ଯାଜପୁର ଅଫିସ,୬।୫: ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟ ନେଇ ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରଯାଉଛି। ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଇଛି। ବିଭିନ୍ନ ବିଭାଗର ସହଯୋଗରେ ହୋଇଥିବା ଏହି ସପ୍ତାହ ପାଳନ ପରେ ଉତ୍ସାହଜନକ ସଫଳତା ମିଳିଛି। ଏହି ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ୧୨୫୭ଟି ମାମଲା ଏବଂ ପୋଲିସ ପକ୍ଷରୁ ୧୩୩ ମାମଲା ରୁଜୁ କରାଯାଇଛି। ଏହି କ୍ରମରେ ମଦ୍ୟପାନ କରି ଡ୍ରାଇଭିଂ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ବୋଲି ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଦୃଢୋକ୍ତି ପ୍ରକାଶ ପାଇଛି। ଏହାସହ ମଦ୍ୟପ ଚାଳକଙ୍କୁ ଗିରଫ କରି ଆଇନ ଅନୁସାରେ ଦଣ୍ଡବିଧାନ କରିବାକୁ ବାଣିଜ୍ୟ ଏବଂ ପରିବହନ ବିଭାଗର ସଚିବ ଉଷା ପାଢୀ କଟକ ଡିଜିଙ୍କୁ ପତ୍ର ଲେଖିଛନ୍ତି। କିନ୍ତୁ ଜାତୀୟ ରାଜପଥ(ଏନ୍ଏଚ୍) ନିର୍ମାଣରେ ତ୍ରୁଟି, ବିଳମ୍ବ ଓ ଅବହେଳା ଏବଂ ନିମ୍ନମାନର କାର୍ଯ୍ୟ ମଧ୍ୟ ଦୁର୍ଘଟଣା ପାଇଁ ଅନ୍ୟତମ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏଠାରେ ଯାଜପୁର ଜିଲା ଚଣ୍ଡିଖୋଲଠାରୁ ତାଳଚେର ପର୍ଯ୍ୟନ୍ତ ନିର୍ମାଣାଧୀନ ୫୩ନଂ. ଜାତୀୟ ରାଜପଥକୁ ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶା ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) କର୍ତ୍ତୃପକ୍ଷ ଆଦୌ ମାନୁ ନାହାନ୍ତି ା ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଓ ଖାଲ ଖମାରରେ ଭର୍ତ୍ତି ରାସ୍ତା ଲୋକଙ୍କ ଜୀବନ ନେଉଛି ା ବିଶେଷକରି ଯାଜପୁର ଜିଲା ଏହି କାରଣରୁ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ଭାବେ ପରିଗଣିତ ହୋଇଛି ା ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନୁଷ୍ଠିତ ବୈଠକରେ ଏନ୍ଏଚ୍ କର୍ତ୍ତୃପକ୍ଷଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି। କିନ୍ତୁ ବୈଠକରେ ଉପସ୍ଥିତ ରହି ନିର୍ଦ୍ଦିଷ୍ଟ ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରିବାରେ ଅବହେଳା ଯୋଗୁ ନିରୀହ ଜୀବନ ଦୁର୍ଘଟଣାରେ ଚାଲି ଯାଉଛି ବୋଲି ମତ ପ୍ରକାଶ ପାଇଛି ା
ସଂପ୍ରତି ଚଣ୍ଡିଖୋଲ-ତାଳଚେର ୫୩ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି ା ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ଅନେକ କୋଟି ଟଙ୍କା ବ୍ୟୟବରାଦ କରି ଜାତୀୟ ରାଜପଥ ନିର୍ମାଣ କରିଛନ୍ତି ା ଏହି କ୍ରମରେ ଗତ ପ୍ରାୟ ୫ ବର୍ଷ ହେବ ଚଣ୍ଡିଖୋଲ ଠାରୁ ତାଳଚେର ପର୍ଯ୍ୟନ୍ତ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାର ଭର୍ତ୍ତି ହୋଇ ପଡିଛି। ଏପରିକି କେତେକାଂଶରେ ରାସ୍ତା ଠିକ ଥିବାବେଳେ ହଠାତ ବଡ ବଡ ଗର୍ତ୍ତ ହୋଇଛି। ଡ୍ରାଇଭର ଏହାକୁ ଜାଣି ନ ପାରି ହଠାତ୍ ଗର୍ତ୍ତରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର କାମାକ୍ଷାନଗର ବାଇପାସ୍ ରାସ୍ତା ନିକଟ ପୁରୁଣା ଆଳତୁମା ଛକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ରାସ୍ତା ଅବସ୍ଥା ଏପରି ହୋଇଛି ଯେ, ନ ଦେଖିଲା ଲୋକ କେବେ ବିଶ୍ୱାସ କରି ପାରିବେ ନାହିଁ। ବାଇକ୍ ଠାରୁ ଆରମ୍ଭ କରି କାର, ଟ୍ରକ ଚାଳକମାନେ ମଧ୍ୟ ସେଠାରେ ବିପଦରେ ପଡୁଛନ୍ତି। ମାସକରେ ଏକାଧିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେଣୁ ଗତ କିଛି ଦିନ ତଳେ ଅଞ୍ଚଳବାସୀ ସେଠାରେ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଆପଣାଇଥିବା ସୂଚନା ମିଳିଛି। ଏହାବାଦ୍ ଚଣ୍ଡିଖୋଲଠାରୁ ଡୁବୁରୀ ପର୍ଯ୍ୟନ୍ତ ମଧ୍ୟ ଶତାଧିକ ସ୍ଥାନରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଏଥିଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହେବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ା ଏହିସବୁ କାରଣ ପାଇଁ ସାଧାରଣ ଲୋକଙ୍କ ଜୀବନସୁରକ୍ଷା ନିରାପଦ ହେବା ସ୍ଥଳରେ ରାଜପଥ ମରଣପଥ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ା ତେଣୁ ମଦ୍ୟପ ଚାଳକଙ୍କ ସହ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ଅନୁରୂପ ଦଣ୍ଡବିଧାନ କରିବାକୁ ସାଧାରଣରେ ଦାବି ହେଉଛି।
Posted inHome Left, ଆମ ଜିଲା ଖବର, ଯାଜପୁର View All
IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍ଜା…
ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!
୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…
SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ
ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…
ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

