୯ ମାସରେ ୫ ବର୍ଷର ଉତ୍ତୋଳନ

ଯାଜପୁର ଅଫିସ,୨୨।୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ବହୁ ମୂଲ୍ୟବାନ କଳାପଥର(ଗ୍ରାନାଇଟ୍‌) ଲୁଟ୍‌ ପାଇଁ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଜୋର ଧରିଛି। ଲିଜ୍‌ର ୧ ବର୍ଷ ନ ପୂରୁଣୁ ୫ ବର୍ଷ ପାଇଁ ଧାର୍ଯ୍ୟ ପରିମାଣର କଳାପଥର ଉତ୍ତୋଳନ କରାଯାଉଛି। ତହସିଲ ପ୍ରଶାସନ ମାପଚୁପ କରି କେବଳ କାରଣ ଦର୍ଶାଅ ନୋଟିସ କରି ନୀରବ ରହିଯାଉଛି। ଫଳରେ କାରଣ ଦର୍ଶାଅ ନୋଟିସକୁ ଭ୍ରୂକ୍ଷେପ ନ କରି ଲିଜ୍‌ଧାରୀ ପୁଣି ଅତି ଗଭୀର ଗାତ ଖୋଳି ଏବଂ ବିସ୍ପୋରଣ ଘଟାଇ ଦିନକୁ ବିପୁଳ ପରିମାଣରେ କଳାପଥର ଚୋରି କରୁଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଭାବେ ଆରୁହା ପାହାଡର ସୈରାତ ନମ୍ବର ୩୪/୨୦୨୧-୨୨କୁ ନିଆଯାଇପାରେ। ଏଠାରେ ଲିଜ୍‌ଧାରୀ ମନୋଜ ସାମଲଙ୍କୁ ୫ ବର୍ଷ ପାଇଁ ୭୦ ହଜାର ଘନମିଟର ଉତ୍ତୋଳନ କରିବାକୁ ଅନୁମତି ମିଳିଥିବାବେଳେ ମାତ୍ର ୯ ମାସରେ ୧ ଲକ୍ଷ ୮ ହଜାର ଘନମିଟର କଳାପଥର ଉତ୍ତୋଳନ କରିଛନ୍ତି। ଗତ ମାର୍ଚ୍ଚ ୧୧ ତାରିଖରେ ହୋଇଥିବା ସାଟେଲାଇଟ ମାପଚୁପରେ ଏଭଳି ହରିଲୁଟ ଜଣାପଡ଼ିବା ପରେ ତହସିଲ ପ୍ରଶାସନ ପକ୍ଷରୁ ଗତ ୧୫ ତାରିଖରେ ଲିଜ୍‌ଧାରୀ ସାମଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ପରିବେଶ ଅନୁମତି(ଇସି) ଓ ଖନନ ନିମନ୍ତେ ସିଟିଓ(କନ୍‌ସେଣ୍ଟ ଟୁ ଅପରେଟ୍‌)ର ସର୍ତ୍ତ ଅନୁସାରେ ସମ୍ପୃକ୍ତ ଖାଦାନକୁ ବନ୍ଦ କରାଯିବା କଥା। ତାହା ନ କରି ତହସିଲ ପ୍ରଶାସନ ଲିଜ୍‌ଧାରୀଙ୍କୁ ଅଧିକ ଖନନ ପାଇଁ ପ୍ରୋତ୍ସାହନ ଯୋଗାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସାଧାରଣ ଲୋକେ ତହସିଲଦାରଙ୍କ ନିକଟରେ ଅଭିଯୋଗ କଲେ ଯାହା କରିବାର ଅଛି କର, ଯେତେ ଖବର ପ୍ରକାଶ କଲେ ବି ତାଙ୍କର କୌଣସି ଅନିଷ୍ଟ ହେବ ନାହିଁ ବୋଲି ଓଲଟା କୁହାଯାଉଥିବା ଅଭଯୋଗ ହେଉଛି। ଏହି ପ୍ରକ୍ରିୟାରେ ପ୍ରଭାବଶାଳୀ ନେତା କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖୋଲା ସହଯୋଗ ରହୁଥିବା ନେଇ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି।
ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୨୦୨୨ ମାର୍ଚ୍ଚ ସୁଦ୍ଧା ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। ତେବେ ଯାଜପୁର, ବଲାଙ୍ଗୀର, ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲାରେ ଜରିମାନା ଆଦାୟ ନୈରାଶ୍ୟଜନକ ରହିଥିଲା। ଏନେଇ ସେହିବର୍ଷ ବିଧାନସଭାରେ ପ୍ରଶ୍ନ ଉଠିବା ଏବଂ ଧରିତ୍ରୀରେ ସବିଶେଷ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ଜରିଆରେ ମାପଚୁପ କରି ଖିଲାପକାରୀ ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ନୋଟିସ ଜାରି ପ୍ରକ୍ରିୟା ଆରମ୍ଭ କରିଥିଲା। ୨୦୨୨ ଜୁନ ୨ରେ ୩୪ ନମ୍ବର ଆରୁହା ଖାଦାନ ପାଇଁ ସାମଲଙ୍କୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ତେବେ ମାପଚୁପରେ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଜଣାପଡ଼ିବା ପରେ କାରଣଦର୍ଶାଅ ନୋଟିସ ହୋଇଛି। ଆଗକୁ ଖାଦାନ ବନ୍ଦ ହୋଇଯିବା ନିଶ୍ଚିତ ହେବା ପରେ ଲିଜ୍‌ଧାରୀ ସେହି ସେଠାରୁ ଦିନରାତି ବିପୁଳ ପରିମାଣରେ ଉତ୍ତୋଳନ ଜାରି ରଖିଛନ୍ତି। ବିସ୍ଫୋରଣ ଯୋଗୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ତହସିଲଦାର ଏବଂ ଜିଲାପାଳ ଏହା ଜାଣିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ନୀରବ ରହିଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷେ ମାର୍ଚ୍ଚ ୧୧ରେ ହୋଇଥିବା ମାପକୁ ଇତିମଧ୍ୟରେ ୧ ମାସ ୧୧ ଦିନ ଅତିକ୍ରାନ୍ତ ହୋଇ ସାରିଛି। ଏହି ସମୟରେ ମଧ୍ୟରେ ଲିଜ୍‌ଧାରୀ ପ୍ରାୟ ୧୫ ହଜାର ଘନମିଟର ଅଧିକ ପରିମାଣର କଳାପଥର ଉତ୍ତୋଳନ କରିଥିବା ଅନୁମାନ କରାଯାଇଛି। ଇସି ସର୍ତ୍ତକୁ ଉଲ୍ଲଂଘନ କରାଗଲେ ଉତ୍ତୋଳନ ପରିମାଣର ଦରଠାରୁ ୫ ଗୁଣ ଅଧିକ ଜରିମାନା ଆଦାୟ କରିବାର ନିୟମ ରହିଛି। ତେଣୁ ଜରିମାନା ନିର୍ଦ୍ଦେଶ ସମୟରେ ଏହି ହିସାବକୁ ସାମିଲ କରାଯିବ କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଲିଜ୍‌ଧାରୀଙ୍କୁ ଅଧିକ ଉତ୍ତୋଳନ ପାଇଁ ସୁଯୋଗ ଦେବା ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ଏହାବାଦ ପୂର୍ବରୁ ଲିଜ୍‌ ଦିଆଯାଇଥିବା ତଥା ୧୦ କୋଟି ଜରିମାନା ନିର୍ଦ୍ଦେଶ ହୋଇଥିବା ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କ ପରିସୀମାକୁ ମଧ୍ୟ ସାମଲ ଦଖଲ କରି କଳାପଥର ଉତ୍ତୋଳନ କରୁଥିବା ଜିଲାପାଳଙ୍କ ନିକଟରେ ୩ ମାସ ତଳେ ଅଭିଯୋଗ ହୋଇଛି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri