Posted inଜାତୀୟ

୫ ହଜାର ବର୍ଷର ଭାରତ-କାନ୍ଦାହାର ସମ୍ପର୍କ

ନୂଆଦିଲ୍ଲୀ, ୨୩ା୮: ଇତିହାସର ଆଫଗାନିସ୍ତାନ ବର୍ତ୍ତମାନଠାରୁ ଥିଲା ସମ୍ପୂର୍ଣ୍ଣ ଅଲଗା। ଦିନେ ଏହା ଗାନ୍ଧାର ଭାବେ ପରିଚିତ ଥିଲା ବୋଲି ଅଧ୍ୟୟନ କୁହେ। ବାସ୍ତବରେ ମଧ୍ୟ ଗାନ୍ଧାରରୁ ‘କାନ୍ଦାହାର’ରେ ପରିଣତ ହୋଇଥିବା ସହର ଏବେ ବି ଆଫଗାନିସ୍ତାନରେ ରହିବା ଏହାର ସତ୍ୟତାକୁ ପ୍ରତିପାଦନ କରେ। ବିଶେଷଜ୍ଞଙ୍କ ମତରେ ଗାନ୍ଧାର ରାଜ୍ୟ ଏବେ ଉତ୍ତର ପାକିସ୍ତାନ ଓ ପୂର୍ବ ଆଫଗାନିସ୍ତାନ ସହ ନିଜ ଅଂଶ ବାଣ୍ଟିଛି। ଭାରତର ପୌରାଣିକ ତଥା କିମ୍ବଦନ୍ତୀ ଆଧାରିତ କଥା ଅନୁସାରେ ଗାନ୍ଧାର(ଏବେର କାନ୍ଦାହାର)ର ବିଶେଷ ମହତ୍ତ୍ୱ ରହିଛି। ପୁରାଣର ସବୁଠାରୁ ବଡ଼ ଯୁଦ୍ଧ କୁହାଯାଉଥିବା ମହାଭାରତରେ ବର୍ଣ୍ଣିତ ହୋଇଛି ଗାନ୍ଧାର ବିଷୟରେ। ଅର୍ଥାତ୍‌ ଆଫଗାନିସ୍ତାନ ସହ ଭାରତ(ସେତେବେଳର ଆର୍ଯ୍ୟାବର୍ତ୍ତ)ର ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା। ଏହାବାଦ୍‌ ରିଗ୍‌ ବେଦ, ଉତ୍ତର-ରାମାୟଣରେ ମଧ୍ୟ ଗାନ୍ଧାର ଶବ୍ଦର ବର୍ଣ୍ଣନା ରହିଛି।
ଉତ୍ତର-ପଶ୍ଚିମ ପଞ୍ଜାବ ଗାନ୍ଧାରର ଅଂଶ ଥିଲା ବୋଲି କୁହାଯାଏ। ପୁରାତନ ଇରାନ, ଭାରତ, କେନ୍ଦ୍ର ଏସିଆ ନିମନ୍ତେ ଏହା ଯାତାୟାତର ସର୍ବୋତ୍ତମ ମାଧ୍ୟମ ମଧ୍ୟରୁ ଅନ୍ୟତମ ଥିଲା। ମହାଭାରତରେ ବର୍ଣ୍ଣିତ କଥା ଅନୁସାରେ, ପ୍ରାୟ ୫,୫୦୦ ବର୍ଷ ପୂର୍ବେ ରାଜା ସୁବଳ ଗାନ୍ଧାରରେ ଶାସନ କରୁଥିଲେ। ପୁରୁଷପୁର (ବର୍ତ୍ତମାନର ପେଶାଓ୍ବର) ଏହାର ରାଜଧାନୀ ଥିଲା। ହସ୍ତିନାପୁର ସାମ୍ରାଜ୍ୟର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କୁ ଗାନ୍ଧାର ରାଜକୁମାରୀ ଗାନ୍ଧାରୀ ବିବାହ କରିଥିଲେ। ରାଜା ସୁବଳଙ୍କ ମୃତ୍ୟୁ ପରେ ଗାନ୍ଧାରୀଙ୍କ ଭାଇ ଶକୁନି ଗାନ୍ଧାର ରାଜା ହୋଇଥିଲେ। ଶକୁନିଙ୍କ ଚକ୍ରାନ୍ତ ଯୋଗୁ ପାଣ୍ଡବ ଓ ଗାନ୍ଧାରୀଙ୍କ ଶହେ ପୁତ୍ର ବା କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିବା ମହାଭାରତରେ ବର୍ଣ୍ଣିତ ରହିଛି। ପାଣ୍ଡବଙ୍କଠାରୁ ହାରିବା ପରେ କୌରବ ବଂଶଜମାନେ ଗାନ୍ଧାରରେ ଶରଣ ନେଇଥିଲେ। ଏପରି କି ଅନେକେ ବର୍ତ୍ତମାନର ଇରାକ୍‌, ସାଉଦି ଆରବକୁ ମଧ୍ୟ ପଳାୟନ କରିଥିଲେ। ନିଜ ପୁଅମାନଙ୍କ ପରାଜୟ ଓ ମୃତ୍ୟୁରେ ବିଚଳିତ ହୋଇ ଗାନ୍ଧାରୀ ଭାଇ ଶକୁନିଙ୍କୁ ଅଭିଶାପ ଦେଇଥିଲେ ବୋଲି ପୁରାଣରେ ଲିପିବଦ୍ଧ ହୋଇଛି। ଗାନ୍ଧାର ରାଜ୍ୟରେ କେବେ ଶାନ୍ତି ସ୍ଥାପନା ହୋଇପାରିବନି ବୋଲି ଗାନ୍ଧାରୀ ଶକୁନିଙ୍କୁ କହିଥିବା ସେହି ମହାଭାରତ ବେଳର କଥା ଏବେ ବେଶ୍‌ ଚର୍ଚ୍ଚାକୁ ଆସିଛି। ତାଲିବାନ ଦଖଲକୁ ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ ଯେଉଁ ଅଶାନ୍ତି ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ତାହା ସହ ସେହି ପୁରୁଣା କଥାକୁ ଅନେକେ ସଂଯୋଗ କରୁଛନ୍ତି।

ଗାନ୍ଧାରରୁ କାନ୍ଦାହାର

ଗାନ୍ଧାର ଶବ୍ଦର ଅର୍ଥ ହେଉଛି ସୁଗନ୍ଧ। ଭଗବାନ ଶିବଙ୍କ ଅନ୍ୟନାମ ଗାନ୍ଧାର ବୋଲି ଶିବ ସହସ୍ରନାମରେ ବର୍ଣ୍ଣନା କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ ଗାନ୍ଧାରରେ ହିନ୍ଦୁ ସଂସ୍କୃତି ପ୍ରଚଳନ ଥିଲା। ମହାଭାରତ ସମୟ ବିତିବା ପରେ ସେଠାରେ ବୌଦ୍ଧଧର୍ମ ପ୍ରଚାର ପ୍ରସାର ବ୍ୟାପକ ହୋଇଥିଲା। ମୁସଲମାନ ଶାସକ ଗାନ୍ଧାରକୁ କବ୍‌ଜା କରିବା ପୂର୍ବରୁ ସେଠାରେ ମୌର୍ଯ୍ୟ ସାମ୍ରାଜ୍ୟ ଗଢ଼ି ଉଠିଥିଲା। ଏକାଦଶ ଶତାବ୍ଦୀ ବେଳକୁ ମେହମୁଦ୍‌ ଗଜ୍‌ନୀ ଗାନ୍ଧାରରେ ଶାସନ କରିଥିଲେ। ଇସ୍‌ଲାମୀୟ ଶାସନରେ ଗାନ୍ଧାରର ନାମ ଅପଭ୍ରଂଶ ହୋଇ କାନ୍ଦାହାରରେ ପରିଣତ ହୋଇଥିଲା। କଠୋରପନ୍ଥୀ ମୁସଲମାନ ଶାସକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ବୌଦ୍ଧ ଧର୍ମାବଲମ୍ବୀ। ଅନେକ ବୌଦ୍ଧମୂର୍ତ୍ତିକୁ ଟାର୍ଗେଟ କରାଯାଇଥିଲା। ତାଲିବାନ ମଧ୍ୟ ଏହି ଧର୍ମର ଅସ୍ତିତ୍ୱ ହଟାଇବା ପାଇଁ ବାମିୟାନସ୍ଥିତ ଷଷ୍ଠ ଶତାବ୍ଦୀର ବୌଦ୍ଧ ମୂର୍ତ୍ତିକୁ ୨୦୦୧ରେ ଧ୍ୱଂସ କରି ଦେଇଥିଲା। ମୂର୍ତ୍ତି ସମେତ ଅନେକ ସ୍ଥାପତ୍ୟରେ ଝଲସିଥିଲା ଗାନ୍ଧାର କଳା ଯାହା ଏବେ ଅନେକ ଦେଶର ମ୍ୟୁଜିୟମରେ ସ୍ଥାନିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri