ଆମ ବସ୍‌ ସେବାରୁ ବଞ୍ଚିତ ୫ ଖଣ୍ଡ ଗାଁ: ଯିବା ଆସିବା ପାଇଁ ଲୋକେ ହନ୍ତସନ୍ତ, ପ୍ରତିଶ୍ରୁତି ଦେଲେ ଜିଲାପାଳ

ଖଜୁରୀପଡ଼ା,୧୬।୧୦( ବିଦୁର ବେହେରା) ଗ୍ରାମାଞ୍ଚଳ ଲୋକଙ୍କ ଯାତାୟାତ ସୁବିଧା ପାଇଁ ଓଡ଼ିଶା ସରକାର ଆମ- ବସ୍‌ ସେବା ଯୋଗାଇ ଦେଇଛନ୍ତି । ହେଲେ ୫ ଖଣ୍ଡ ଗ୍ରାମବାସୀ ଏହି ସେବାରୁ ବଞ୍ଚିତ ହୋଇ ୫କି.ମି ବାଟ ଚାଲି ଚାଲି ଯାଆନ୍ତି। ଏହି ସମସ୍ୟାକୁ ନେଇ ମା ଇଷ୍ଟ ଦେବୀ ଯୁବ କଳା ପରିଷଦର ସଂପାଦକ ଏବଂ ପୂର୍ବତନ ଉପସଭାପତି ଗୋକୁଳ ସାହାଣୀ ଜିଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ପ୍ରକାରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପାଠାରୁ ବାର ପୁଲିଆ ପର୍ଯ୍ୟନ୍ତ ଆମ- ବସ୍‌ ଗାଡ଼ି ଚଳାଚଳ ହେଉ ନ ଥିବାରୁ ବୁରୁପଦା,ସିଦୀଙ୍ଗି, ଡଲା ବାଲି, ମାଲଗୁଣ୍ଡି,ରାଇଖୋଲ ଗ୍ରାମର ଲୋକମାନେ ଯାତାୟାତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଖାଲି ଏହି ୫ ଖଣ୍ଡ ଗ୍ରାମର ଗ୍ରାମବାସୀ ହଇରାଣ ହେଉ ନାହାନ୍ତି । ଏମିତିକି ବଲସକୁମ୍ପା ଅଞ୍ଚଳର ଲୋକମାନେ ମଧ୍ୟ ବ୍ଲକ,ଥାନା,କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଛନ୍ତି। ଆଦର୍ଶ ବିଦ୍ୟାଳୟ ଦୂତି ମେଣ୍ଡୀ ଏବଂ ଆମ୍ବେଦକର ମହାବିଦ୍ୟାଳୟ ଖଜୁରୀପଡ଼ାରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନେ ସକାଳୁ ସକାଳୁ ୫ କି.ମି ବାଟ ଚାଲି ଚାଲି ବାର ପୁଲିଆ ଛକକୁ ଯିବା ପରେ ସେଠାରୁ ଫୁଲବାଣୀ ଖଜୁରୀପଡ଼ା ବସ୍‌ରେ କଲେଜ ଯାଆନ୍ତି । ଏହି ସମସ୍ୟାକୁ ନେଇ ଅନେକ ଥର ଦୂତି ପଡା ପଞ୍ଚାୟତର ସରପଞ୍ଚ ଜାନକୀ ଜାନି,ସମିତି ସଭ୍ୟ ଶୁକଦେବ ସେଠୀ,ବଲସକୁମ୍ପା ପଞ୍ଚାୟତର ସମିତି ସଭ୍ୟ ବିବାନ ଗଣ୍ଡା,ସମାଜ ସେବୀ ବିଦୁର ବେହେରା ପ୍ରମୁଖ ଆମ-ବସ୍‌ ସେବା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ ଆନ୍ତରିକତା ଅଭାବରୁ ହେୟ ମନେ କରି ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ଜିଲାପାଳ ବେଦଭୂଷଣଙ୍କୁ ମା ଇଷ୍ଟ ଦେବୀ ଯୁବ କଳା ପରିଷଦର ସଂପାଦକ ବିଦୁର ବେହେରା, ପୂର୍ବତନ ଉପସଭାପତି ଗୋକୁଳ ସାହାଣୀ ପ୍ରମୁଖ ସାକ୍ଷାତ କରି ଏହି ସମସ୍ୟା ଉପରେ ଅବଗତ କରାଇବା ସହିତ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ପାଇବା ପରେ ଜିଲାପାଳ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଉପସଭାପତି ଗୋକୁଳ ସାହାଣୀ କହିଛନ୍ତି । ପ୍ରକାଶ ଥାଉ କି ଜିଲାପାଳ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇ ଆମ ବସ୍‌ ସେବା କେବେ ଯୋଗାଇ ଦେବେ ,ଏହି ୫ ଖଣ୍ଡ ଗ୍ରାମର ଯାତାୟାତ ସୁବିଧା କେବେ ହେବ ସେହି ଅପେକ୍ଷାରେ ଅଞ୍ଚଳବାସୀ।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri