Posted inଜାତୀୟ

୫ ହଜାର ବର୍ଷର ଭାରତ-କାନ୍ଦାହାର ସମ୍ପର୍କ

ନୂଆଦିଲ୍ଲୀ, ୨୩ା୮: ଇତିହାସର ଆଫଗାନିସ୍ତାନ ବର୍ତ୍ତମାନଠାରୁ ଥିଲା ସମ୍ପୂର୍ଣ୍ଣ ଅଲଗା। ଦିନେ ଏହା ଗାନ୍ଧାର ଭାବେ ପରିଚିତ ଥିଲା ବୋଲି ଅଧ୍ୟୟନ କୁହେ। ବାସ୍ତବରେ ମଧ୍ୟ ଗାନ୍ଧାରରୁ ‘କାନ୍ଦାହାର’ରେ ପରିଣତ ହୋଇଥିବା ସହର ଏବେ ବି ଆଫଗାନିସ୍ତାନରେ ରହିବା ଏହାର ସତ୍ୟତାକୁ ପ୍ରତିପାଦନ କରେ। ବିଶେଷଜ୍ଞଙ୍କ ମତରେ ଗାନ୍ଧାର ରାଜ୍ୟ ଏବେ ଉତ୍ତର ପାକିସ୍ତାନ ଓ ପୂର୍ବ ଆଫଗାନିସ୍ତାନ ସହ ନିଜ ଅଂଶ ବାଣ୍ଟିଛି। ଭାରତର ପୌରାଣିକ ତଥା କିମ୍ବଦନ୍ତୀ ଆଧାରିତ କଥା ଅନୁସାରେ ଗାନ୍ଧାର(ଏବେର କାନ୍ଦାହାର)ର ବିଶେଷ ମହତ୍ତ୍ୱ ରହିଛି। ପୁରାଣର ସବୁଠାରୁ ବଡ଼ ଯୁଦ୍ଧ କୁହାଯାଉଥିବା ମହାଭାରତରେ ବର୍ଣ୍ଣିତ ହୋଇଛି ଗାନ୍ଧାର ବିଷୟରେ। ଅର୍ଥାତ୍‌ ଆଫଗାନିସ୍ତାନ ସହ ଭାରତ(ସେତେବେଳର ଆର୍ଯ୍ୟାବର୍ତ୍ତ)ର ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା। ଏହାବାଦ୍‌ ରିଗ୍‌ ବେଦ, ଉତ୍ତର-ରାମାୟଣରେ ମଧ୍ୟ ଗାନ୍ଧାର ଶବ୍ଦର ବର୍ଣ୍ଣନା ରହିଛି।
ଉତ୍ତର-ପଶ୍ଚିମ ପଞ୍ଜାବ ଗାନ୍ଧାରର ଅଂଶ ଥିଲା ବୋଲି କୁହାଯାଏ। ପୁରାତନ ଇରାନ, ଭାରତ, କେନ୍ଦ୍ର ଏସିଆ ନିମନ୍ତେ ଏହା ଯାତାୟାତର ସର୍ବୋତ୍ତମ ମାଧ୍ୟମ ମଧ୍ୟରୁ ଅନ୍ୟତମ ଥିଲା। ମହାଭାରତରେ ବର୍ଣ୍ଣିତ କଥା ଅନୁସାରେ, ପ୍ରାୟ ୫,୫୦୦ ବର୍ଷ ପୂର୍ବେ ରାଜା ସୁବଳ ଗାନ୍ଧାରରେ ଶାସନ କରୁଥିଲେ। ପୁରୁଷପୁର (ବର୍ତ୍ତମାନର ପେଶାଓ୍ବର) ଏହାର ରାଜଧାନୀ ଥିଲା। ହସ୍ତିନାପୁର ସାମ୍ରାଜ୍ୟର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କୁ ଗାନ୍ଧାର ରାଜକୁମାରୀ ଗାନ୍ଧାରୀ ବିବାହ କରିଥିଲେ। ରାଜା ସୁବଳଙ୍କ ମୃତ୍ୟୁ ପରେ ଗାନ୍ଧାରୀଙ୍କ ଭାଇ ଶକୁନି ଗାନ୍ଧାର ରାଜା ହୋଇଥିଲେ। ଶକୁନିଙ୍କ ଚକ୍ରାନ୍ତ ଯୋଗୁ ପାଣ୍ଡବ ଓ ଗାନ୍ଧାରୀଙ୍କ ଶହେ ପୁତ୍ର ବା କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିବା ମହାଭାରତରେ ବର୍ଣ୍ଣିତ ରହିଛି। ପାଣ୍ଡବଙ୍କଠାରୁ ହାରିବା ପରେ କୌରବ ବଂଶଜମାନେ ଗାନ୍ଧାରରେ ଶରଣ ନେଇଥିଲେ। ଏପରି କି ଅନେକେ ବର୍ତ୍ତମାନର ଇରାକ୍‌, ସାଉଦି ଆରବକୁ ମଧ୍ୟ ପଳାୟନ କରିଥିଲେ। ନିଜ ପୁଅମାନଙ୍କ ପରାଜୟ ଓ ମୃତ୍ୟୁରେ ବିଚଳିତ ହୋଇ ଗାନ୍ଧାରୀ ଭାଇ ଶକୁନିଙ୍କୁ ଅଭିଶାପ ଦେଇଥିଲେ ବୋଲି ପୁରାଣରେ ଲିପିବଦ୍ଧ ହୋଇଛି। ଗାନ୍ଧାର ରାଜ୍ୟରେ କେବେ ଶାନ୍ତି ସ୍ଥାପନା ହୋଇପାରିବନି ବୋଲି ଗାନ୍ଧାରୀ ଶକୁନିଙ୍କୁ କହିଥିବା ସେହି ମହାଭାରତ ବେଳର କଥା ଏବେ ବେଶ୍‌ ଚର୍ଚ୍ଚାକୁ ଆସିଛି। ତାଲିବାନ ଦଖଲକୁ ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ ଯେଉଁ ଅଶାନ୍ତି ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ତାହା ସହ ସେହି ପୁରୁଣା କଥାକୁ ଅନେକେ ସଂଯୋଗ କରୁଛନ୍ତି।

ଗାନ୍ଧାରରୁ କାନ୍ଦାହାର

ଗାନ୍ଧାର ଶବ୍ଦର ଅର୍ଥ ହେଉଛି ସୁଗନ୍ଧ। ଭଗବାନ ଶିବଙ୍କ ଅନ୍ୟନାମ ଗାନ୍ଧାର ବୋଲି ଶିବ ସହସ୍ରନାମରେ ବର୍ଣ୍ଣନା କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ ଗାନ୍ଧାରରେ ହିନ୍ଦୁ ସଂସ୍କୃତି ପ୍ରଚଳନ ଥିଲା। ମହାଭାରତ ସମୟ ବିତିବା ପରେ ସେଠାରେ ବୌଦ୍ଧଧର୍ମ ପ୍ରଚାର ପ୍ରସାର ବ୍ୟାପକ ହୋଇଥିଲା। ମୁସଲମାନ ଶାସକ ଗାନ୍ଧାରକୁ କବ୍‌ଜା କରିବା ପୂର୍ବରୁ ସେଠାରେ ମୌର୍ଯ୍ୟ ସାମ୍ରାଜ୍ୟ ଗଢ଼ି ଉଠିଥିଲା। ଏକାଦଶ ଶତାବ୍ଦୀ ବେଳକୁ ମେହମୁଦ୍‌ ଗଜ୍‌ନୀ ଗାନ୍ଧାରରେ ଶାସନ କରିଥିଲେ। ଇସ୍‌ଲାମୀୟ ଶାସନରେ ଗାନ୍ଧାରର ନାମ ଅପଭ୍ରଂଶ ହୋଇ କାନ୍ଦାହାରରେ ପରିଣତ ହୋଇଥିଲା। କଠୋରପନ୍ଥୀ ମୁସଲମାନ ଶାସକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ବୌଦ୍ଧ ଧର୍ମାବଲମ୍ବୀ। ଅନେକ ବୌଦ୍ଧମୂର୍ତ୍ତିକୁ ଟାର୍ଗେଟ କରାଯାଇଥିଲା। ତାଲିବାନ ମଧ୍ୟ ଏହି ଧର୍ମର ଅସ୍ତିତ୍ୱ ହଟାଇବା ପାଇଁ ବାମିୟାନସ୍ଥିତ ଷଷ୍ଠ ଶତାବ୍ଦୀର ବୌଦ୍ଧ ମୂର୍ତ୍ତିକୁ ୨୦୦୧ରେ ଧ୍ୱଂସ କରି ଦେଇଥିଲା। ମୂର୍ତ୍ତି ସମେତ ଅନେକ ସ୍ଥାପତ୍ୟରେ ଝଲସିଥିଲା ଗାନ୍ଧାର କଳା ଯାହା ଏବେ ଅନେକ ଦେଶର ମ୍ୟୁଜିୟମରେ ସ୍ଥାନିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?