କେନ୍ଦ୍ରାପଡ଼ାରେ ୫୪ ହଜାର ହେକ୍ଟର ଫସଲ ନଷ୍ଟ

କେନ୍ଦ୍ରାପଡା ଅଫିସ, ୮।୯:  ଲଘୁଚାପଜନିତ ବର୍ଷା ପରେ ହୋଇଥିବା ବନ୍ୟା କେନ୍ଦ୍ରାପଡା ଜିଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଜିଲାର ୫୪,୦୫୦ ହେକ୍ଟର ଜମିରେ ହୋଇଥିବା ଧାନ ଓ ଅନ୍ୟାନ୍ୟ ଫସଲକୁ ନଷ୍ଟ କରିଦେଇଛି। ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଅଞ୍ଚଳରେ ଏବେ ବି ବିଲରେ ବନ୍ୟାପାଣି ଜମି ରହିଥିବାରୁ ଚାଷୀମାନେ ଜୀବନଜୀବିକା ଚିନ୍ତାରେ ଦିନରାତି ଘାରି ହେଉଛନ୍ତି। କରୋନା ମହାମାରୀ ପରଠୁ ହଜାର ହଜାର ପ୍ରବାସୀ ନିଜ ଜିଲାକୁ ଫେରିଆସି ଚାଷରେ ମନ ଦେଇଥିଲେ। ଏବେ ଫସଲ ନଷ୍ଟ ହୋଇଯାଇଥିବାରୁ ପୁଣି ପ୍ରବାସକୁ ଫେରିବାକୁ ମନ ବଳାଇଛନ୍ତି।

ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଉପରୋକ୍ତ ୫ ବ୍ଲକ ଅଞ୍ଚଳରେ ଖରିଫ ଚାଷ ଅଧିକ କ୍ଷତି ହୋଇଛି। ଏ ସମ୍ପର୍କରେ ଆଳି ଗୋବିନ୍ଦପୁର ଗ୍ରାମର ସର୍ବେଶ୍ୱର ଭୂୟାଁ କହିଛନ୍ତି, ୨୦୧୧ ପରେ ଚଳିତ ବର୍ଷର ବନ୍ୟା ମାତ୍ରାଧିକ ଭାବେ ଚାଷକୁ ନଷ୍ଟ କରିଛି। ପ୍ରାୟ ୨୦ ଏକର ଜମିରେ ଖରିଫ ଧାନ ଚାଷ ଓ ଖରସ୍ରୋତା ନଦୀ ପଠାରେ ପ୍ରାୟ ୪ ଏକର ଜମିରେ ପନିପରିବା ଚାଷ କରିଥିଲି। ଗତ ଲଗାଣ ବର୍ଷା କିଛି ପରିମାଣରେ ଫସଲ ନଷ୍ଟ କରିଥିବାବେଳେ ବନ୍ୟା ପାଣି ୧୫ରୁ ଅଧିକ ଦିନ ଧରି ବିଲରେ ଜମି ରହିଥିବାରୁ ଧାନଗଛ ପଚି ନଷ୍ଟ ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ ରାଉଳିଆଢ଼ିଆ ଗ୍ରାମର ସୁଶାନ୍ତ ଜେନା କୁହନ୍ତି, ଜିଲାରେ କୌଣସି କର୍ମ ନିଯୁକ୍ତି ସୁଯୋଗ ନ ଥିବାରୁ ସୁରଟ ଯାଇ ସୂତା କଳରେ ଚାକିରି କରୁଥିଲି। କରୋନା ପାଇଁ ତାଲାବନ୍ଦ ହେବାରୁ ଏପ୍ରିଲ୍‌ରେ ଘରକୁ ଫେରି ପାଖରେ ଥିବା କିଛି ଟଙ୍କା ଓ ଆଉ କିଛି ହାତଉଦ୍ଧାରି ଆଣି ଖରିଫ ଚାଷ ଆରମ୍ଭ କରିଥିଲି। ହେଲେ ବନ୍ୟା ସବୁ ଧୋଇନେଲା। ଋଣ ଶୁଝିବା ପାଇଁ ପୁଣିଥରେ ସୁରଟ ଯିବାକୁ ହେବ ବୋଲି ସେ କ୍ଷୋଭର ସହ କହିଛନ୍ତି। ରାଜନଗର ବ୍ଲକ ହାତିଆ ଗ୍ରାମର ସୁଦର୍ଶନ ସାମଲ କୁହନ୍ତି, ଧାନ ସହିତ ଝୋଟ ଚାଷରେ ଟଙ୍କା ଖର୍ଚ୍ଚ କରିଥିଲି। ବନ୍ୟାରେ ସବୁ ଫସଲ ନଷ୍ଟ ହୋଇଥିବାରୁ ବର୍ଷକ ଚଳିବା ପାଇଁ ସମସ୍ୟା ହେବ।
କୃଷକ ନେତା ଗୟାଧର ଧଳ କେନ୍ଦ୍ରାପଡ଼ା ଜିଲାରେ ଏ ପରିସ୍ଥିତି ପାଇଁ ସରକାରୀ ଅବ୍ୟବସ୍ଥା ଓ ଦୁର୍ନୀତିକୁ ଦାୟୀ କରିଛନ୍ତି। ବନ୍ୟା ଓ ମରୁଡିରୁ ବଞ୍ଚତ୍ବା ପାଇଁ କେନ୍ଦ୍ରାପଡା ଜିଲାରେ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଜିଲାର ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ତୁରନ୍ତ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦିଆ ନ ଗଲେ ଆନ୍ଦୋଳନ ହେବ ବୋଲି ଧଳ କହିଛନ୍ତି। ଜିଲା କୃଷି ଉପନିର୍ଦ୍ଦେଶକ ଅଶୋକ ମହାସୁଆର କହିଛନ୍ତି ଯେ, ବନ୍ୟାରେ କ୍ଷତି ହୋଇଥିବା ଚାଷର ଆକଳନ କରାଯାଉଛି। ସମସ୍ତ ବ୍ଲକରୁ ସବିଶେଷ ତଥ୍ୟ ମିଳିବା ପରେ ରାଜ୍ୟ ସରକାରଙ୍କୁ ଏନେଇ ଜଣାଇ ଦିଆଯିବ। ଏହା ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ମହାସୁଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?