କେନ୍ଦ୍ରାପଡ଼ାରେ ୫୪ ହଜାର ହେକ୍ଟର ଫସଲ ନଷ୍ଟ

କେନ୍ଦ୍ରାପଡା ଅଫିସ, ୮।୯:  ଲଘୁଚାପଜନିତ ବର୍ଷା ପରେ ହୋଇଥିବା ବନ୍ୟା କେନ୍ଦ୍ରାପଡା ଜିଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଜିଲାର ୫୪,୦୫୦ ହେକ୍ଟର ଜମିରେ ହୋଇଥିବା ଧାନ ଓ ଅନ୍ୟାନ୍ୟ ଫସଲକୁ ନଷ୍ଟ କରିଦେଇଛି। ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଅଞ୍ଚଳରେ ଏବେ ବି ବିଲରେ ବନ୍ୟାପାଣି ଜମି ରହିଥିବାରୁ ଚାଷୀମାନେ ଜୀବନଜୀବିକା ଚିନ୍ତାରେ ଦିନରାତି ଘାରି ହେଉଛନ୍ତି। କରୋନା ମହାମାରୀ ପରଠୁ ହଜାର ହଜାର ପ୍ରବାସୀ ନିଜ ଜିଲାକୁ ଫେରିଆସି ଚାଷରେ ମନ ଦେଇଥିଲେ। ଏବେ ଫସଲ ନଷ୍ଟ ହୋଇଯାଇଥିବାରୁ ପୁଣି ପ୍ରବାସକୁ ଫେରିବାକୁ ମନ ବଳାଇଛନ୍ତି।

ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଉପରୋକ୍ତ ୫ ବ୍ଲକ ଅଞ୍ଚଳରେ ଖରିଫ ଚାଷ ଅଧିକ କ୍ଷତି ହୋଇଛି। ଏ ସମ୍ପର୍କରେ ଆଳି ଗୋବିନ୍ଦପୁର ଗ୍ରାମର ସର୍ବେଶ୍ୱର ଭୂୟାଁ କହିଛନ୍ତି, ୨୦୧୧ ପରେ ଚଳିତ ବର୍ଷର ବନ୍ୟା ମାତ୍ରାଧିକ ଭାବେ ଚାଷକୁ ନଷ୍ଟ କରିଛି। ପ୍ରାୟ ୨୦ ଏକର ଜମିରେ ଖରିଫ ଧାନ ଚାଷ ଓ ଖରସ୍ରୋତା ନଦୀ ପଠାରେ ପ୍ରାୟ ୪ ଏକର ଜମିରେ ପନିପରିବା ଚାଷ କରିଥିଲି। ଗତ ଲଗାଣ ବର୍ଷା କିଛି ପରିମାଣରେ ଫସଲ ନଷ୍ଟ କରିଥିବାବେଳେ ବନ୍ୟା ପାଣି ୧୫ରୁ ଅଧିକ ଦିନ ଧରି ବିଲରେ ଜମି ରହିଥିବାରୁ ଧାନଗଛ ପଚି ନଷ୍ଟ ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ ରାଉଳିଆଢ଼ିଆ ଗ୍ରାମର ସୁଶାନ୍ତ ଜେନା କୁହନ୍ତି, ଜିଲାରେ କୌଣସି କର୍ମ ନିଯୁକ୍ତି ସୁଯୋଗ ନ ଥିବାରୁ ସୁରଟ ଯାଇ ସୂତା କଳରେ ଚାକିରି କରୁଥିଲି। କରୋନା ପାଇଁ ତାଲାବନ୍ଦ ହେବାରୁ ଏପ୍ରିଲ୍‌ରେ ଘରକୁ ଫେରି ପାଖରେ ଥିବା କିଛି ଟଙ୍କା ଓ ଆଉ କିଛି ହାତଉଦ୍ଧାରି ଆଣି ଖରିଫ ଚାଷ ଆରମ୍ଭ କରିଥିଲି। ହେଲେ ବନ୍ୟା ସବୁ ଧୋଇନେଲା। ଋଣ ଶୁଝିବା ପାଇଁ ପୁଣିଥରେ ସୁରଟ ଯିବାକୁ ହେବ ବୋଲି ସେ କ୍ଷୋଭର ସହ କହିଛନ୍ତି। ରାଜନଗର ବ୍ଲକ ହାତିଆ ଗ୍ରାମର ସୁଦର୍ଶନ ସାମଲ କୁହନ୍ତି, ଧାନ ସହିତ ଝୋଟ ଚାଷରେ ଟଙ୍କା ଖର୍ଚ୍ଚ କରିଥିଲି। ବନ୍ୟାରେ ସବୁ ଫସଲ ନଷ୍ଟ ହୋଇଥିବାରୁ ବର୍ଷକ ଚଳିବା ପାଇଁ ସମସ୍ୟା ହେବ।
କୃଷକ ନେତା ଗୟାଧର ଧଳ କେନ୍ଦ୍ରାପଡ଼ା ଜିଲାରେ ଏ ପରିସ୍ଥିତି ପାଇଁ ସରକାରୀ ଅବ୍ୟବସ୍ଥା ଓ ଦୁର୍ନୀତିକୁ ଦାୟୀ କରିଛନ୍ତି। ବନ୍ୟା ଓ ମରୁଡିରୁ ବଞ୍ଚତ୍ବା ପାଇଁ କେନ୍ଦ୍ରାପଡା ଜିଲାରେ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଜିଲାର ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ତୁରନ୍ତ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦିଆ ନ ଗଲେ ଆନ୍ଦୋଳନ ହେବ ବୋଲି ଧଳ କହିଛନ୍ତି। ଜିଲା କୃଷି ଉପନିର୍ଦ୍ଦେଶକ ଅଶୋକ ମହାସୁଆର କହିଛନ୍ତି ଯେ, ବନ୍ୟାରେ କ୍ଷତି ହୋଇଥିବା ଚାଷର ଆକଳନ କରାଯାଉଛି। ସମସ୍ତ ବ୍ଲକରୁ ସବିଶେଷ ତଥ୍ୟ ମିଳିବା ପରେ ରାଜ୍ୟ ସରକାରଙ୍କୁ ଏନେଇ ଜଣାଇ ଦିଆଯିବ। ଏହା ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ମହାସୁଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri