୫୪ତମ ଓଏସ୍‌ଏ ସମ୍ମିଳନୀ

ନୂଆଦିଲ୍ଲୀ,୨୩।୭: ବିୟୁଟିଫୁଲ ମାଇଣ୍ଡସ୍‌ ୟୁଥ୍‌ ମେଣ୍ଟରିଂ ଫାଉଣ୍ଡେଶନ (ବିଏମ୍‌ଓ୍ବାଇଏମ୍‌ଏଫ୍‌) ପକ୍ଷରୁ ନିକଟରେ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍‌) ଭିତ୍ତିକ ଶିକ୍ଷାକୁ ସମର୍ଥନ କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା (ଓଏସ୍‌ଏ)ର ୫୪ତମ ବାର୍ଷିକ ସମ୍ମିଳନୀ ଶିକାଗୋଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୩ ଦିନିଆ ଓଏସ୍‌ଏ ସମ୍ମିଳନୀରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପତ୍ରିକାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଉତ୍ତର ଆମେରିକାର ଯୁବକ ଓଡ଼ିଆ ଯୁବକମାନଙ୍କୁ ଷ୍ଟେମ୍‌ଭିତ୍ତିକ ପ୍ରତିଯୋଗିତାରେ ଭାଗନେବାକୁ ଉତ୍ସାହିତ କରିବା ପାଇଁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସେହିଭଳି ଶିକାଗୋରେ ଅବସ୍ଥିତ ଭାରତର କନ୍‌ସୁଲ୍‌ ଜେନେରାଲ ସୋମନାଥ ଘୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବବୈଜ୍ଞାନିକମାନଙ୍କୁ ଭାରତରେ ଷ୍ଟେମ୍‌ ସମ୍ବନ୍ଧୀୟ ଶିକ୍ଷା କ୍ଷେତ୍ରର ଅଗ୍ରଗତି ତଥା ଭାରତୀୟ ମୂଳ ଯୁବକମାନଙ୍କ ଭବିଷ୍ୟତରେ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ୱାଶିଂଟନ୍‌ ଡିସିରୁ ଡ. ଅଜୟ ମହାନ୍ତି,ଶିକାଗୋରୁ ଗୋକୁଳ ମିଶ୍ର ଏବଂ ବିଏମ୍‌ୱାଇଏମ୍‌ଏଫ୍‌ର ପ୍ରତିଷ୍ଠାତା ସଭାପତି ଡ. ଶୁଚିସ୍ମିତା ପଣ୍ଡା ପ୍ରମୁଖ ବିଚାରପତି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକାଗୋର ଶୁଭେନ୍ଦୁ ଷଡ଼ଙ୍ଗୀ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁସନ୍ଧାନର ଗଭୀରତା,ପ୍ରସ୍ତୁତିର ବ୍ୟାପକତା ଏବଂ ଜୀବନ୍ତ ଉପସ୍ଥାପନା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଏହାର ସମସ୍ତ ପ୍ରତିଯୋଗୀଙ୍କୁ ବିଏମ୍‌ଓ୍ବାଇଏମ୍‌ଏଫ୍‌ର ପ୍ରତିଷ୍ଠାତା ସଭାପତି ଡ. ଶୁଚିସ୍ମିତା ପଣ୍ଡା ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ପରିଶେଷରେ ଫାଇନାଲିଷ୍ଟମାନେ ବିଚାର ପାଇଁ ବ୍ୟବହୃତ ରେଫରେନ୍ସ ସହ ଏକ ସଂକ୍ଷିପ୍ତ ଅନୁସନ୍ଧାନ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିଥିଲେ। ଉକ୍ତ ପ୍ରତିଯୋଗିତାର ବିଭିନ୍ନ କାଟେଗୋରିରେ ପ୍ରିୟଙ୍କା ଦାସ ଏବଂ ସାନ୍‌ଭି ଧଳ ପ୍ରଥମ ପୁରସ୍କାର ପାଇଥିବାବେଳେ ଅନନ୍ୟା ପଟ୍ଟନାୟକ ଏବଂ ଦେବା ଦେବାଂନ୍ସୀ ଦେ ଓ ନାଇହାରା ରାଉତ ୨ୟ ପୁରସ୍କାର ଏବଂ ଦେବାବନ୍ଦ୍ୟ ଦାଶ ଓ କ୍ରିତିତା ସାମଲ ୩ୟ ପୁରସ୍କାର ପାଇଥିଲେ। ଅପରପକ୍ଷରେ ପ୍ରତିଯୋଗିତାର ସମସ୍ତ ବିଜେତାଙ୍କୁ ବିଏମ୍‌ୱାଇଏମ୍‌ ଦ୍ୱାରା ପ୍ରକାଶିତ ପତ୍ରିକା, ଓଏସ୍‌ଏ ସଭାପତି ଜ୍ଞାନ ପଟ୍ଟନାୟକଙ୍କ ତଥା ସଂଯୋଜକ ଝରା ଦାସଙ୍କ ଦ୍ବାରା ପ୍ରାୟୋଜିତ ଟ୍ରଫି, ପୁରସ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ବିଏମ୍‌ଓ୍ବାଇଏମ୍‌ଏଫ୍‌ର ପ୍ରତିଷ୍ଠାତା ସଭାପତି ଡ. ଶୁଚିସ୍ମିତା ପଣ୍ଡା ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ରର ଏକ ଅଣ ଲାଭ ସଙ୍ଗଠନ ବିଏମ୍‌ଓ୍ବାଇଏମ୍‌ଏଫ୍‌ ଯାହା ଭାରତରେ ଏକ ସେକ୍ସନ-୮ କମ୍ପାନୀ ଭାବେ ଉପସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?