Odisha Elections 2024
Posted inଜାତୀୟ

ରାଜଧାନୀରେ ଲଗାଯିବ ୫୦୦ ତ୍ରିରଙ୍ଗା…

ନୂଆଦିଲ୍ଲୀ, ୪।୬ : ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ଲଗାଯିବ। ତ୍ରିରଙ୍ଗାର ଯତ୍ନ ନେବା ପାଇଁ ସ୍ବେଚ୍ଛାସେବୀ କମିଟି ମଧ୍ୟ ଗଠନ କରାଯିବ। କେଜ୍ରିୱାଲ କହିଛନ୍ତି ଯେ ପ୍ରତ୍ୟେକ ତ୍ରିରଙ୍ଗା ସମ୍ମାନ କମିଟିରେ ୧,୦୦୦ ସ୍ବେଚ୍ଛାସେବୀ ରହିବେ।

ଶନିବାର ତ୍ୟାଗରାଜ ଷ୍ଟାଡିୟମରେ ତ୍ରିରଙ୍ଗା ସମ୍ମାନ କମିଟିର ସ୍ବେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ସରକାର ଦେଶପ୍ରେମ ବଜେଟ ଅନ୍ତର୍ଗତ ରାଜଧାନୀରେ ଏସବୁ ତ୍ରିରଙ୍ଗା ଲଗାଇବେ।

ସେ କହିଛନ୍ତି ଯେ ଯେଉଁ ଦିନ ୧୩୦ କୋଟି ଲୋକ ଏକାଠି ଭାରତ ପାଇଁ ଚିନ୍ତା କରିବା ଆରମ୍ଭ କରିବେ, ସେହି ଦିନ ଦାରିଦ୍ର୍ୟ ଦୂର ହେବ, ଭାରତ ଅଗ୍ରଗତି କରିବ ଏବଂ ବିଶ୍ୱ ଗୁରୁ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୦୦ ତ୍ରିରଙ୍ଗା ଲଗାଯିବ। ଅଗଷ୍ଟ ୧୫ ସୁଦ୍ଧା ମୋଟ ୫୦୦ ତ୍ରିରଙ୍ଗା ସ୍ଥାପନ କରାଯିବ। ଗତ ବର୍ଷ ଦିଲ୍ଲୀ ସରକାର ଦେଶପ୍ରେମୀ ବଜେଟର ଏକ ଅଂଶ ଭାବରେ ସହରରେ ୧୧୫ ଫୁଟ ଉଚ୍ଚତା ବିଶିଷ୍ଟ ୫୦୦ ତ୍ରିରଙ୍ଗା ସ୍ଥାପନ କରିବାକୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା: ମୃତକଙ୍କ ମଧ୍ୟରେ ଥିଲେ ମାଲିକ

ରାଜକୋଟ,୨୮।୫: ରାଜକୋଟର ଟିଆର୍‌ପି ଗେମ୍‌ ଜୋନ୍‌ରେ ହୋଇଥିବା ଅଗ୍ନିକାଣ୍ଡ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଗେମ୍‌ ଜୋନ୍‌ର ଜଣେ ମାଲିକ ପ୍ରକାଶ ହିରେନଙ୍କର ଉକ୍ତ...

ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୮।୫: ଶେଷ ପର୍ଯ୍ୟାୟରେ ନିର୍ବାଚନ। ନିର୍ବାଚନ ସରି ସରି ଆସୁଥିବାବେଳେ ସେତିକି ରୋଚକ ହେଉଛି। ଦେଶରେ ଗ୍ରୀଷ୍ମ ଲହରୀ ପାରା ଛୁଇଁଥିବାବେଳେ ଏହି ଲୋକ ସଭା...

ସମୁଦ୍ର ଭିତରେ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ,୨୮।୫,ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ମେ ୩୦ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ...

ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା…

ପାଟନା,୨୮।୫: ବିହାର ରାଜନୀତିରେ ପୁଣି ରାଜନୈତିକ ହଲଚଲ ଆଶଙ୍କା ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥର...

ଥରୁର ଜଣେ ‘ଇଂରେଜ’, ସେ କେବଳ ନିର୍ବାଚନ ସମୟରେ ଭାରତ ଆସନ୍ତି: ରବି କିଶନ

ଲକ୍ଷ୍ନୌ,୨୮।୫: ଉତ୍ତରପ୍ରଦେଶର ଗୋରଖପୁରରେ ଭାଜପା ପ୍ରାର୍ଥୀ ରବି କିଶନ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି। ଥରୁର ଭାଜପା ୩୦୦...

ବଢିଲା ଆତିଶୀଙ୍କ ଅଡୁଆ, ସମନ କଲେ କୋର୍ଟ

ନୂଆଦିଲ୍ଲୀ,୨୮।୫: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ଭାଜପାର ମିଡିଆ...

ମୋଦି କହିଲେ ମନର କଥା: ୟୁପି ନୁହେଁ ଏହି ରାଜ୍ୟରେ ଭାଜପାକୁ ମିଳିବ ସବୁଠାରୁ ଅଧିକ ଆସନ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନ ୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁନ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ସହିତ ଭୋଟ ପ୍ରକ୍ରିୟା ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri