ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ ସୋରିପଡ଼ାରେ। ଗ୍ରାମରେ ରହୁଥିବା ମାନସିକ ରୋଗାକ୍ରାନ୍ତ ବାପା ଲାବନ୍ୟ ସୋରି ଓ ମା’ ରତନି ସୋରିଙ୍କ ୫ ବର୍ଷର ପୁଅ ଜଗଦୀଶ ଜନ୍ମରୁ ଭିନ୍ନକ୍ଷମ। ବୃଦ୍ଧ ଅଜା ଶୋଭା ସୋରି ଓ ଆଈ କ୍ଷୀରମଣି ସୋରି ଭିନ୍ନକ୍ଷମ ନାତି ଜଗଦୀଶଙ୍କୁ ସେବାଯତ୍ନ ସହ ଲାଳନପାଳନ କରି ଆସୁଛନ୍ତି। ନାତି ଜଗଦୀଶକୁ ନିଜର ସାଧ୍ୟ ମତେ ଚିକିତ୍ସା କରାଇଥିଲେ, ହେଲେ ଫଳପ୍ରଦ ହେଲାନାହିଁ। ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ଶିଶୁକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ନ ଥିଲି, ବୁଧବାର ପଞ୍ଚାୟତ ପିଇଓ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଠାଇ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ମିଳିବା ପରେ ପ୍ରଶାସନିକ ସ୍ତରରେ ଯାହାବି ସହାୟତା ଓ ଚିକିତ୍ସା ସୁବିଧା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

ସକାଳୁ ସକାଳୁ ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍; ଗୋପାଳପୁରଠୁ ଏତିକି କିମି ଦୂରରେ ରହିଛି ଅବପାତ, ଏହି ଦିନ ହେବ….

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଗୋପାଳପୁର ଠାରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି ।…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?