୫୧ ଲୋକଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ…

ତେହେରାନ, ୩୧।୫ : ଇରାନରେ, ୫୧ ଜଣଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ ଜାରି କରାଯାଇଛି। ବୈବାହିକ ସମ୍ପର୍କରେ ନିଜ ସାଥୀଙ୍କୁ ପ୍ରତାରଣା କରିଥିବାରୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏଭଳି ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଲୋକମାନଙ୍କୁ ପଥର ଫିଙ୍ଗି ହତ୍ୟା କରାଯିବ। ଇରାନରେ ମାନବିକ ଅଧିକାରର ଉଲ୍ଲଂଘନ ସହ ଜଡିତ ଗୁପ୍ତ ଦଲିଲ ଲିକ ହେବା ପରେ ଏହି ତଥ୍ୟ ପ୍ରକାଶ ପାଇଛି। ଦୋଷୀମାନଙ୍କୁ ଶରିୟତ ନିୟମ ଅନୁଯାୟୀ ଦଣ୍ଡିତ କରାଯାଇଛି।

ଦ ସନ୍‌ର ରିପୋର୍ଟ ଅନୁଯାୟୀ ମୋଟ ୨୩ ମହିଳା ଏବଂ ୨୮ପୁରୁଷ ଏହି ଭୟଙ୍କର ଦଣ୍ଡକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦-୩୦ ବର୍ଷ ମଧ୍ୟରେ ରହିଛି। ଇରାନ ଏକ ଇସଲାମିକ ଦେଶ । ଏଠାରେ ଶରିୟତ ନିୟମ ଅନୁଯାୟୀ ଅପରାଧିଙ୍କୁ ଦଣ୍ଡିତ କରାଯାଇଥାଏ। ବ୍ୟଭିଚାର ପାଇଁ ଇସଲାମୀୟ ବିଚାରପତିମାନେ ଶୂନ୍ୟ-ସହନଶୀଳତାକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି। କୋରାନ ଅନୁୟାୟୀ ବ୍ୟଭିଚାରକୁ ଏକ ଗୁରୁତର ପାପ ବୋଲି ବିବେଚନା କରାଯାଏ।

 

ନିୟମ ଅନୁଯାୟୀ, ଯେଉଁମାନେ ଦଣ୍ଡ ପାଇବେ, ସେମାନଙ୍କୁ ପ୍ରଥମେ କପଡ଼ାରେ ଗୁଡ଼ାଇ ଦିଆଯିବ। ତା’ପରେ ସେମାନଙ୍କୁ ଅଣ୍ଟା ପର୍ଯ୍ୟନ୍ତ ବାଲିରେ ପୋତି ଦିଆଯିବ। ଅଣ୍ଟାର ଉପର ଅଂଶ ମାଟି ଉପରେ ରହି। ଏହାପରେ ଦଣ୍ଡାଦେଶ କରାଯାଇଥିବା ବ୍ୟକ୍ତିଙ୍କ ଉପରେ ମୃତ୍ୟୁ ପର୍ଯ୍ୟନ୍ତ ପଥର ମାଡ଼ କରାଯିବ। ଏହିପରି, ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ ।

ଏଭଳି ଦଣ୍ଡାଦେଶ ହୋଇଥିବା ଅପରାଧୀମାନଙ୍କୁ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି। ଦଣ୍ଡାଦେଶର କୌଣସି ନିର୍ଦ୍ଦିଷ୍ଟ ତାରିଖ ନ ଥିବାରୁ ସେମାନଙ୍କ ମଧ୍ୟରେ ସର୍ବଦା ମୃତ୍ୟୁର ଭୟ ରହିଥାଏ। ଯେତେବେଳେ ସେମାନଙ୍କୁ ସରକାରୀ ଅଦତ୍କାରୀ ନେଇଯିବାକୁ ଆସନ୍ତି, ସେତେବେଳେ ସେମାନେ ସେମାନଙ୍କର ମୃତ୍ୟୁ ତାରିଖ ବିଷୟରେ ଜାଣନ୍ତି। ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିବା ଦେଶ ମଧ୍ୟରେ ଇରାନ ଆଗରେ ରହିଛି। ଇରାନରେ ସର୍ବାଧିକ ଫାଶୀ ଦଣ୍ଡାଦେଶ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ପ୍ରତି ସପ୍ତାହରେ ହୁ ହୁ ବଢୁଛି ପେଟ୍ରୋଲ, ଡିଜେଲ

କଲମ୍ବୋ,୧୩ା୬: ଆସନ୍ତା ମାସରୁ ଇନ୍ଧନ ରାଶନ ଯୋଜନା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ଏହା ଅଧୀନରେ ପେଟ୍ରୋଲ ପମ୍ପରେ ପଞ୍ଜୀକୃତ ଗ୍ରାହକଙ୍କୁ ସାପ୍ତାହିକ...

ସୀମାରେ ବାଲିଷ୍ଟିକ୍‌ ମିଶାଇଲ ମୁତୟନ କଲା ଜାପାନ

ଟୋକିଓ, ୨୩ା୬(ଆଇଏଏନ୍‌ଏସ୍‌): ଚାଇନା ଓ ଜାପାନ ମଧ୍ୟରେ ସେନ୍‌କାକୁସ ଦ୍ୱୀପପୁଞ୍ଜକୁ ନେଇ ବିବାଦ ଦେଖାଦେଇଛି। ଯଦିଓ ଏହି ଅଞ୍ଚଳ ୧୯୭୨ରୁ ଜାପାନ ପ୍ରଶାସନ ଅଧୀନରେ ରହିଆସିଛି,...

ଡରିଲାଣି ପାକିସ୍ତାନ: ସର୍ତ୍ତ ରଖି କଥା ହେବାକୁ ଦେଉଛି ପ୍ରସ୍ତାବ

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ଡରି ଯାଇଥିବା ଆଲୋଚନା ହେଉଛି। କାରଣ ସେ ଏବେ ଭାରତ ସହ ସର୍ତ୍ତମୂଳକ କଥା...

ଆତଙ୍କବାଦୀଙ୍କ ଶତ୍ରୁଙ୍କୁ ମାରିବାକୁ କରୋନାକୁ ଈଶ୍ୱର ପଠାଇଛନ୍ତି: ଆଇଏସ୍‌

ବାଗଦାଦ,୩୦।୫: ସାରା ବିଶ୍ୱ କରୋନା ଭାଇରସ କବଳରେ ପଡି ଛଟପଟ ହେଉଥିବା ବେଳେ ଏବେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛି ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ...

ଜେଲେନସ୍କିଙ୍କୁ ୭ ଦିନରେ ୩ ଥର କରାଯାଇଥିଲା ହତ୍ୟା ଉଦ୍ୟମ!

କ୍ୱିଭ,୪ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ଆଜି ହେଉଛି ନବମ ଦିନ । ୨୪ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏବେ...

ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ

ଇସଲାମାବାଦ,୨୯।୧୦: ୨୦୧୯ରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ। ସଂସଦରେ ଏକଥା ଖୁଲାସା କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ...

ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ୧୧୮ ବର୍ଷରେ…

ପ୍ୟାରିସ,୧୮।୧ : ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଞ୍ଚ ନନ ଲୁସିଲ ରାଣ୍ଡନଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ...

ଇମ୍ରାନଙ୍କୁ ଆଶ୍ୱସ୍ତି

ଲାହୋର,୧୫।୩: ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ହାଇକୋର୍ଟରୁ ଇମ୍ରାନଙ୍କ ପାଇଁ ଏକ ଆଶ୍ୱସ୍ତିକର...

Advertisement
Archives

Model This Week