୫୧ ଲୋକଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ…

ତେହେରାନ, ୩୧।୫ : ଇରାନରେ, ୫୧ ଜଣଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ ଜାରି କରାଯାଇଛି। ବୈବାହିକ ସମ୍ପର୍କରେ ନିଜ ସାଥୀଙ୍କୁ ପ୍ରତାରଣା କରିଥିବାରୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏଭଳି ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଲୋକମାନଙ୍କୁ ପଥର ଫିଙ୍ଗି ହତ୍ୟା କରାଯିବ। ଇରାନରେ ମାନବିକ ଅଧିକାରର ଉଲ୍ଲଂଘନ ସହ ଜଡିତ ଗୁପ୍ତ ଦଲିଲ ଲିକ ହେବା ପରେ ଏହି ତଥ୍ୟ ପ୍ରକାଶ ପାଇଛି। ଦୋଷୀମାନଙ୍କୁ ଶରିୟତ ନିୟମ ଅନୁଯାୟୀ ଦଣ୍ଡିତ କରାଯାଇଛି।

ଦ ସନ୍‌ର ରିପୋର୍ଟ ଅନୁଯାୟୀ ମୋଟ ୨୩ ମହିଳା ଏବଂ ୨୮ପୁରୁଷ ଏହି ଭୟଙ୍କର ଦଣ୍ଡକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦-୩୦ ବର୍ଷ ମଧ୍ୟରେ ରହିଛି। ଇରାନ ଏକ ଇସଲାମିକ ଦେଶ । ଏଠାରେ ଶରିୟତ ନିୟମ ଅନୁଯାୟୀ ଅପରାଧିଙ୍କୁ ଦଣ୍ଡିତ କରାଯାଇଥାଏ। ବ୍ୟଭିଚାର ପାଇଁ ଇସଲାମୀୟ ବିଚାରପତିମାନେ ଶୂନ୍ୟ-ସହନଶୀଳତାକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି। କୋରାନ ଅନୁୟାୟୀ ବ୍ୟଭିଚାରକୁ ଏକ ଗୁରୁତର ପାପ ବୋଲି ବିବେଚନା କରାଯାଏ।

 

ନିୟମ ଅନୁଯାୟୀ, ଯେଉଁମାନେ ଦଣ୍ଡ ପାଇବେ, ସେମାନଙ୍କୁ ପ୍ରଥମେ କପଡ଼ାରେ ଗୁଡ଼ାଇ ଦିଆଯିବ। ତା’ପରେ ସେମାନଙ୍କୁ ଅଣ୍ଟା ପର୍ଯ୍ୟନ୍ତ ବାଲିରେ ପୋତି ଦିଆଯିବ। ଅଣ୍ଟାର ଉପର ଅଂଶ ମାଟି ଉପରେ ରହି। ଏହାପରେ ଦଣ୍ଡାଦେଶ କରାଯାଇଥିବା ବ୍ୟକ୍ତିଙ୍କ ଉପରେ ମୃତ୍ୟୁ ପର୍ଯ୍ୟନ୍ତ ପଥର ମାଡ଼ କରାଯିବ। ଏହିପରି, ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ ।

ଏଭଳି ଦଣ୍ଡାଦେଶ ହୋଇଥିବା ଅପରାଧୀମାନଙ୍କୁ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି। ଦଣ୍ଡାଦେଶର କୌଣସି ନିର୍ଦ୍ଦିଷ୍ଟ ତାରିଖ ନ ଥିବାରୁ ସେମାନଙ୍କ ମଧ୍ୟରେ ସର୍ବଦା ମୃତ୍ୟୁର ଭୟ ରହିଥାଏ। ଯେତେବେଳେ ସେମାନଙ୍କୁ ସରକାରୀ ଅଦତ୍କାରୀ ନେଇଯିବାକୁ ଆସନ୍ତି, ସେତେବେଳେ ସେମାନେ ସେମାନଙ୍କର ମୃତ୍ୟୁ ତାରିଖ ବିଷୟରେ ଜାଣନ୍ତି। ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିବା ଦେଶ ମଧ୍ୟରେ ଇରାନ ଆଗରେ ରହିଛି। ଇରାନରେ ସର୍ବାଧିକ ଫାଶୀ ଦଣ୍ଡାଦେଶ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?