ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ ସୋରିପଡ଼ାରେ। ଗ୍ରାମରେ ରହୁଥିବା ମାନସିକ ରୋଗାକ୍ରାନ୍ତ ବାପା ଲାବନ୍ୟ ସୋରି ଓ ମା’ ରତନି ସୋରିଙ୍କ ୫ ବର୍ଷର ପୁଅ ଜଗଦୀଶ ଜନ୍ମରୁ ଭିନ୍ନକ୍ଷମ। ବୃଦ୍ଧ ଅଜା ଶୋଭା ସୋରି ଓ ଆଈ କ୍ଷୀରମଣି ସୋରି ଭିନ୍ନକ୍ଷମ ନାତି ଜଗଦୀଶଙ୍କୁ ସେବାଯତ୍ନ ସହ ଲାଳନପାଳନ କରି ଆସୁଛନ୍ତି। ନାତି ଜଗଦୀଶକୁ ନିଜର ସାଧ୍ୟ ମତେ ଚିକିତ୍ସା କରାଇଥିଲେ, ହେଲେ ଫଳପ୍ରଦ ହେଲାନାହିଁ। ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ଶିଶୁକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ନ ଥିଲି, ବୁଧବାର ପଞ୍ଚାୟତ ପିଇଓ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଠାଇ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ମିଳିବା ପରେ ପ୍ରଶାସନିକ ସ୍ତରରେ ଯାହାବି ସହାୟତା ଓ ଚିକିତ୍ସା ସୁବିଧା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭିସ ରୋଡ ଉପରେ ରଖାଯାଇଛି ପିଚୁ ପକା ମେସିନ :ଯାତାୟାତରେ ବାଧା

ଚୌଦାର,୩୦।୪(ଆଶୁତୋଷ ଦାସ): ୫୫ନମ୍ବର ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଜାରି ରହିଛି। ରାଜପଥର ମୁଖ୍ୟ ରାସ୍ତା କାମ ଚାଲୁ...

India and Pakistan war: ପାକିସ୍ତାନ ପରମାଣୁ ଆଟାକ୍‌ କଲେ, ଓଡ଼ିଶା ଉପରେ ପଡିବ କି ବିପଦ? ବଡ଼ ଆକଳନ…

ନୂଆଦିଲ୍ଲୀ,୩୦।୪:ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟରେ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତ ପାକିସ୍ତାନ ଉପରେ...

ମା’ଦରିଆ ରାମଚଣ୍ଡୀଙ୍କ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି

କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଝାମୁଯାତ୍ରାରେ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି। ହୁଣ୍ଡି ଦାନବାକ୍ସ ମହାକାଳପଡ଼ା,...

ଛାତ୍ରୀଛାତ୍ରଙ୍କ ଅଜାଣତରେ ଶିକ୍ଷା ଋଣ ଅଭିଯୋଗ

ଭବାନୀପାଟଣା,୩୦୪(ଉତ୍ତମ କୁମାର ଦାଶ): ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି(ଏସ୍‌ଟି) ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଏହାଦ୍ବାରା ସେମାନେ ପାଠପଢ଼ା ପ୍ରତି...

ଗଞ୍ଜାମ ହେବ ଯକ୍ଷ୍ମାରୋଗୀ ମୁକ୍ତ, ଅନ୍ୟ ଜିଲା ପାଇଁ ପାଲଟିବ ଉଦାହରଣ

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଯକ୍ଷ୍ମା ରୋଗ ଏକ ସଂକ୍ରମଣ ରୋଗ। ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ ମୁଖ୍ୟତଃ ଏହି...

ଡାହାଣୀ ସନ୍ଦେହରେ ମହିଳାଙ୍କୁୁ ହତ୍ୟା

ବିଶୋଇ(ଅମିତ ଦାସ)/ରାଇରଙ୍ଗପୁର (ମାନସ ମହାନ୍ତି),୩୦।୪ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଜୁଡ଼ିଆ ଗ୍ରାମରେ  ଅପରାହ୍ନ ୩ଟାରେ ଡାହାଣୀ ସନ୍ଦେହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି।...

Gold prices drop Today: ଅକ୍ଷୟ ତୃତୀୟାରେ କମିଗଲା ସୁନା ଦର! ଜାଣନ୍ତୁ ମେକିଂ ଚାର୍ଜ ଓ GST ମିଶାଇ ଦେବାକୁ ପଡିବ କେତେ ଟଙ୍କା?

ଭୁବନେଶ୍ୱର, ୩୦।୪: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ପ୍ରାୟ...

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ହଳିଆ ଗୀତରେ ପ୍ରକମ୍ପିତ ହେଲା କ୍ଷେତ

ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri