ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଦ୍ୱାରା ପୁରୀଠାରେ ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଙ୍ଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ସହାୟତାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ନିଗମାନନ୍ଦ ସରସ୍ବତୀ ଦେବଙ୍କ ଆସନ ମନ୍ଦିର ଶାଖା ପକ୍ଷରୁ ପ୍ରଳୟଙ୍କରୀ ବନ୍ୟାରେ ଆସ୍କା ବ୍ଲକର ନବରତ୍ନପୁର ଓ ମଙ୍ଗଳପୁର ଗ୍ରାମର ବନ୍ୟା ପୀଡ଼ିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି।
ସଂଘ କାର୍ଯ୍ୟକର୍ତ୍ତା ଇଂ. ପ୍ରକାଶ ଚନ୍ଦ୍ର ମିଶ୍ର, ସଂଘର ଶାଖା ସମ୍ପାଦକ ଦଣ୍ଡାସି ସାହୁ, ଭି.ନାଗେଶ୍ୱର ରାଜୁ, ବିବେକ ସାହୁ, ତନ୍ମୟ ସାବତ ପ୍ରମୁଖ ଗାଁ ରେ ପହଂଚି ସହାୟତା ବଣ୍ଟନ କରିଥିଲେ। ମଙ୍ଗଳପୁର ଗ୍ରାମ ବାସିନ୍ଦା ଶୀତେଶ ପ୍ରଧାନଙ୍କ ସହଯୋଗରେ ବିପନ୍ନମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।

