ଦାରିଙ୍ଗବାଡ଼ିରେ ଏ ହାତରୁ ସେ ହାତକୁ ଘୂରି ବୁଲୁଛି ୫୦୦ ଟଙ୍କିଆ ନୋଟ୍‌, ବ୍ୟାଙ୍କରେ ଜମା କରିବାବେଳେ…

ଦାରିଙ୍ଗବାଡ଼ି,୨୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି ଏଭଳି ନକଲି ନୋଟ୍‌ ପାଇଯିବେ ତେବେ ତାଙ୍କର ଦୁଇ ଦିନର ରୋଜଗାର ମଧ୍ୟ ହରାଇ ବସିବେ ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ଗୁରୁବାର ଉକ୍ତ ଥାନା ଅଞ୍ଚଳ ସିମନବାଡ଼ିର ଜନୈକ ବ୍ୟବସାୟୀଙ୍କଠାରୁ ଜଣେ ନାମିଦାମୀ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ସାମଗ୍ରୀ ଦେଇ ତାହା ବଦଳରେ ଟଙ୍କା ନେଇଥିଲେ ଓ ସେ ନେବା ସମୟରେ ସିମନବାଡ଼ିର ଜନୈକ ବ୍ୟବସାୟୀ ଉକ୍ତ ସନ୍ଦେହ କରାଯାଉଥିବା ନୋଟ୍‌କୁ ମଧ୍ୟ ସାଥୀରେ ନେବାକୁ କହିବା ସହ ଏହା ବ୍ୟାଙ୍କରେ ଏହା ନକଲି କି ନାହିଁ ବୁଝିଦେବ କହିଥିଲେ ଏବଂ ଡିଷ୍ଟ୍ରିବ୍ୟୁଟର ଜଣକ ନେଇ ବାଲିଗୁଡ଼ା ବ୍ୟାଙ୍କରେ ଯାଞ୍ଚ କରାଇ ସ୍ପଷ୍ଟ ହୋଇଥିଲେ ଯେ ତାହା ନକଲି ବୋଲି।

ସୂଚନାଯୋଗ୍ୟ, ଉକ୍ତ ନକଲି ନୋଟ୍‌ ବୃଦ୍ଧ ବ୍ୟବସାୟୀଙ୍କୁ କିଏ ଧରାଇଦେଇଛି ସେ ତାକୁ ଚିହ୍ନିବା ସହଜ ହୋଇପାରି ନ ଥିଲା। ତେବେ ବ୍ୟବସାୟ ସାରିବା ପରେ ରାତିରେ ଦୋକାନ ବନ୍ଦ ପୂର୍ବରୁ ଟଙ୍କା ସାଇତି ଗଣିବା ବେଳେ ୨ଟି ୫ ଶହ ଟଙ୍କିଆ ନୋଟ୍‌ ହାତକୁ ପତଳା ଲାଗିଥିଲା। ଫଳରେ ଜନୈକ ବ୍ୟବସାୟୀ ଜଣକ ଉକ୍ତ ନୋଟ୍‌କୁ ଅଲଗା କରି ରଖିଥିଲେ। ଉକ୍ତ ନକଲି ନୋଟ୍‌ର କ୍ରମିକ ସଂଖ୍ୟା( 5NT 339802) ହୋଇଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌କୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିବା ବେଳେ କିଏ ଓ ଏହି ରାକେଟ ପଛରେ ସମ୍ପୃକ୍ତ ଅଛି ତାକୁ ଧରିବାକୁ ପୋଲସ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?