସରିବା କିଭଳି ଗ୍ୟାରେଣ୍ଟି ତାହା ଏହି ନିର୍ବାଚନରେ ସମସ୍ତେ ଜାଣିବା ଦରକାର। ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି ଅଯଥାରେ ଭାଜପା ନେତୃବୃନ୍ଦ ବିଜେଡି ସରକାରଙ୍କୁ ଦାୟୀ କରୁଛନ୍ତି। ଜିଲା କଂଗ୍ରେସ ସଭାପତି ସୁନୀଲ ଦାଶ କହିଛନ୍ତି, ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଦାୟୀ। ଦୁଇ ଦଳର ଦୁର୍ବଳ ନେତୃତ୍ୱ ଯୋଗୁ ଏହି ପ୍ରମୁଖ ସମସ୍ୟା ସମାଧାନ ହୋଇପାରୁନାହିଁ। ଏଥିପାଇଁ କଂଗ୍ରେସ ପକ୍ଷରୁ ବହୁବାର ଆନ୍ଦୋଳନ କରାଯାଇଛି। ଚଳିତ ନିର୍ବାଚନରେ ଏହା ଦଳର ମୁଖ୍ୟ ପ୍ରସଙ୍ଗ ହେବ। ଭାଜପା କୃଷକ ମୋର୍ଚ୍ଚା ନେତା ରାମଚନ୍ଦ୍ର ପାତ୍ର କହିଛନ୍ତି, ୫୩ନଂ. ଜାତୀୟ ରାଜପଥରେ ଯଦି ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ତାଳଚେର-ବହ୍ଲର ପର୍ଯ୍ୟନ୍ତ କାମ ସାରିପାରିଲେ, ତେବେ କଟକ-ଢେଙ୍କାନାଳ-ଅନୁଗୋଳ ମଧ୍ୟରେ କାହିଁକି ରାସ୍ତାକାମ ବିଳମ୍ବ ହେଉଛି। ହିନ୍ଦୋଳ ବିଧାୟିକା, ଢେଙ୍କାନାଳ ଓ ଆଠଗଡ଼ ବିଧାୟକ ଠିକାଦାରଙ୍କୁ କାହିଁକି କାମ କରାଇ ଦେଉନାହାନ୍ତି। ନିର୍ବାଚନ ସମୟରେ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଦନାମ କରିବାକୁ ଏହା ବିରୋଧୀ ପ୍ରାର୍ଥୀମାନଙ୍କ ଉଦ୍ୟମ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ରାମଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri